ETV Bharat / sports

IPL 2023 RR vs SRH: ଜୟପୁରରେ ରୋମାଞ୍ଚକର ମ୍ୟାଚ୍, ଶେଷ ବଲରେ ମ୍ୟାଚ ଛଡ଼ାଇ ଆଣିଲା ହାଇଦ୍ରାବାଦ - ଜୟପୁରରେ ରୋମାଞ୍ଚକର ମ୍ୟାଚ୍

ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ଶେଷ ବଲରେ ନାଟକୀୟ ଢଙ୍ଗରେ ଜିତି ନେଇଛି ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି 214 ରନ କରିଥିଲା ରାଜସ୍ଥାନ । ତେବେ ନାଟକୀୟ ଢଙ୍ଗରେ ଏହି ବିଶାଳ ବିଜୟ ଲକ୍ଷ୍ୟକୁ ଶେଷ ବଲରେ ହାସଲ କରିନେଇଛି ହାଇଦ୍ରାବାଦ । ଅଧିକ ପଢ଼ନ୍ତୁ

IPL 2023 RR vs SRH
IPL 2023 RR vs SRH
author img

By

Published : May 8, 2023, 1:04 AM IST

Updated : May 8, 2023, 7:57 AM IST

ଜୟପୁର: ରବିବାର ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବେଶ ରୋମାଞ୍ଚକର ଥିଲା । ହୋମ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ଦମଦାର ବ୍ୟାଟିଂ ପ୍ରଦର୍ଶନ କରି 214 ରନ କରିଥିଲା ରାଜସ୍ଥାନ । ତେବେ ନାଟକୀୟ ଢଙ୍ଗରେ ଏହି ବିଶାଳ ବିଜୟ ଲକ୍ଷ୍ୟକୁ ଶେଷ ବଲରେ ହାସଲ କରିନେଇଛି ହାଇଦ୍ରାବାଦ । ଗୁରୁତ୍ବପୂର୍ଣ୍ଣ ସମୟରେ 7 ବଲରୁ ଧୂଆଁଧାର 25 ରନ କରି ବିପକ୍ଷ ଦଳ ହାତରୁ ମ୍ୟାଚ ଛଡ଼ାଇ ଆଣିଥିବା ଗ୍ଲେନ ଫିଲିପ୍ସ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଘରୋଇ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରୟାଲ୍ସ । ବ୍ୟାଟିଂ କରିବାକୁ ଆସି ପ୍ରଥମରୁ ହିଁ ହାଇଦ୍ରାବାଦ ବୋଲରଙ୍କୁ ଜୋରଦାର ଆକ୍ରମଣ କରିଥିଲେ ରାଜସ୍ଥାନ ବ୍ୟାଟର । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୫୪ ରନ ଯୋଡ଼ିଥିଲେ ରାଜସ୍ଥାନର ପ୍ରାରମ୍ଭିକ ଯୋଡ଼ି । ତେବେ ୧୮ ବଲରୁ ଦୃତ ୩୫ ରନ ସଂଗ୍ରହ କରି ମାର୍କୋ ଜାନସେନଙ୍କ ଶିକାର ପାଲଟିଥିଲେ ଯଶସ୍ବୀ ଜୟସ୍ବାଲ । ଏହାପରେ ଜୋଶ ବଟଲର ଓ ଅଧିନାୟକ ସାମସନଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ବଟଲର ୫୯ ବଲ ଖେଳିଥିବା ବେଳେ ୧୦ ଚୌକା ଓ ୪ ଛକା ବଳରେ ୯୫ ରନର ବଡ଼ ପାଳି ଖେଳି ଆଉଟ ହୋଇଥିଲେ । ଅନ୍ୟପଟେ ଅଧିନାୟକ ସଞ୍ଜୁ ସାମସନ ୩୮ ବଲରୁ ଅପରାଜିତ ୬୬ ରନର ଧୂଆଁଧାର ପାଳି ଖେଳି ଦଳୀୟ ସ୍କୋରକୁ ୨୧୪ ରନରେ ପହଞ୍ଚାଇଥିଲେ ।

