ETV Bharat / sports

ଚେନ୍ନାଇର ଧିମା ପିଚକୁ ନେଇ ବେନ ଷ୍ଟୋକ୍ସଙ୍କ ଅସନ୍ତୋଷ

author img

By

Published : Apr 24, 2021, 4:19 PM IST

Updated : Apr 24, 2021, 4:32 PM IST

ଚେନ୍ନାଇର ଧିମା ପିଚକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଇଂଲିଶ କ୍ରିକେଟର ବେନ ଷ୍ଟୋକ୍ସ । ଷ୍ଟୋକ୍ସଙ୍କ ମତରେ ଟୁର୍ଣ୍ଣାମେଣ୍ଟ ବଢ଼ିବା ସହ ଚେନ୍ନାଇର ପିଚ ଖରାପ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ...

ଚେନ୍ନାଇର ଧିମା ପିଚକୁ ନେଇ ବେନ ଷ୍ଟୋକ୍ସଙ୍କ ଅସନ୍ତୋଷ
ଚେନ୍ନାଇର ଧିମା ପିଚକୁ ନେଇ ବେନ ଷ୍ଟୋକ୍ସଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ଚେନ୍ନାଇର ଧିମା ପିଚକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଇଂଲିଶ କ୍ରିକେଟର ବେନ ଷ୍ଟୋକ୍ସ । ଷ୍ଟୋକ୍ସଙ୍କ ମତରେ ଟୁର୍ଣ୍ଣାମେଣ୍ଟ ବଢ଼ିବା ସହ ଚେନ୍ନାଇର ପିଚ ଖରାପ ହେବାରେ ଲାଗିଛି । ଫଳରେ ମ୍ୟାଚରେ କମ ସ୍କୋର ହେବା ସହ ଆଇପିଏଲର ଅସଲ ମଜା ନଷ୍ଟ ହେଉଛି ବୋଲି ସେ କହିଛନ୍ତି ।

ଆଙ୍ଗୁଟିରେ ଆଘାତ ଲାଗିବା ପରେ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜିରୁ ସ୍ବଦେଶ ଫେରି ଯାଇଛନ୍ତି ଅଲରାଉଣ୍ଡର ବେନ ଷ୍ଟୋକ୍ସ । ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଏକ କ୍ୟାଚ ଧରିବା ବେଳେ ତାଙ୍କ ଆଙ୍ଗୁଟିରେ ଆଘାତ ଲାଗିଥିଲା । ତେବେ ତାଙ୍କ ମତରେ ରୋମାଞ୍ଚକର ମୁକାବିଲା ପାଇଁ 160ରୁ 170 ସ୍କୋର ହେବା ଆବଶ୍ୟକ । ଯାହା ଦ୍ବାରା ଅସଲି ଟି-20ର ମଜା ଉଠାଇ ପାରିବେ ଉଭୟ ଖେଳାଳି ଓ ଦର୍ଶକ ।

ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ 2021ର 17ତମ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ 131 ରନ କରିବାକୁ ମୁମ୍ବାଇ ଇଣ୍ଡିଆନ୍ସକୁ କଡ଼ା କସରତ କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ଟ୍ବିଟ କରି ପିଚ ପ୍ରତି ଅସନ୍ତୋଷ ଜାହିର କରିଥିଲେ ବେନ ଷ୍ଟୋକ୍ସ ।

ବେନ ଷ୍ଟୋକ୍ସ ଟ୍ବିଟ କରି ଲେଖିଛନ୍ତି ଯେ, " ଆଶା କରୁଛି ଆଇପିଏଲର ଟୁର୍ଣ୍ଣାମେଣ୍ଟ ବଢ଼ିବା ସହ ଚେନ୍ନାଇ ପିଚ ଖରାପ ହେବନି । ଖରାପ ପିଚ ଯୋଗୁଁ ଦଳୀୟ ସ୍କୋର 150ରୁ 160 ହେବା ବଦଳରେ ମାତ୍ର 130ରୁ 140 ରହୁଛି ।"

  • Hope the wickets don’t get worse as the @IPL gets deeper into the tournament..160/170 minimum not scraping to 130/140 cause the wickets are trash..

    — Ben Stokes (@benstokes38) April 23, 2021 " class="align-text-top noRightClick twitterSection" data=" ">

ତେବେ ମୁମ୍ବାଇ ବିପକ୍ଷରେ ପଞାବ କିଙ୍ଗ୍ସ ମାତ୍ର 17.3 ଓଭରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ । ଚଳିତ ଆଇପିଏଲ ସିଜିନରେ ମାତ୍ର ଦୁଇଥର 170ରୁ ଅଧିକ ସ୍କୋର ହୋଇଛି । ଏହି ପିଚରେ ପ୍ରଥମେ ବ୍ୟାଟିଂ କରି ଆରସିବି204 ରନ କରିଥିବା ବେଳେ କୋଲକାତା ନାଇଟ ରାଇଡର୍ସ 187 କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2021, 4:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.