ETV Bharat / sports

IPL2022: ମୁମ୍ବାଇର ଦ୍ବିତୀୟ ବିଜୟ, ୫ ରନରେ ହାରିଲା ଗୁଜୁରାଟ

author img

By

Published : May 7, 2022, 7:09 AM IST

ଚଳିତ ଆଇପିଏଲ ୫୧ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ୫ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ

IPL2022: ମୁମ୍ବାଇର ଦ୍ବିତୀୟ ବିଜୟ , ୫ ରନରେ ହାରିଲା ଗୁଜୁରାଟ

ମୁମ୍ବାଇ: ଚଳିତ IPL ସିଜିନରେ ଦ୍ବିତୀୟ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ (MI) । ଗତକାଲି ମୁମ୍ବାଇରେ ଖେଳାଯାଇଥିବା ୫୧ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ(GT)କୁ ୫ ରନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । କ୍ରମଶଃ ୨ଟି ମ୍ୟାଚରେ ବିଜୟୀ ହୋଇ ଦଳ ଏବେ ଫର୍ମକୁ ଫେରିଛି । ଚଳିତ ସିଜିନରେ ମୋଟ ୧୦ଟି ମ୍ୟାଚ ଖେଳି ୮ଟିରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲା ମୁମ୍ବାଇ । ଯାହା ଦର୍ଶକଙ୍କୁ ନିରାଶ କରିଥିଲା ।

ଗତକାଲିର ଦମଦାର ପ୍ରଦର୍ଶନରେ ଚଳିତ ସିଜିନରେ ସବୁଠାରୁ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ଗୁଜୁରାଟ ଦଳକୁ ପରାସ୍ତ କରିଛି ଦଳ । ମୁମ୍ବାଇ ଗତକାଲିର ମ୍ୟାଚ ଜିତିଥିଲେ ସୁଦ୍ଧା ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି । ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ ଟାଇଟନ୍ସ । ଫଳରେ ମୁମ୍ବାଇ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୭ ରନ ସଂଗ୍ରହ କରିଥିଲା । ୧୭୮ ରନର ବିଜୟ ଲକ୍ଷ୍ୟର ପିଛା କରି ଗୁଜୁରାଟ ନିର୍ଦ୍ଧାରିତ ଓଭରେ ୫ ଓ୍ବିକେଟ ହରାଇ ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା ।

ଶେଷ ଓଭରରେ ଗୁଜୁରାଟକୁ ବିଜୟୀ ହେବା ପାଇଁ ୯ ରନର ଆବଶ୍ୟକତା ଥିବାବେଳେ ବୋଲରଙ୍କ ସନ୍ତୁଳିତ ବୋଲିଂ ଯୋଗୁଁ ମାତ୍ର ୫ରନରେ ଗୁଜୁରାଟ ଠାରୁ ବିଜୟ ଛଡାଇ ନେଇଥିଲା ମୁମ୍ବାଇ । ମୁମ୍ବାଇ ପକ୍ଷରୁ କ୍ୟାପ୍ଟେନ ରୋହିତ ୪୩ ରନ, ଇଶାନ କିଶାନ ୪୫, ଟିମ ଡେଭିଡ ଅପରାଜିତ ୪୪ ରନ କରିଥିଲେ । ଅନ୍ୟପଟେ ଗତକାଲିର ମ୍ୟାଚରେ ପରାଜୟ ପରେ ଗୁଜୁରାଟ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ବେଳେ ପଏଣ୍ଟ ସ୍ଥିର ରହିଛି । ଦଳ ପକ୍ଷରୁ ରିଦ୍ଧିମାନ ୫୫, ଶୁବମନ ଗିଲ ୫୨, ପାଣ୍ଡ୍ୟା ୨୪ ରନ କରି ପାଭିଲିଏନକୁ ଫେରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.