ETV Bharat / sports

IPL 2021: ୬ ୱିକେଟରେ RCBକୁ ହରାଇଲା CSK

କାମ ଦେଲାନୀ କୋହଲି ଓ ପାଦିକ୍କଲଙ୍କ ଅର୍ଦ୍ଧଶତକ । ୬ ଓ୍ବିକେଟରେ RCBକୁ ହରାଇଲା CSK । ଅଧିକ ପଢନ୍ତୁ...

IPl2021:  ୬ ଓ୍ବକେଟରେ RCBକୁ ହରାଇଲା CSK
IPl2021: ୬ ଓ୍ବକେଟରେ RCBକୁ ହରାଇଲା CSK
author img

By

Published : Sep 25, 2021, 7:01 AM IST

ଶାରଜାହା: ଚଳିତ IPLରେ ଚେନ୍ନାଇର ବିଜୟ ଧାରା ଜାରି । ଗତକାଲି ଆଇପିଏଲର ୩୫ତମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ବିକେଟରେ ହରାଇଛି ଚେନ୍ନାଇ ସୁପର କିଙ୍ଗସ । ଫଳରେ ନିଜର ବିଜୟ ଧାରା ଜାରି ରଖି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି CSK । ପ୍ରଥମେ ଧୋନିଙ୍କ ବାହିନୀ ଟସ୍‌ ଜିତି କୋହଲି ବାହିନୀଙ୍କୁ ବ୍ୟାଟିଙ୍ଗ ପାଇଁ ଆମନ୍ତ୍ରଣ କରିଥିଲେ । ଫଳରେ ୨୦ ଓଭର ଶେଷ ଶୁଦ୍ଧା RCB ୬ ଓ୍ବିକେଟ ହରାଇ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା ।

ଏହା ପରେ CSKକୁ ୧୫୭ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଶେଷରେ ଚେନ୍ନାଇ ସୁପର କିଙ୍ଗସ ୪ ଓ୍ବିକେଟ ହରାଇ ୧୫୭ ରନ୍ ସଂଗ୍ରହ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା । ଦଳ ପକ୍ଷରୁ ଋତୁରାଜ ଗାଏକ୍ବାଡ ୩୮, ଫାପ ଡୁ ପ୍ଲେସି ୩୧ , ମୋଇନ ଅଲୀ ୨୩, ଅମ୍ବାତି ରାୟୁଡୁ ୩୨ ରନ କରି ଦଳର ବିଜୟ ପଥକୁ ଆଗକୁ ନେଇଥିଲେ । ସୁରେଶ ରାଇନାଙ୍କ ଅପରାଜିତ ୧୭ ରନ୍ ଓ ଧୋନିଙ୍କ ୧୧ ରନ ବଳରେ ଦଳ ୧୯ ଓଭର ପୂର୍ବରୁ ବିଜୟୀ ହୋଇଥିଲା ।

ସେପଟେ RCB ପକ୍ଷରୁ କ୍ୟାପଟେନ ବିରାଟ କୋହଲି ୪୧ ବଲ୍‌ରୁ ୬ ଚୌକା ଓ ଗୋଟିଏ ଛକା ସହାୟତାରେ ୫୩ ରନ୍‌ କରି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦେବଦତ୍ତ ପାଦିକ୍କଲ ୫୦ ବଲ୍‌ରୁ ୫ ଚୌକା ଓ ୩ ଛକା ସହାୟତାରେ ୭୦ ରନ୍‌ କରି ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଶେଷରେ ଗତକାଲି RCB ପରାଜୟ ବରଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.