ETV Bharat / sports

IPL 2022: ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ହାଇଦ୍ରାବାଦ ଆଗରେ ୨୧୧ ରନ୍‌ର ଟାର୍ଗେଟ

author img

By

Published : Mar 29, 2022, 9:32 PM IST

ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୧୦ ରନ୍‌ ସଂଗ୍ରହ କରିଛି । ଫଳରେ ଅରେଞ୍ଜଆର୍ମୀ ହାଇଦ୍ରାବାଦ ସାମ୍ନାରେ ୨୧୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022 Samson, hetmyer shines as Rajasthan Royals 210/6
IPL 2022: ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ହାଇଦ୍ରାବାଦକୁ ୨୧୧ ରନ୍‌ର ଟାର୍ଗେଟ ଦେଲା ରାଜସ୍ଥାନ

ପୁନେ: ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ପଞ୍ଚମ ମୁକାବିଲା ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୬ ୱିକେଟ ହରାଇ ୨୧୦ ରନ୍‌ ସଂଗ୍ରହ କରିଛି । ଫଳରେ ଅରେଞ୍ଜଆର୍ମୀ ହାଇଦ୍ରାବାଦ ସାମ୍ନାରେ ୨୧୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ରହିଛି ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳୁଥିବା ରାଜସ୍ଥାନ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲେ ଅଭିଜ୍ଞ ଜସ୍‌ ବଟଲର ଓ ଯୁବ ବ୍ୟାଟିଂ ଷ୍ଟାର ଜଶଶ୍ବୀ ଜୟଶ୍ବାଲ । ଉଭୟ ପ୍ରଥମ ୱିକେଟ ଯୋଡିରେ ୫୮ ରନ୍‌ ଯୋଡିଥିଲେ । ବଟଲ୍‌ର ୨୮ ବଲ୍‌ରୁ ୩ଟି ଚୌକା ଓ ୩ଟି ଛକା ସହାୟତାରେ ୩୫ ରନ୍‌ର ଇଂନିସ ଖେଳିଥିଲେ । ସେହିପରି ଜୟଶ୍ବାଲ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ ଭାର ସମ୍ଭାଳିଥିଲେ କ୍ୟାପଟେନ ସଞ୍ଜୁ ସାମସନ ।

ମାତ୍ର ୨୭ ବଲ୍‌ରୁ ୩ଟି ଚୌକା ଓ ୫ଟି ଛକା ସହାୟତାରେ ୫୫ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ସାମସନ । ଦେବଦତ୍ତ ପାଦିକ୍କଲ ୪୧ ଓ ରିଆନ ପରାଗ ୧୨ ରନ୍‌ କରିଥିଲେ । ଶେଷ ଭାଗରେ ୱେଷ୍ଟଇଣ୍ଡିଜ ପାୱରହିଟର ସିମ୍ରନ ହେଟମେୟର ୧୩୨ ବଲ୍‌ରୁ ଦ୍ରୁତ ୩୨ ରନ୍‌ର ଇଂନିସ ଖେଳିବା ପରେ ରାଜସ୍ଥାନ ୨୦୦ ରନ୍‌ ପାର୍‌ କରିଥିଲା ।

ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଉରମାନ ମଲିକ ଓ ଟି ନଟରାଜନ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ବର କୁମାର, ରୋମାରିଓ ସେଫର୍ଡଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଲିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.