ETV Bharat / sports

IPL 2023: ମାର୍କରାମ ହେଲେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ

author img

By

Published : Feb 23, 2023, 3:35 PM IST

Updated : Feb 24, 2023, 6:50 AM IST

ଆଇପିଏଲ 16 ସଂସ୍କରଣ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଦକ୍ଷିଣ ଆଫ୍ରିକା ଖେଳାଳି ଏଡେନ ମାର୍କରାମଙ୍କୁ ଅଧିନାୟକ ନିଯୁକ୍ତ କରିଛି । ଅଧିକ ପଢନ୍ତୁ

aiden markram
ମାରକ୍ରମ ହେଲେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ

ନୂଆଦିଲ୍ଲୀ: ହାଇପ୍ରେଫାