ETV Bharat / sports

IPL 2023: ଆଇପିଏଲରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ, କହିଲେ ଆଉ ଫେରିବିନି

ଆଇପିଏଲରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ । ଚଳିତ ସଂସ୍କରଣରେ ଦୁର୍ବଳ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଥିଲେ । ତେବେ ଆଜିର ମ୍ୟାଚ୍‌ ପରେ ସେ ଆଉ ଆଇପିଏଲକୁ ଫେରିବେନି ବୋଲି ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : May 28, 2023, 9:36 PM IST

ଆଇପିଏଲରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ
ଆଇପିଏଲରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ

ଅହମ୍ମଦାବାଦ: ସରିବାକୁ ଯାଉଛି ଆଇପିଏଲ ୨୦୨୩ ମହାସମର ଲିଗ୍‌ ପର୍ଯ୍ୟାୟ ପରେ ପ୍ରଥମ କ୍ବାଲିଫାୟର ଜିତି ଫାଇନାଲରେ ପହଞ୍ଚିଛି ଚେନ୍ନାଇ ସୁପର କିଙ୍ଗସ୍‌ । ସେପଟେ ଦ୍ବିତୀୟ କ୍ବାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଫାଇନାଲରେ ପାଦ ଦେଇଛି ଗୁଜରାଟ ଟାଇଟନ୍ସ । ଚଳିତ ସଂସ୍କରଣର ଆଜି ଅନ୍ତିମ ତଥା ଫାଇନାଲ ମ୍ୟାଚ୍ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚ୍‌ ପୂର୍ବରୁ କ୍ରିକେଟ ପ୍ରଶଂସକ, ବିଶେଷ କରି ଚେନ୍ନାଇ ସୁପର କିଙ୍ଗସ୍‌‌ର ପ୍ରଶଂସକଙ୍କୁ ମିଳିଛି ଏକ ଦୁଃଖ ଖବର । ଏହି ଫାଇନାଲ ମ୍ୟାଚ୍ ପରେ ସିଏସକେ ଖେଳାଳୀ ଅମ୍ବାତି ରାୟୁଡୁ ଆଇପିଏଲରୁ ନିଜର ଅବସର ଘୋଷଣା କରିଛନ୍ତି ।

  • 2 great teams mi nd csk,204 matches,14 seasons,11 playoffs,8 finals,5 trophies.hopefully 6th tonight. It’s been quite a journey.I have decided that tonight’s final is going to be my last game in the Ipl.i truly hav enjoyed playing this great tournament.Thank u all. No u turn 😂🙏

    — ATR (@RayuduAmbati) May 28, 2023 " class="align-text-top noRightClick twitterSection" data=" ">

ନିଜ ଟ୍ବିଟର ପେଜ୍‌ରେ ଏକ ପୋଷ୍ଟ କରି ଆଜିର ଫାଇନାଲ ମ୍ୟାଚ୍‌ ପରେ ଅବସର ନେବା ପାଇଁ ନିଷ୍ପତ୍ତି ନେଇଥିବା ଅମ୍ବାତି ରାୟୁଡୁ ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, "ଚେନ୍ନାଇ ସୁପର କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ଭଳି ଦୁଇଟି ଶ୍ରେଷ୍ଠ ଦଳ, ୨୦୪ ମ୍ୟାଚ୍, ୧୪ ସିଜିନ, ୧୧ ପ୍ଲେ ଅଫ୍, ୮ ଫାଇନାଲ୍, ୫ ଟ୍ରଫି । ଆଜି ରାତିରେ ଷଷ୍ଠ ଟ୍ରଫି ମିଳିବ ବୋଲି ମଧ୍ୟ ଆଶା । ତେବେ ଏହା ଏକ ଦୀର୍ଘ ଯାତ୍ରା ଥିଲା । ମୁଁ ନିଷ୍ପତ୍ତି ନେଇଛି ଯେ ଆଜି ରାତିର ଆଇପିଏଲ୍ ଫାଇନାଲ ମୋର ଶେଷ ମ୍ୟାଚ୍ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଖେଳି ବହୁତ ଉପଭୋଗ କରିଛି । ସମସ୍ତଙ୍କୁ ଧନ୍ୟବାଦ । ଆଉ ଫେରିବାର ନାହିଁ ।"

ପ୍ରକାଶ ଯୋଗ୍ୟ, ଅମ୍ବାତି ରାୟୁଡୁ ୨୦୧୦ରେ ଖେଳାଯାଇଥିବା ଆଇପିଏଲ୍ ସଂସ୍କରଣରେ ନିଜର ଆଇପିଏଲ ପଦାର୍ପଣ କରିଥିଲେ । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍‌ ପୂର୍ବରୁ ରାୟୁଡୁ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଖେଳିଥିଲେ । ୨୦୧୮ ସିଜିନରେ ଅମ୍ବାତି ରାୟଡୁ ପ୍ରଥମ ଥର ପାଇଁ ଚେନ୍ନାଇ ଦଳ ପକ୍ଷରୁ ଖେଳି ଧୋନୀ ବାହିନୀର ଏକ ଅଂଶ ହୋଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ରାୟୁଡୁ ୨୦୩ଟି ଆଇପିଏଲ୍ ମ୍ୟାଚ ଖେଳିଥିବା ବେଳେ ମୋଟ ୪ ହଜାର ୩୨୯ ରନ୍ ସଂଗ୍ରହ କରିଛନ୍ତି । ରାୟୁଡୁ ଚଳିତ ସଂସ୍କରଣରେ ୧୧ଟି ଇନିଂସ ଖେଳି ମାତ୍ର ୧୩୯ ରନ୍ ସ୍କୋର କରିବାରେ ସଫଳ ହୋଇଛନ୍ତି । ଖରାପ ଫର୍ମକୁ ନେଇ ଅନେକ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.