ETV Bharat / sports

IPL 2023: ଗିଲ୍‌ଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ-ସାମି ହାତେଇଲେ ପର୍ପଲ କ୍ୟାପ

author img

By

Published : May 30, 2023, 8:16 AM IST

ଚଳିତ ସିଜିନରେ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ହାସଲ କେଲ ଶୁଭମନ ଗିଲ । ସର୍ବାଧିକ ଓ୍ବିକେଟ ନେଇ ପର୍ପଲ କ୍ୟାପ ହାସଲ କରିଛନ୍ତି ସାମି । ଅଧିକ ପଢନ୍ତୁ

Shubman Gill bags Orange Cap
Shubman Gill bags Orange Cap

ହାଇଦ୍ରାବାଦ: ଶେଷ ହୋଇଛି ଆଇପିଏଲର 16ତମ ସଂସ୍କରଣ । ଚଳିତ ସିଜିନରେ ସର୍ବାଧିକ ରନ କରି ଅରେଞ୍ଜ୍‌ କ୍ୟାପ୍‌ ହାତେଇଛନ୍ତି ଗୁଜୁରାଟ ଚାଇଟନ୍ସର ଯୁବ ବ୍ୟାଟର ଶୁଭମନ ଗିଲ । 17ଟି ମ୍ୟାଚ ଖେଳି ମୋଟ 890 ରନ ସଂଗ୍ରହ କରି ଏହି ସମ୍ମାନ ହାସଲ କରିଛନ୍ତି ଶୁଭମନ । ଅନ୍ୟପଟେ ଚଳିତ ସଂସ୍କରଣରେ ସର୍ବାଧିକ ଓ୍ବିକେଟ ନେଇ ଗୁଜୁରାଟ ଚାଇଟନ୍ସର ଦ୍ରୁତ ବୋଲର ମହମ୍ମଦ ସାମି ପର୍ପଲ କ୍ୟାପ ହାତେଇ କରିଛନ୍ତି।

ଆଇପିଏଲ 2023ରେ ଶୁଭମନଙ୍କ ରେକର୍ଡ : ଚଳିତ ସଂସ୍କରଣରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ମୋଟ 17ଟି ମ୍ୟାଚ ଖେଳି ସର୍ବାଧିକ 890 ରନ ସଂଗ୍ରହ କରିଛନ୍ତି ଗିଲ୍‌ । ଏଥିରେ 3ଟି ଶତକ ସାମିଲ ଥିବା ବେଳେ 4ଟି ଅର୍ଦ୍ଧ ଶତକ ମଧ୍ୟ ରହିଛି । ଚଳିତ ସିଜିନରେ ତାଙ୍କର ଷ୍ଟ୍ରାଇକ ରେଟ୍‌ 157.8 ରହିଥିବା ବେଳେ ସର୍ବାଧିକ ବ୍ୟକ୍ତିଗତ ସ୍କୋର 129 ରହିଛି । ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ସେ ଏହି ଶତକ ହାସଲ କରିଥିଲେ । ଫାଇନାଲ ମ୍ୟାଚରେ ଗିଲ 20 ବଲରୁ 39 ରନ ସଂଗ୍ରହ କରିଥିଲେ । ଚଳିତ ସିଜନରେ ଗିଲ 85 ଟି ଚୌକା ଓ 33ଟି ଛକା ମାରିଛନ୍ତି । ସେହିପରି ଦ୍ବିତୀୟ ସର୍ବାଧିକ ରନ କରିଛନ୍ତି ବାଙ୍ଗାଲୋରର ଅଧିନାୟକ ଡୁପ୍ଲେସିସ୍‌ । ସେ ମୋଟ 14ଟି ମ୍ୟାଚ ଖେଳି ସେ 730 ରନ ସଂଗ୍ରହ କରିଥିବା ବେଳେ 60ଟି ଚଉକା ଓ 36ଟି ଛକା ମାରିଥିଲେ । ତୃତୀୟ ସର୍ବାଧିକ ରନ ହାସଲ କରିଛନ୍ତି ବାଙ୍ଗାଲୋରର ବିରାଟ କୋହଲି । ମୋଟ 14ଟି ମ୍ୟାଚରୁ ସେ 630 ରନ ସଂଗ୍ରହ କରିଛନ୍ତି । ଆଇପିଏଲ ଇତିହାସରେ ସମସ୍ତ ସିଜନରେ ଗିଲ୍‌ ଦ୍ବିତୀୟ ସର୍ବାଧିକ ସ୍କୋର କରିଛନ୍ତି । ଗୋଟିଏ ସିଜିନ୍‌ରେ ପ୍ରଥମ ସର୍ବାଧିକ ସ୍କୋର୍‌ ରେକର୍ଡ କୋହଲିଙ୍କ ନାମରେ ରହିଛି । ସେ 2016 ସିଜନରେ ବାଙ୍ଗାଲୋର ପକ୍ଷରୁ ସର୍ବାଧିକ 973 ରନ୍‌ କରିଥିଲେ।

ସାମିଙ୍କୁ ପର୍ପଲ କ୍ୟାପ: ଚଳିତ ସଂସ୍କରଣରେ ସବୁଠାରୁ ଅଧିକ ଓ୍ବିକେଟ ଅକ୍ତିଆର କରି ଅରେଞ୍ଜ୍‌ କ୍ୟାପ ହାସଲ କରିଛନ୍ତି ଗୁଜୁରାଟ ଟାଇଟନ୍ସର ଦ୍ରୁତ ବୋଲର ମହମ୍ମଦ ସାମି । ମୋଟ 17ଟି ମ୍ୟାଚ୍‌ ଖେଳି ସର୍ବାଧିକ 28ଟି ଓ୍ବିକେଟ ନେଇ ଅରେଞ୍ଜ କ୍ୟାପ ପିନ୍ଧିଛନ୍ତି ସାମି। ସେହିପରି ଗୁଜୁରାଟ ଟିମର ମୋହିତ ଶର୍ମା ଚଳିତ ସିଜିନରେ 14ଟି ମ୍ୟାଚ ଖେଳି 27 ଟି ଓ୍ବିକେଟ ନେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଗୁଜୁରାଟର ବୋଲର ରାସିଦ ଖାନ 27ଟି ଓ୍ବିକେଟ ନେଇ ତୃତୟୀ ସ୍ଥାନରେ ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ବୋଲର ପିୟୁସ ଚାଓ୍ବଲା 22ଟି ଓ୍ବିକେଟ ନେଇ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.