ETV Bharat / sports

IPL 2021: CSK ସାମ୍ନାରେ ୧୭୩ ଟାର୍ଗେଟ ରଖିଲା ଦିଲ୍ଲୀ

author img

By

Published : Oct 10, 2021, 9:18 PM IST

Updated : Oct 10, 2021, 10:33 PM IST

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୨ ରନ୍‌ ସଂଗ୍ରହ କରିଛି । ଫଳରେ ଫାଇନାଲରେ ସ୍ଥାନ ପକ୍କା କରିବାକୁ ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନାରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2021 playoffs: CSK need 173 runs to book place at final against DC
IPL 2021: CSK ସାମ୍ନାରେ ୧୭୩ ଟାର୍ଗେଟ ରଖିଲା ଦିଲ୍ଲୀ

ଦୁବାଇ: ଆଇପିଏଲ ୨୦୨୧ ପ୍ଲେ-ଅଫ୍‌ ପର୍ଯ୍ୟାୟର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୨ ରନ୍‌ ସଂଗ୍ରହ କରିଛି । ଫଳରେ ଫାଇନାଲରେ ସ୍ଥାନ ପକ୍କା କରିବାକୁ ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନାରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଦିଲ୍ଲୀ ପକ୍ଷରୁ ଓପନର ପୃଥ୍ବୀ ଶ ସର୍ବାଧିକ ୬୦ ରନ୍‌ର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ୩୪ ବଲ୍‌ରୁ ୭ ଚୌକା ଓ ୩ ଛକା ସହାୟତାରେ ୬୦ ରନର୍‌ ବିସ୍ଫୋରକ ଇଂନିସ ଖେଳିଛନ୍ତି ପୃଥ୍ବୀ । କ୍ୟାପଟେନ ଋଷଭ ପନ୍ତ ମଧ୍ୟ ୩୫ ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୫୧ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ସିମ୍ରନ ହେଟମେୟର ୨୪ ବଲ୍‌ରୁ ୩୭ ରନ୍‌ର ଦ୍ରୁତ ଇଂନିସ ଖେଳିଛନ୍ତି ।

ସୁପରକିଙ୍ଗ୍ସ ପକ୍ଷରୁ ଜସ ହେଜେଲଉଡ୍‌ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ରବିନ୍ଦ୍ର ଜାଡେଜା, ମୋଇନ ଅଲୀ ଓ ଡିଜେ ବ୍ରାଭୋ ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 10, 2021, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.