ହାଇଦ୍ରାବାଦ ପାଇଁ ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ବର କୁମାର ଓ ମାର୍କୋ ଜାନସେନ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ମଧ୍ୟ ୪୪ ରନ ଲେଖାଏଁ ବ୍ୟୟ କରିଥିଲେ । ଯାହା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଅନ୍ୟପଟେ ମୟଙ୍କ ମାର୍କଣ୍ଡେ ୪ ଓଭରରୁ ୫୧ ରନ ଖର୍ଚ୍ଚ କରି ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।

ଏହାପରେ 215 ରନର ବଡ଼ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ହାଇଦ୍ରାବାଦ । ଦଳକୁ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ଦଳୀୟ ସ୍କୋର 51 ରନ ହୋଇଥିବା ବେଳେ 25 ବଲରୁ 33 ରନ କରି ଆଉଟ ହୋଇଥିଲେ ଅମମୋଲପ୍ରୀତ ସିଂହ । ଏହାପରେ ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀଙ୍କ ମଧ୍ୟରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । 34 ବଲରୁ 5 ଚୌକା ଓ 2 ଛକା ସମେତ ଦଳ ପାଇଁ ସର୍ବାଧିକ 55 ରନ କରି ଆଉଟ ହୋଇଥିଲେ ଅଭିଷେକ ଶର୍ମା । ହେନରିଚ କ୍ଲାସିନ 12 ବଲରୁ ଦୃତ 26 ରନର ପାଳି ଖେଳି ଆଉଟ ହୋଇଯାଇଥିଲେ । ଏହାପରେ 29 ବଲରୁ 47 ରନ କରି ରାହୁଲ ତ୍ରିପାଠୀ ମଧ୍ୟ ଆଉଟ ହୋଇଯାଇଥିଲେ । ତେବେ ଅଧିନାୟକ ଏଡେନ ମାର୍କ୍ରମ କେବଳ 6 ରନ କରି ପାଭିଲିୟନ ଫେରିବା ଦଳ ପାଇଁ ସଙ୍କଟ ସାଜିଥିଲା । ଏହାପରେ ରାଜସ୍ଥାନ ହାତରୁ ମ୍ୟାଚ ଛଡ଼ାଇବା ପାଇଁ ଆବଶ୍ୟକ ହେଉଥିବା ଅବିଶ୍ବସନୀୟ ପାଳି ଖେଳିଥିଲେ ଗ୍ଲେନ ଫିଲିପ୍ସ । ସେ କେବଳ 7 ବଲରେ 3 ଛକା ଓ ଗୋଟିଏ ଚୌକା ବଳରେ ମହତ୍ତ୍ବପୂର୍ଣ୍ଣ 25 ରନ କରି ଦଳକୁ ବିଜୟର ନିକଟତର କରିଥିଲେ । ତେବେ ସେ ଆଉଟ ହୋଇଯିବା ପରେ ମୋର୍ଚ୍ଚା ସମ୍ଭାଳିଥିଲେ ଅବଦୁଲ ସମଦ । 7 ବଲରୁ 17 ରନ କରିଥିବା ଅବଦୁଲ ସମଦ ଶେଷ ବଲରେ 4 ରନ ଆବଶ୍ୟକ ହେଉଥିବା ବେଳେ ଛକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ ।

ସେପଟେ ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । 4 ଓଭରରେ 29 ରନ ବ୍ୟୟ କରି ସେ ଏକାକୀ 4ଟି ୱିକେଟ ଅକ୍ତିଆର କରିଥିଲେ । କୁଲଦୀପ ଯାଦବ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ସନ୍ଦୀପ ଶର୍ମା 4 ଓଭରରେ 48, କୁଲଦୀପ ଯାଦବ 4 ଓଭରରେ 50 ଓ ମୁରୁଗାନ ଅଶ୍ବିନ 3 ଓଭରରେ 42 ରନ ଖର୍ଚ୍ଚ କରିଥିଲେ । ଯାହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2023, 7:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.