ETV Bharat / sports

IPL 2023 RR vs GT: ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ, 9 ୱିକେଟରେ ଜିତିଲା ଗୁଜରାଟ

author img

By

Published : May 6, 2023, 12:42 AM IST

Updated : May 6, 2023, 6:53 AM IST

ଆଇପିଏଲ 2023ରେ ଆଜି ରାଜସ୍ଥାନ ରୟାଲ୍ସକୁ 9 ୱିକେଟରେ ମାତ ଦେଇଛି ଗୁଜରାଟ ଟାଇଟନ୍ସ । ପ୍ରଥମେ ବ୍ୟାଟିଂ କରି 17.5 ଓଭରରେ ସମସ୍ତ ୱିକେଟ ହରାଇ କେବଳ 118 ରନ କରିପାରିଥିଲା ରାଜସ୍ଥାନ । କେବଳ ଗୋଟିଏ ୱିକେଟ ହରାଇ ଏକ ସହଜ ବିଜୟ ହାସଲ କରିନେଇଛି ଗୁଜରାଟ ଟାଇଟନ୍ସ । ଅଧିକ ପଢ଼ନ୍ତୁ

IPL 2023 RR vs GT
IPL 2023 RR vs GT

ଜୟପୁର: ଆଇପିଏଲ 2023ରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଥିଲେ । ତେବେ ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ରାଜସ୍ଥାନ । 17.5 ଓଭରରେ ସମସ୍ତ ୱିକେଟ ହରାଇ କେବଳ 118 ରନ କରିପାରିଥିଲା ରାଜସ୍ଥାନ ରୟାଲ୍ସ । ତେବେ 13.5 ଓଭରରେ କେବଳ ଗୋଟିଏ ୱିକେଟ ହରାଇ ଏକ ସହଜ ବିଜୟ ହାସଲ କରିନେଇଛି ଗୁଜରାଟ ଟାଇଟନ୍ସ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ । ଦଳୀୟ ସ୍କୋର 11 ରନ ହୋଇଥିବା ବେଳେ କେବଳ 8 ରନ କରି ଆଉଟ ହୋଇଥିଲେ ଜୋଶ ବଟଲର । ଏହାପରେ ଯଶସ୍ବୀ ଜୟସ୍ବାଲ ମଧ୍ୟ କେବଳ 14 ରନ ହିଁ କରିବା ପାଇଁ ସକ୍ଷମ ହୋଇଥିଲେ । ଦେବଦତ୍ତ ପାଡିକଲ 12 ବଲରୁ 12 ରନର ପାଳି ଖେଳି ନୁର ଅହମ୍ମଦଙ୍କ ଶିକାର ପାଲଟିଥିଲେ । ତେବେ ଅଧିନାୟକ ସଞ୍ଜୁ ସାମସନ ଦଳ ପାଇଁ ସର୍ବାଧିକ 20 ବଲରୁ 30 ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ 11 ବଲରୁ 15 ରନର ଗୁରୁତ୍ତବପୂର୍ଣ୍ଣ ପାଳି ଖେଳିଥିଲେ । ଦଳର ଅନ୍ୟ କୌଣସି ଖେଳାଳି 2 ଅଙ୍କ ବିଶିଷ୍ଟ ସ୍କୋର କରିପାରି ନଥିଲେ । ଫଳରେ ଦଳ 17.5 ଓଭରରେ ସମସ୍ତ ୱିକେଟ ହରାଇ 118 ରନ ହିଁ କରିପାରିଥିଲା ।

ଗୁଜରାଟ ପକ୍ଷରୁ ରସିଦ ଖାନ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରିଥିଲେ । ସେ 4 ଓଭରରେ କେବଳ 14 ରନ ଖର୍ଚ୍ଚ କରି 3ଟି ୱିକେଟ ଅକ୍ତିଆର କରିଥିଲେ । ନୁର ଅହମ୍ମଦ 3 ଓଭରରୁ 25 ରନ ବ୍ୟୟରେ 2ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜୋଶୁଆ ଲିଟିଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ତେବେ ଏକ ସହଜ ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଗୁଜରାଟ ଟାଇଟନ୍ସ । ପ୍ରଥମ ୱିକେଟ ପାଇଁ ଶୁଭମନ ଗିଲ ଓ ରିଦ୍ଧିମାନ ଶାହା ଦଳୀୟ ଖାତାରେ 71 ରନ ଯୋଡ଼ିଥିଲେ । 35 ରନରେ 36 ରନ କରି ଶୁଭମନ ଗିଲ ଆଉଟ ହୋଇଥିଲେ । ଏହାପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସୋ ଦେଖିଥିଲେ ଦର୍ଶକ । ଗୋଟିଏ ପଟେ ରିଦ୍ଧିମାନ ଶାହା 34 ବଲରୁ 5 ଚୌକା ବଳରେ 41 ରନ କରିଥିବା ବେଳେ ଅନ୍ୟପଟେ କେବଳ 15 ବଲରୁ 3ଟି ଲେଖାଏଁ ଛକା ଓ ଚୌକା ସହିତ ଦୃତ 39 ରନ କରି ଦଳକୁ ବିଜୟ ଦେଇଥିଲେ ପାଣ୍ଡ୍ୟା ।

ସେପଟେ ରାଜସ୍ଥାନ ପକ୍ଷରୁ କେବଳ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ସଫଳତା ମିଳିଥିଲା । 3.5 ଓଭରରେ 22 ରନ ଖର୍ଚ୍ଚ କରି ଶୁଭମନ ଗିଲଙ୍କୁ ଶିକାର କରିଥିଲେ ଚହଲ । ଅନ୍ୟ କୌଣସି ବୋଲରଙ୍କୁ ସଫଳତା ମିଳିନଥିବା ବେଳେ ଆଦାମ ଜାମ୍ପା 3 ଓଭରରୁ 40 ରନ ଖର୍ଚ୍ଚ କରି ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 6, 2023, 6:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.