ETV Bharat / sports

IPL2021: ସାମସନଙ୍କ ବିସ୍ଫୋରକ ବ୍ୟାଟିଂ, ରାଜସ୍ଥାନ ୧୬୪/୫

author img

By

Published : Sep 27, 2021, 9:30 PM IST

Updated : Sep 27, 2021, 9:40 PM IST

ସନରାଇଜର୍ସ ହାଇଦ୍ରାବାଦ ସାମ୍ନାରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ ରୟାଲ୍ସ । ଅଧିକ ପଢନ୍ତୁ...

IPL 2021: Samson's blistering knock propels Rajasthan to 164-5 against SRH
IPL 2021: ସାମସନଙ୍କ ବିସ୍ଫୋରକ ବ୍ୟାଟିଂ, ରାଜସ୍ଥାନ ୧୬୪/୫

ଦୁବାଇ: ଆଇପିଏଲର ୪୦ତମ ମୁକାବିଲା ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଜାରି ରହିଛି । ଟସ୍‌ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ୍‌ ସଂଗ୍ରହ କରିଛି । ଫଳରେ ହାଇଦ୍ରାବାଦ ସାମ୍ନାରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ ୫୭ ବଲ୍‌ରୁ ୮୨ ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି । ସାମସନଙ୍କ ଏହି ଇଂନିସରେ ୭ଟି ଚୌକା ଓ ୩ଟି ବିଶାଳ ଛକା ସାମିଲ ରହିଛି । ଅନ୍ୟ ରାଜସ୍ଥାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଯୁବ ଓପନର ଜଶସ୍ବୀ ଜୟଶ୍ବାଲ ୨୩ ବଲ୍‌ରୁ ୨୩ ଓ ମହିପାଳ ଲୋମର ୨୯ ରନ୍‌ର ଉପଯୋଗୀ ଇଂନିସ ଖେଳିଛନ୍ତି । ତେବେ ଇଭିନ ଲିୱିସ, ଲିଆମ ଲିଭିଙ୍ଗଷ୍ଟୋନ ଓ ରିଆନ ପରାଗ ନିରାଶ କରିଥିଲେ ।

ସନରାଇଜର୍ସ ପକ୍ଷରୁ ସର୍ବାଧିକ ୨ଟି ୱିକେଟ ହାସଲ ସହ ସଫଳ ବୋଲର ରହିଥିଲେ ସିଦ୍ଧାର୍ଥ କୌଲ । ସନ୍ଦୀପ ଶର୍ମା, ଭୁବନେଶ୍ବର କୁମାର ଓ ରସିଦ ଖାନ୍‌ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 27, 2021, 9:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.