ETV Bharat / sports

IPL 2023: 12 ଲକ୍ଷ ଟଙ୍କା ଫାଇନ ଗଣିବେ ନୀତିଶ ରାଣା

କୋଲକାତା ନାଇଟରାଇଡର୍ସ ଅଧିନାୟକ ନୀତିଶ ରାଣା ଦଣ୍ଡିତ ହୋଇଛନ୍ତି । ଧିମା ବୋଲିଂ ପାଇଁ 12 ଲକ୍ଷ ଟଙ୍କା ଜରିମାନା ଗଣିବେ କେକେଆର କ୍ୟାପ୍ଟେନ । ଅଧିକ ପଢନ୍ତୁ

author img

By

Published : May 10, 2023, 1:56 PM IST

bcci punishes kkr captain nitish rana
12 ଲକ୍ଷ ଫାଇନ ଗଣିବ ନୀତିଶ ରାଣା

ନୂଆଦିଲ୍ଲୀ: ମହଙ୍ଗା ପଡିଲା ମନ୍ଥର ବୋଲିଂ । ଧିମା ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି କୋଲକାତା ନାଇଟ ରାଇଡର୍ସ ଅଧିନାୟକ ନୀତିଶ ରାଣା । ଆଇପିଏଲ 53ତମ ମ୍ୟାଚରେ ପଞ୍ଜାବ ବିପକ୍ଷରେ ଧିମା ବୋଲିଂ ପାଇଁ ନିତୀଶ ରାଣାଙ୍କୁ 12ଲକ୍ଷ ଟଙ୍କା ଫାଇନ ଗଣିବାକୁ ହେବ ।

ପଞ୍ଜାବ ବିପକ୍ଷ ମ୍ୟାଚରେ କୋଲକାତା ଘରୋଇ ମାଟିରେ ବିଜୟ ହାସଲ କରିଥିଲା । ବିଜୟ ଭିତରେ ବୁଡି ଥିବା କେକେଆର ଦଳ ପାଇଁ ନିରାଶ କଲା ପରି ଖବର ଆସିଛି । ଅଧିନାୟକ ନୀତିଶ ରାଣା ଦଣ୍ଡିତ ହୋଇଛି । ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ନେଇ ବୋଲିଂ ଶେଷ କରିଥିବାକୁ ଅଧିନାୟକ ନୀତିଶ ରାଣାଙ୍କୁ ଜରିମାନା ହୋଇଛି । ତାଙ୍କ ମ୍ୟାଚ ଫିରୁ 12 ଲକ୍ଷ ଟଙ୍କା କାଟ କରାଯାଇଛି । ଆଇପିଏଲ ଆଚରଣ ସଂହିତା ନିୟମ ଅନୁଯାୟୀ ଦଣ୍ଡିତ ହୋଇଛନ୍ତି ରାଣା । ଧିମା ବୋଲିଂ ପାଇଁ ବିସିସିଆଇ ତାଙ୍କୁ ଦଣ୍ଡିତ କରିଛି । ଚଳିତ ସିଜନରେ ଦଳର ଏହା ପ୍ରଥମ ମନ୍ଥର ବୋଲିଂ ଅପମାନ । ଏହା ପୂର୍ବରୁ ଚଳିତ ସିଜନରେ 4ଜଣ ଅଧିନାୟକ ମନ୍ଥର ବୋଲିଂ ପାଇଁ ଦଣ୍ଡିତ ହୋଇ ସାରିଛନ୍ତି । ସେମାନେ ହେଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ, ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ, ଆରସିବି କ୍ୟାପ୍ଟେନ ଫାଫ ଡୁପ୍ଲେସି ଓ ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।

ଏହା ବି ପଢନ୍ତୁ...IPL 2023 MI vs RCB: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ, 6 ୱିକେଟରେ ଜିତିଲା ମୁମ୍ବାଇ

ଏହା ବି ପଢନ୍ତୁ...IPL 2023 KKR vs PBKS: ପୁଣି ଏକ ରୋମାଞ୍ଚକର ମୁକାବିଲା, ଶେଷ ବଲରେ ଜିତିଲା କୋଲକାତା

ପ୍ରକାଶଥାଉ କି, ଆଇପିଏଲର 53 ତମ ମ୍ୟାଚରେ କୋଲକାତା ଓ ପଞ୍ଜାବ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ ଘରୋଇ ମାଟିରେ ଜବରଦସ୍ତ ବିଜୟ ହାସଲ କରିଥିଲା କେକେଆର । ପଞ୍ଜାବକୁ 5 ୱିକେଟରେ ହରାଇ ବିଜୟ ହାସଲ କରିଥିଲା । ଆନ୍ଦ୍ରେ ରସଲେ ଓ ରିଙ୍କୁ ଶର୍ମା ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଶେଷ ବଲରେ ଚୌକା ମାରି ରିଙ୍କୁ ଶର୍ମା ଦଳକୁ ବିଜୟ ଭେଟି ଦେଇଥିଲେ । ଏହି ମ୍ୟାଚରେ ଆନ୍ଦ୍ରେ ରସଲେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେ 23 ବଲରେ 42 ରନ କରିଥିଲେ । ଚଳିତ ସିଜନରେ କୋଲକାତା 11ଟି ମ୍ୟାଚରୁ 5ଟିରେ ବିଜୟ ହାସଲ କରିଜ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ନାଇଟ ରାଇଡର୍ସ ଆସନ୍ତାକାଲି (ଗୁରୁବାର) ରାଜସ୍ଥାନ ରୟାଲ୍ସକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.