ETV Bharat / sports

ବାୟୋବବଲରେ ଭାଇରସ ପହଞ୍ଚିଲା କିଭଳି ତାହା କହିବା କଷ୍ଟକର: ସୌରଭ ଗାଙ୍ଗୁଲି

ବାୟୋବବଲ ପର୍ଯ୍ୟନ୍ତ କୋରୋନା ଭାଇରସ ପହଞ୍ଚିଲା କିଭଳି ତାହା କହିବା କଷ୍ଟକର ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଅଧିକ ପଢ଼ନ୍ତୁ...

ବାୟୋବବଲରେ ଭାଇରସ ପହଞ୍ଚିଲା କିଭଳି ତାହା କହିବା କଷ୍ଟକର: ସୌରଭ ଗାଙ୍ଗୁଲି
ବାୟୋବବଲରେ ଭାଇରସ ପହଞ୍ଚିଲା କିଭଳି ତାହା କହିବା କଷ୍ଟକର: ସୌରଭ ଗାଙ୍ଗୁଲି
author img

By

Published : May 6, 2021, 6:22 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହୋଇଛି ଆଇପିଏଲ 2021 । ଏକାଧିକ ଫ୍ରାଞ୍ଚାଇଜିର ଖେଳାଳି ବା ସପୋର୍ଟ ଷ୍ଟାଫ କୋରୋନା ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନେଇଥିଲା ବିସିସିଆଇ । ସୁରକ୍ଷିତ ବାୟୋ ବବଲରେ ରହିବା ସତ୍ତ୍ବେ ଖେଳାଳି ଓ ଅନ୍ୟ କର୍ମଚାରୀ କୋରୋନା କିଭଳି ସଂକ୍ରମିତ ତାହାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ତେବେ ବାୟୋ ବବଲ ପର୍ଯ୍ୟନ୍ତ କୋରୋନା ଭାଇରସ ପହଞ୍ଚିଲା କିଭଳି ତାହା କହିବା କଷ୍ଟକର ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ଏକ ସାକ୍ଷାତକାରରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ, "ଆମକୁ ଯେଉଁ ରିପୋର୍ଟ ମିଳିଛି ତାହା ଅନୁଯାୟୀ ବାୟୋବବଲ ନିୟମ ଉଲ୍ଲଂଘନ ହୋଇନାହିଁ କହିବା ଠିକ ହେବନି । ବାୟୋ ବବଲ ପର୍ଯ୍ୟନ୍ତ କୋରୋନା ଭାଇରସ ପହଞ୍ଚିଲା କିଭଳି ତାହା ଏବେ କହିବା କଷ୍ଟକର । ବିସିସିଆଇ ପକ୍ଷରୁ ଦେଶର କେତେକ ସହରରେ ଆଇପିଏଲ 2021 ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କାରଣ ସେହି ସମୟରେ ଦେଶର ବହୁ କମ ସଂକ୍ରମିତ ଚିହ୍ନଟ ହେଉଥିଲେ ।"

ବିସିସିଆଇ ସଭାପତିଙ୍କ ମୁତାବକ ବାୟୋବବଲ ସାହାଯ୍ୟରେ ଭାରତରେ ଇଂଲଣ୍ଡଗସ୍ତ ସଫଳତା ପୂର୍ବକ ଆୟୋଜନ ହୋଇଥିଲା । ଦୁବାଇରେ ଆଇପିଏଲ ଆୟୋଜନ ଉପରେ ଆଲୋଚନା ହୋଇଥିଲା । ଫେବ୍ରୁଆରୀ ମାସରେ କୋରୋନା ସଂକ୍ରମଣ କମ ଥିଲା । କିନ୍ତୁ ଗତ 3 ମାସରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ମୁମ୍ବାଇରେ ବିନା କୌଣସି କୋରୋନା ମାମଲାରେ ଟୁର୍ଣ୍ଣାମେଣ୍ଟ ସମାପ୍ତ ହୋଇଥିଲା । ତେବେ ମୁମ୍ବାଇ ପରେ ଅନ୍ୟ ସହରରେ ମ୍ୟାଚ ଆୟୋଜନ ହେଉଥିବାବେଳେ କିଭଳି ଖେଳାଳି ସଂକ୍ରମିତ ହେଲେ, ତାହାରି ଉପରେ ତର୍ଜମା ଚାଲିଛି ।

ବାକି ଥିବା ଆଇପିଏଲ ମ୍ୟାଚ କେବେ ଆୟୋଜନ ହେବ ତାହା କହିବା ଅସମ୍ଭବ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି । ବର୍ତ୍ତମାନ ବିଦେଶୀ ଖେଳାଳିଙ୍କୁ ସ୍ବଦେଶ ଫେରାଇବା ଉପରେ ଅଧିକ ଧ୍ୟାନ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.