ETV Bharat / sports

IPL 2023: KKRକୁ ଝଟକା, ଆଇପିଏଲରୁ ଓହରିଲେ ସାକିବ - ସାକିବ ଅଲ ହାସନ

ଚଳିତ ଆଇପିଏଲ ସଂସ୍କରଣରେ କୋଲକାତା ନାଇଟ ରାଇଡର୍ସ ପାଇଁ ଦୁଃଖଦ ଖବର । ଆଇପିଏଲରୁ ଓହରି ଯାଇଛନ୍ତି ଅଲରାଉଣ୍ଡର ସାକିବ ଅଲ ହାସନ । ଅଧିକ ପଢନ୍ତୁ

KKRକୁ ଝଟକା, ଆଇପିଏଲରୁ ଓହରିଲେ ସାକିବ
IPL 2023
author img

By

Published : Apr 5, 2023, 12:43 PM IST

ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର୍ସକୁ ଶକ୍ତ ଝଟକା ଲାଗିଛି । ଚଳିତ ଆଇପିଏଲ ସିଜନରେ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ଥିବା କେକେଆର ପାଇଁ ଚିନ୍ତାଜନକ ଖବର ମିଳିଛି । ଦଳର ଅଭିଜ୍ଞ ଅଲରାଉଣ୍ଡର ତଥା ବାଂଲାଦେଶର ସାକିବ ଅଲ ହାସନ ଚଳିତ ଆଇପିଏଲରୁ ଓହରି ଯାଇଛନ୍ତି ଯାହା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ସାକିବ ଆପିଏଲରୁ ଓହରି ଯିବା ଦଳକୁ ଏକ ଶକ୍ତ ଧକ୍କା ଦେଇଛି ।

ଅନ୍ତର୍ଜାତୀୟ କ୍ରିକେଟ ଓ ବ୍ୟକ୍ତିଗତ କାରଣ ପାଇଁ ସାକିବ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ନିକଟରୁ ପରାସ୍ତ ହୋଇଥିଲା କେକେଆର । ପରବର୍ତ୍ତୀ ମ୍ୟାଚ ବେଳକୁ ସାକିବ ଦଳରେ ଯୋଗ ଦେବେ ବୋଲି ଆଶା କରାଯାଉଥିବା ମାତ୍ର ତାହା ଆଶାରେ ରହିଛି । ଆଇପିଏଲରେ ଉପଲବ୍ଧ ନ ହେବା ନେଇ ତାଙ୍କ ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସକୁ ଜଣାଇଛନ୍ତି । ବାଂଲାଦେଶର ଅନ୍ୟତମ ଖେଳାଳି ଲିଟନ ଦାସ ଚଳିତ ସପ୍ତାହ ଶେଷ ଭାଗରେ ଦଳରେ ଯୋଗ ଦେବେ ବୋଲି ଜଣାପଡିଛି ।

ସାକିବଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସାମିଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସାକିବଙ୍କୁ 1.5 କୋଟି ଟଙ୍କାରେ କିଣିଥିଲା କୋଲକାତା । ଆଇପିଏଲରେ ସେ 71ଟି ମ୍ୟାଚ ଖେଳି 793 ରନ ସଂଗ୍ରହ କରିଛନ୍ତି । ସେଥିରେ ତାଙ୍କ ନାମରେ 2ଟି ଅର୍ଦ୍ଧଶତକ ରହିଛି । ଏହାସହିତ 63ଟି ୱିକେଟ ଅକ୍ତିଆର କରିଛନ୍ତି । 2012 ଓ 2014ରେ ଆଇପିଏଲ ଚମ୍ପିଅନ ହୋଇଥିବା କେକେଆର ଦଳର ସଦସ୍ୟ ଥିଲେ ସାକିବ ।

ୱିଲିୟନସିନଙ୍କ ସ୍ଥାନରେ ଦସୁନ ଶଣକା: ଆହତ ସମସ୍ୟା ପାଇଁ ଆଇପିଏଲରୁ ବାଦ ପଡିଛନ୍ତି ନ୍ୟୁଜିଲାଣ୍ଡ ଅଭିଜ୍ଞ ଖେଳାଳି କେନ ୱିଲିୟମସନ । ତାଙ୍କ ସ୍ଥାନରେ ଗୁଜରାଟ ଟାଇଟନ୍ସ ଶ୍ରୀଲଙ୍କା ଅଲରାଉଣ୍ଡର ଦସୁନ ଶଣକାଙ୍କୁ ଦଳରେ ସାମିଲ କରିଛି । ଖୁବଶୀଘ୍ର ସେ ଭାରତ ଆସି ଟାଇଟନ୍ସ ଦଳରେ ଯୋଗ ଦେବେ । ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଚଳିତ ଆଇପିଏଲରେ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି । ପରବର୍ତ୍ତୀ ମୁକାବିଲାରେ ଆସନ୍ତା ଏପ୍ରିଲ 9 ତାରିଖରେ କେକେଆରକୁ ଭେଟିବ ।

ଏହା ବି ପଢନ୍ତୁ...IPL 2023: ରଜତ ପଟିଦାର ଆଇପିଏଲରୁ ବାଦ୍

ଏହା ବି ପଢନ୍ତୁ...IPL 2023: ଆଜି ରାଜସ୍ଥାନ-ପଞ୍ଜାବ ଫାଇଟ, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଦୁଇ ଦଳ

ପ୍ରକାଶଥାଉ କି, ମାର୍ଚ୍ଚ 31 ତାରିଖରୁ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ 7ଟି ମ୍ୟାଚ ଖେଳା ସରିଛି । ଅଷ୍ଟମ ମ୍ୟାଚରେ ଆଜି (ବୁଧବାର) ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା ହେବ । କୋଲକାତା ନାଇଟ ରାଇଡର୍ସ ଏ ଯାଏଁ ବିଜୟ ଖାତା ଖୋଲି ନାହିଁ । ପ୍ରଥମ ମୁକାବିଲା ପଞ୍ଜାବଠୁ ପରାସ୍ତ ହୋଇଥିଲା କେକେଆର । ଦ୍ବିତୀୟ ମ୍ୟାଚରେ ଆସନ୍ତାକାଲି (ଗୁରୁବାର) କୋଲକାତାର ଇଡେନ ଗାର୍ଡେନରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ କୋଲକାତା ନାଇଟ ରାଇଡର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.