ମୁମ୍ବାଇ(ମହାରାଷ୍ଟ୍ର): ଚେନ୍ନାଇ ସୁପର କିଙ୍ଗ୍ସ(CSK) ଅଲରାଉଣ୍ଡର ଡ୍ବାଇନ ବ୍ରାଭୋ ଗୁରୁବାର ଏକ ବିରାଟ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ(IPL)ରେ ୧୭୧ ୱିକେଟ ସହ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି । ବ୍ରାଭୋ ଏହି ସଫଳତା ଗୁରୁବାର ମୁମ୍ବାଇର ବ୍ରାବୋର୍ନୋ ଷ୍ଟାଡିୟମରେ ଖେଳାଯାଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ହାସଲ କରିଛନ୍ତି ।
ବ୍ରାଭୋଙ୍କ ଏହି ବିରଳ ଉପଲବ୍ଧି ପରେ ନିଜର ଟିମ ଚେନ୍ନାଇ ସୁପରକିଙ୍ଗ୍ସ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛି । ଏଥିସହ CSK ପକ୍ଷରୁ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ କ୍ୟାପଟେନ୍ ରବିନ୍ଦ୍ର ଜାଡେଜା କହିଛନ୍ତି, "ଡିଜେ ବ୍ରାଭୋ, ଚାମ୍ପିୟନ, IPLରେ ସର୍ବାଧିକ ୱିକେଟ ହାସଲ ପାଇଁ ଅନେକ ଶୁଭେଚ୍ଛା । ଏବେ ତୁମେ ମାତ୍ର ୩୭ ବର୍ଷର ଯୁବକ । ଆହୁରି ଅନେକ ୱିକେଟ ହାସଲ କର ଓ ୨୦୦ IPL ୱିକେଟ ହାସଲ କରିବ ବୋଲି ଆଶା ।"
-
Bravoooo Legend! No. 1⃣ 👑#LSGvCSK #Yellove #WhistlePodu 🦁💛 pic.twitter.com/GdgVCL6Gg2
— Chennai Super Kings (@ChennaiIPL) March 31, 2022 " class="align-text-top noRightClick twitterSection" data="
">Bravoooo Legend! No. 1⃣ 👑#LSGvCSK #Yellove #WhistlePodu 🦁💛 pic.twitter.com/GdgVCL6Gg2
— Chennai Super Kings (@ChennaiIPL) March 31, 2022Bravoooo Legend! No. 1⃣ 👑#LSGvCSK #Yellove #WhistlePodu 🦁💛 pic.twitter.com/GdgVCL6Gg2
— Chennai Super Kings (@ChennaiIPL) March 31, 2022
ସେହିପରି ଅନ୍ୟତମ ସିଏସକେ ଷ୍ଟାର ବ୍ୟାଟ୍ର ଅମ୍ବାତି ରାଇଡୁ, IPLର ସର୍ବାଧିକ ୱିକେଟ ହାସଲ ପାଇଁ ଡିଜେ ବ୍ରାଭୋଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଲରାଉଣ୍ଡର ମୋଇନ ଅଲୀ ମଧ୍ୟ କାରବିୟନ ଷ୍ଟାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ନାମରେ ରହିଥିଲା । ମାଲିଙ୍ଗା ଇଣ୍ଡିଆନ ପ୍ରିମିୟର ଲିଗ୍ରେ ୧୭୦ ୱିକେଟ ହାସଲ କରିଛନ୍ତି । ତେବେ ମାଲିଙ୍ଗାଙ୍କୁ ପଛରେ ପକାଇ ବ୍ରାଭୋ ଆଇପିଏଲର ନୂଆ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ।
-
Bouquets of 💛 for DJ 🌹from the Super fam!
— Chennai Super Kings (@ChennaiIPL) April 1, 2022 " class="align-text-top noRightClick twitterSection" data="
📹 Celebrating the highest wicket taker in IPL! #LSGVCSK #WhistlePodu #Yellove 🦁 @DJBravo47 pic.twitter.com/aCwRGzcDA0
">Bouquets of 💛 for DJ 🌹from the Super fam!
— Chennai Super Kings (@ChennaiIPL) April 1, 2022
📹 Celebrating the highest wicket taker in IPL! #LSGVCSK #WhistlePodu #Yellove 🦁 @DJBravo47 pic.twitter.com/aCwRGzcDA0Bouquets of 💛 for DJ 🌹from the Super fam!
— Chennai Super Kings (@ChennaiIPL) April 1, 2022
📹 Celebrating the highest wicket taker in IPL! #LSGVCSK #WhistlePodu #Yellove 🦁 @DJBravo47 pic.twitter.com/aCwRGzcDA0
ତେବେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ବ୍ରାଭୋ ବିରଳ ରେକର୍ଡର ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କର ଟିମ ଚେନ୍ନାଇ ସୁପର କିଙ୍ଗ୍ସ ପରାସ୍ତ ହୋଇଛି । ୨୧୧ ରନ୍ର ବଡ ବିଜୟ ଲକ୍ଷ୍ୟରୁ ଲକ୍ଷ୍ନୌ ବ୍ୟାଟ୍ର ଶେଷ ଓଭରରେ ହାସଲ କରିବା ପରେ ସିଏସକେ ନିରାଶ ହୋଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ମୁକାବିଲା ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିବ । ସେହିପରି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ ।
ANI