ETV Bharat / sports

IPL 2021: ମିଷ୍ଟ୍ରୀ ସ୍ପିନର ବନାମ ଭାରତୀୟ ଟି-୨୦ କ୍ୟାପଟେନ୍‌-ଇନ୍‌ ୱେଟିଂ

author img

By

Published : Sep 23, 2021, 6:48 PM IST

ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନ ୱେଟିଂ ଲିଷ୍ଟରେ ଥିବା ରୋହିତଙ୍କ ସିଧାସଳଖ ମୁକାବିଲା ମିଷ୍ଟ୍ରୀ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ସହ ହେବ । ଅଧିକ ପଢନ୍ତୁ...

IPL 2021, MI vs KKR: It's Rohit Sharma vs Varun Chakravarthy
IPL 2021: ମିଷ୍ଟ୍ରୀ ସ୍ପିନର ବନାମ ଭାରତୀୟ ଟି-୨୦ କ୍ୟାପଟେନ୍‌-ଇନ୍‌ ୱେଟିଂ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ୩୪ତମ ମ୍ୟାଚ୍‌ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ରହିଛି । UAE ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପରାସ୍ତ ହୋଇଥିଲା ମୁମ୍ବାଇ । ଫଳରେ ଟିମ ଏହି ପରାଜୟକୁ ଭୁଲି ବିଜୟ ଟ୍ରାକ୍‌କୁ ଫେରିବା ଲକ୍ଷ୍ୟରେ ରହିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୂର୍ବ ମ୍ୟାଚ୍‌ ଖେଳିନଥିବା କ୍ୟାପଟେନ ରୋହିତ ଶର୍ମା କୋଲକାତା ବିପକ୍ଷ ମ୍ୟାଚରେ ଖେଳିବାକୁ ଯାଉଛନ୍ତି । ଫଳରେ ଲଢେଇ ରୋହିତ ଶର୍ମା ଓ KKRର ମିଷ୍ଟ୍ରୀ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରେ ହେବାକୁ ଯାଉଛି ବୋଲି କୁହାଯାଉଛି । ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଏହି ମ୍ୟାଚ୍‌ ଖେଳାଯିବ ।

ଉଭୟ ଟିମ ୨୮ ଥର ମୁହାଁମୁହିଁ ହୋଇଛନ୍ତି, ସେଥିରୁ ମୁମ୍ବାଇ ୨୨ଟି ଜିତିଥିବାବେଳେ କୋଲକାତା କେବଳ ୬ଟିରେ ବିଜୟୀ ହୋଇଛି ।

ରେକର୍ଡ କହୁଛି, ରୋହିତଙ୍କ ରେକର୍ଡ KKR ବିପକ୍ଷରେ ସର୍ବଦା ଭଲ ରହିଆସିଛି । ଫଳରେ ୩୪ ବର୍ଷୀୟ ଷ୍ଟାର ବ୍ୟାଟ୍ସମ୍ୟାନ କମବ୍ୟାକ କରିବାକୁ ଏହା ଭଲ ମୌକା ଭାବେ ବାଛିପାରନ୍ତି । ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନ ୱେଟିଂ ଲିଷ୍ଟରେ ଥିବା ରୋହିତଙ୍କ ସିଧାସଳଖ ମୁକାବିଲା ମିଷ୍ଟ୍ରୀ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ସହ ହେବ । KKR ଖେଳିଥିବା ଶେଷ ମ୍ୟାଚରେ ବରୁଣ, ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ ଚିତ୍‌ପଟାଙ୍ଗ କରିଥିଲେ । ଫଳରେ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା ବିରାଟଙ୍କ ବାଙ୍ଗାଲୋର । ୩ ଓଭର ବୋଲିଂ କରି ୩ଟି ୱିକେଟ ହାସଲ କରିବା ସହିତ ୧୫ଟି ଡଟ୍‌ ବଲ୍‌ ବୋଲିଂ କରିଥିଲେ ତାମିଲନାଡୁ ସ୍ପିନର ବରୁଣ । ୩ଟି ୱିକେଟ ମଧ୍ୟରେ ଅଷ୍ଟ୍ରେଲୀୟ ପାୱରହିଟର ଗ୍ଳେନ ମାକ୍ସୱେଲ ମଧ୍ୟ ସାମିଲ ଥିଲେ । RCB କ୍ୟାପଟେନ ବିରାଟ କୋହଲି ମ୍ୟାଚ୍‌ପରେ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଦର୍ଶନରେ ପ୍ରଭାବିତ ହେବାସହ ପ୍ରଂଶସା କରିଥିଲେ ଓ ଭାରତ ପାଇଁ ଟି-୨୦ ବିଶ୍ବକପରେ ଖେଳିବାକୁ ଯାଉଥିବାରୁ ବୋଲିଂରେ ପ୍ରମୁଖ ଭୂମିକା ନିଭାଇ ପାରନ୍ତି ବୋଲି କହିଥିଲେ ।

