ETV Bharat / sports

IPL 2023: ଏଲୋ ଜର୍ସିରେ ନଜର ଆସିବେନି MSD, ଅବସର ନେଇ ଦେଲେ ସଙ୍କେତ - Indian Premier League

ଆଉ ଆଇପିଏଲ ଖେଳି ନ ପାରନ୍ତି ମହେନ୍ଦ୍ର ସିଂହ ଧୋନି । ଚଳିତ ଆଇପିଏଲ ସିଜନ ତାଙ୍କର ଶେଷ ଆଇପିଏଲ ହୋଇପାରେ । ଆଇପିଏଲରୁ ଅବସର ନେଇ ସଙ୍କେତ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଅଧିକ ପଢନ୍ତୁ

IPL 2023
ms dhoni ipl retirement remark
author img

By

Published : Apr 23, 2023, 1:01 PM IST

ନୂଆଦିଲ୍ଲୀ: ଆଉ ହଳଦିଆ ଜର୍ସିରେ ନଜର ଆସି ନପାରନ୍ତି ମହେନ୍ଦ୍ର ସିଂହ ଧୋନୀ । କ୍ୟାପ୍ଟେନ କୁଲଙ୍କ କୋଟି କୋଟି ଫ୍ୟାନ୍ସ ହଳଦିଆ ଜର୍ସି ନମ୍ବର 7 ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କୁ ଆଉ ହୁଏତ କ୍ରିଜରେ ଦେଖିବାକୁ ପାଇବେ ନାହିଁ । କାରଣ ଚଳିତ ଆଇପିଏଲ ସଂସ୍କରଣ ଏମସିଡିଙ୍କ ଶେଷ ଆଇପିଏଲ ହେବାକୁ ଯାଉଛି । ଚଳିତ ସିଜନର ଷଷ୍ଠ ମୁକାବିଲାରେ ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ ପରେ ମହେନ୍ଦ୍ର ସିଂହ ଧୋନି ଏପରି କିଛି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଇପିଏଲରୁ ଅବସର ନେଇ ସଙ୍କେତ ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନି । ତେବେ କଣ ସତରେ ଏହା ମାହିଙ୍କ ଶେଷ ଆଇପିଏଲ ଜାଣିବା ପାଇ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଏପ୍ରିଲ 21ତାରିଖରେ ଚିପକ ଷ୍ଟା଼ଡିୟମରେ ଚେନ୍ନାଇ ସୁପର କିଙ୍ଗସ ତାର ଷଷ୍ଠ ମ୍ୟାଚରେ ହାଇଦ୍ରାବାଦକୁ ଭେଟିଥିଲା । ଏହି ମ୍ୟାଚରେ ହାଇଦ୍ରାବାଦଠୁ 7 ୱିକେଟରେ ବିଜୟ ହାସଲ କରିଥିଲା । ଏହାପରେ ପ୍ରତିକ୍ରିୟା ରଖବା ସମୟରେ ପରୋକ୍ଷରେ ଆଇପିଏଲରୁ ଅବସର ନେବା ନେଇ ସଙ୍କେତ ଦେଇଥିଲେ ମହେନ୍ଦ୍ର ସିଂ ଧୋନୀ । ପ୍ରତିକ୍ରିୟାରେ ସେ କହିଥିଲେ, କ୍ୟାରିଅରର ଶେଷ ପର୍ଯ୍ୟାୟରେ ମନଭରି ଉପଭୋଗ କରିବାକୁ ଚାହେଁ । 2 ବର୍ଷ ପରେ ଚିପକରେ ଖେଳୁଥିବାରୁ ଆନନ୍ଦ ଅନୁଭବ କରୁଛି । ଏଠାରେ ଦର୍ଶକଙ୍କ ଭଲ ପାଇବା ଓ ସମର୍ଥନ ଚମତ୍କାର'' ଏହା ପରେ ଚଳିତ ଆଇପିଏଲ ତାଙ୍କ କ୍ୟାରିଅରର ଅନ୍ତିମ ଆଇପିଏଲ ବୋଲି ଆକଳନ କରାଯାଉଛି । ଟୁର୍ଣ୍ଣାମେଣ୍ଟ ପରେ ଆନୁଷ୍ଠନିକ ଭାବେ ସେ ଆଇପିଏଲରୁ ଅବସର ନେଇ ଘୋଷଣା କରିପାରନ୍ତି । ନିକଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ 200ତମ ଆଇପିଏଲ ମ୍ୟାଚ ଖେଳିଥିଲେ ଧୋନୀ ।

ଏହା ବି ପଢନ୍ତୁ...IPL 2023: ଆଜି ଡବଲହେଡରେ ବାଙ୍ଗାଲୋର-ରାଜସ୍ଥାନ ଓ ଚେନ୍ନାଇ-କୋଲକାତା ମୁକାବିଲା

ଏହା ବି ପଢନ୍ତୁ...IPL 2023: ପାୱାରଫୁଲ ପଞ୍ଜାବ, 13ରନରେ ହାରିଲା ମୁମ୍ବାଇ

ପ୍ରକାଶଥାଉ କି, ଚଳିତ ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗସ ଉଦଘାଟନୀ ମ୍ୟାଚରେ ହାରିଥିଲା ମାତ୍ର ଏହା ପରେ କମବ୍ୟାକ କରି ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତିଛି । ମୋଟ 6ଟି ମ୍ୟାଚ ଖେଳି ଚେନ୍ନାଇ 4ଟିରେ ବିଜୟ ହାସଲ କରିଛି । 8 ପଏଣ୍ଟ ସହ ଟେବୁଲ ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନରେ ଚେନ୍ନାଇ 4ଥର ଆଇପିଏଲ ଚମ୍ପିଆନ ହୋଇଛି । 2010, 2011. 2018 ଓ 2022ରେ 4ଥର ଆଇପିଏଲ ମୁକୁଟ ପିନ୍ଧିଥିବା ବେଳେ 5 ଥର ଚମ୍ପିଆନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.