ETV Bharat / sports

IPL 2021 play-off: ଆଜି ଦିଲ୍ଲୀ-ଚେନ୍ନାଇ କ୍ବାଲିଫାୟର ଲଢେଇ - କ୍ବାଲିଫାୟାର ମ୍ୟାଚ

ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ରିଷଭଙ୍କ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ଆଜି ପ୍ରଥମ କ୍ବାଲିଫାୟାର ମ୍ୟାଚ । ଅଧିକ ପଢନ୍ତୁ...

IPL 2021 play-offs: ଆଜି ଦିଲ୍ଲୀ-ଚେନ୍ନାଇ କ୍ବାଲିଫାୟର ଲଢେଇ

author img

By

Published : Oct 10, 2021, 8:34 AM IST

Updated : Oct 10, 2021, 8:49 AM IST

ଦୁବାଇ: ଆଇପିଏଲର ୧୪ତମ ସଂସ୍କରଣରେ ଆଜି ପ୍ରଥମ କ୍ବାଲିଫାୟାର ମ୍ୟାଚ । ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ରିଷଭଙ୍କ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ଆଜି ସନ୍ଧ୍ୟା ୭ଟା ୩୦ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ରୋମାଞ୍ଚକର ମ୍ୟାଚ । ପଏଣ୍ଟ ଟେବୁଲର ଶୀର୍ଷରେ ଦିଲ୍ଲୀ ଥିବା ବେଳେ ଦ୍ବିତୀୟରେ ରହିଛି ଚେନ୍ନାଇ । ଆଜିର ମ୍ୟାଚରେ ଯିଏ ବିଜୟୀ ହେବ ସେହି ଦଳ ଫାଇନାଲକୁ ମନୋନିତ ହେବ ।

ପରାଜିତ ଦଳ ଆସନ୍ତା ୧୩ରେ କ୍ବାଲିଫାୟାର ମ୍ୟାଚ ଖେଳିବ । ତେବେ ଫାଇନାଲ ମ୍ୟାଚରେ ପ୍ରବେଶ କରିବା ପାଇଁ ଆଜି ଉଭୟ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ । ବିଜୟୀ ହେବା ଆଶାରଖି ଫିଲ୍ଡକୁ ଓହ୍ଲାଇବେ ଦୁଇ ଟିମ୍ ।

ଦିଲ୍ଲୀ ଚଳିତ ଆଇପିଏଲରେ ମୋଟ ୧୪ ମ୍ୟାଚରୁ ୧୦ଟିରେ ବିଜୟ ହାସଲ କରିଛି । ଫଳରେ ୨୦ ପଏଣ୍ଟ ସହ ଲିଗ୍‌ ପର୍ଯ୍ୟାୟରେ ଟେବୁଲ ଟପର୍‌ ରହିଛି । ସେହିପରି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତାଧିନ ଚେନ୍ନାଇ ସୁପର କିଙ୍ଗ୍ସ ୧୪ ମ୍ୟାଚ୍‌ରୁ ୧୮ ପଏଣ୍ଟ ହାସଲ କରିବାସହ ଲିଗ୍‌ ପର୍ଯ୍ୟାୟରେ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ତେବେ ଆଜିର ମ୍ୟାଚରେ କିଏ ଫାଇନାଲକୁ ଯାଉଛି ତାହା ଉପରେ ଆଜି ସମସ୍ତଙ୍କ ନଜର ।

Last Updated : Oct 10, 2021, 8:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.