ତେବେ ମୁମ୍ବାଇର ବ୍ୟାଟିଂକ୍ରମ ବେଶ ଶକ୍ତିଶାଳୀ ରହିଛି । ଶେଷ ଥର ପାଇଁ ଯେବେ ଚେନ୍ନାଇରେ IPLର ପ୍ରଥମ ପର୍ଯ୍ୟାୟରେ ଦୁଇଟିମ ମୁହାଁମୁହିଁ ହୋଇଥିଲା, ରୋହିତ ୩୨ ବଲ୍‌ରୁ ୪୩ ରନ୍‌ର ଇଂନିସ ଖେଳିଥିଲେ ଓ ଚକ୍ରବର୍ତ୍ତୀ ୪ ଓଭରରେ ୨୭ ରନ୍‌ ବ୍ୟୟରେ ଗୋଟିଏ ସଫଳତା ହାସଲ କରିଥିଲେ । ମୁମ୍ବାଇ ଏହି ମ୍ୟାଚ୍‌କୁ ୧୦ ରନ୍‌ରେ ଜିତି ନେଇଥିଲା । ମାତ୍ର ବାଙ୍ଗାଲୋର ବିପକ୍ଷ ବିଜୟ କୋଲକାତା ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ୮ଟି ମ୍ୟାଚ୍‌ରୁ ୬ ପଏଣ୍ଟ ସହ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ପହଞ୍ଚିଯାଇଛି । ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିବାକୁ ହେଲେ ଇଆନ ମୋର୍ଗାନଙ୍କ ଟିମକୁ ବିଜୟ ଟ୍ରାକ୍‌ରେ ରହିବାକୁ ହେବ ।

ଅନ୍ୟପଟେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ୟାପଟେନ ରୋହିତ ଶର୍ମାଙ୍କୁ ବିଶ୍ରାମ ସହ ଚେନ୍ନାଇ ବିପକ୍ଷରେ ୨୦ ରନ୍‌ରେ ପରାସ୍ତ ହୋଇଥିଲା ମୁମ୍ବାଇ । ଉଭୟ ଖେଳାଳିଙ୍କୁ ସାମାନ୍ୟ ଆହତ ସମସ୍ୟାରୁ ବାହାରିବାକୁ ସୁଯୋଗ ଦେଇଥିଲା ଟିମ ।

ହାର୍ଦ୍ଦିକଙ୍କୁ ନେଇ ଏଯାବତ ସ୍ପଷ୍ଟତା ନଥିବାବେଳେ, କୋଲକାତା ବିପକ୍ଷ ମ୍ୟାଚ୍‌ରେ ରୋହିତ ଫେରିବାନେଇ ସଙ୍କେତ ଦେଇଛନ୍ତି କୋଚ୍‌ ମାହେଲା ଜୟବର୍ଦ୍ଧନେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.