ETV Bharat / sports

ଧୋନିଙ୍କୁ ଛାଡିବାକୁ ଚାହେଁନି CSK - ଆଇପିଏଲ

ଧୋନିଙ୍କୁ ଚେନ୍ନାଇର କିଙ୍ଗ କହିଲେ କିଛି ଭୁଲ ହେବ ନାହିଁ । ତାଙ୍କୁ ଦଳ କେବେ ହେଲେ ଛାଡିବାକୁ ଚାହେଁନାହିଁ । ଆଗାମୀ ସିଜିନରେ ଯଦି ମେଗା ନିଲାମ ପ୍ରକ୍ରିୟା ନଥାନ୍ତା ତେବେ ଦଳ କେବେ ହେଲେ ଧୋନିଙ୍କୁ ଛାଡିବନି ବୋଲି କହିଛନ୍ତି ଜଣେ ସିଏସକେ ଅଧିକାରୀ । ଅଧିକ ପଢନ୍ତୁ...

ସିଏସକେକୁ ନିଲାମି ଡର, ଧୋନିଙ୍କୁ ଛାଡିବାକୁ ଚାହେଁନି ଦଳ

author img

By

Published : Oct 17, 2021, 1:40 PM IST

Updated : Oct 17, 2021, 1:55 PM IST

ନୂଆଦିଲ୍ଲୀ: ଚେନ୍ନାଇର ଚମକ ହେଉଛନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତାଙ୍କ ଅଧିନାୟକତ୍ବରେ ଦଳ ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି । ଧୋନିଙ୍କୁ ଚେନ୍ନାଇର କିଙ୍ଗ କହିଲେ କିଛି ଭୁଲ ହେବ ନାହିଁ । ତାଙ୍କୁ ଦଳ କେବେ ହେଲେ ଛାଡିବାକୁ ଚାହେଁନାହିଁ । ଆଗାମୀ ସିଜିନରେ ଯଦି ମେଗା ନିଲାମ ପ୍ରକ୍ରିୟା ହୁଏ ତଥାପି ଦଳ କେବେ ହେଲେ ଧୋନିଙ୍କୁ ଛାଡିବନି ବୋଲି କହିଛନ୍ତି ଜଣେ CSK ଅଧିକାରୀ ।

ଚେନ୍ନାଇ ନିଲାମ ପ୍ରକ୍ରିୟାରେ କିଣୁଥିବା ଖେଳାଳିଙ୍କ ମଧ୍ୟରେ ଧୋନି ହିଁ ପ୍ରଥମ ଖେଳାଳି । 2022 ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପୂର୍ବରୁ ହେବାକୁ ଥିବା ମେଗା ନିଲାମର ନିୟମ ନେଇ ସିଏସକେ କହିଛି ଧୋନିଙ୍କୁ ଦଳ କେବେ ହେଲେ ଛାଡିବାକୁ ଚାହିଁବ ନାହିଁ । ଏହା ପୂର୍ବରୁ ଧୋନି କହିଥିଲେ ଯେ ଏହା BCCI ଉପରେ ନ୍ୟସ୍ତ । ଆସନ୍ତା ସିଜନରେ ସେମାନେ କିପରି ନିଲାମ ପାଇଁ ନିୟମ ଗଠନ କରିବେ ତାହା ଆସନ୍ତା ସିଜନରେ ଜଣେ ଖେଳାଳି ଭାବରେ CSK ସହିତ ଜଡିତ ହେବ କି ନାହିଁ ତାହା ସ୍ଥିର କରିବ ।

ନିଲାମ ଖେଳାଳି ଭାବରେ ଏମଏସ ପ୍ରଥମ ରହିବେ ଏଥିରେ ସନ୍ଦେହ ନାହିଁ । କିନ୍ତୁ ସର୍ବପ୍ରଥମେ ଆମକୁ ନିୟମ ବିଷୟରେ ଜାଣିବା ଦରକାର, ଯାହା ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଜାଣିନାହୁଁ । ଆମେ ପ୍ରଥମେ ଧୋନିଙ୍କୁ ସୁରକ୍ଷିତ ରଖିବାକୁ ଚାହିଁବୁ ବୋଲି କହିଛି CSK । ଶୁକ୍ରବାର ଫାଇନାଲ ଜିତିବା ପରେ ଧୋନି ଏ ପ୍ରସଙ୍ଗରେ କହିଛନ୍ତି ଏହା BCCI ଉପରେ ନିର୍ଭର କରେ । ଆମକୁ ସିଏସକେ ପାଇଁ କଣ ଭଲ ହେବ ତାହା ଉପରେ ନିଷ୍ପତ୍ତି ନେବାକୁ ପଡିବ ବୋଲି କହିଛନ୍ତି ଏମଏସଡି ।

ସିଏସକେ ଆହୁରି କହିଛି 40 ବର୍ଷୀୟ ୱିକେଟକିପର ଧୋନିଙ୍କ ବିନା ଦଳ କିଛି କରିପାରିବ ନାହିଁ । ପରବର୍ତ୍ତୀ ସିଜିନ ପାଇଁ ନିଲାମରେ ଅଧିକାଂଶ ଖେଳାଳି ଯିବାକୁ ସ୍ଥିର ହୋଇଛି । ଆଇପିଏଲ୍ 2022 ଦୁଇଟି ନୂଆ ଦଳ ଗଠନ ହୋଇପାରେ । ଧୋନିଙ୍କ ଭଳି ବ୍ୟକ୍ତିଙ୍କୁ ରଖିବାକୁ କେଉଁ ଦଳ ବା ଫ୍ରାଞ୍ଚାଇଜ କାହିଁକି ବା ଚାହିଁବ ନାହିଁ । ଆଗାମି ସିଜନରେ ଦୁଇଟି ନୂଆ ଦଳ ଗଠନ ହେବ ଫଳରେ କଡକ୍କ ପ୍ରତିଯୋଗିତା ଦେଖିବାକୁ ମିଳିବ । ଅନେକ ଜିନିଷ ଅଛି ଯାହାକୁ ଆମକୁ ଦେଖିବାକୁ ପଡିବ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଧୋନିଙ୍କୁ ଚାହିଁବୁ । ବାକି ସବୁ ବିସିସିଆଇ ଦ୍ବାରା ସ୍ଥିର କରାଯାଇଥିବା ନିୟମ ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସିଏସକେ ଅଧିକାରୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Oct 17, 2021, 1:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.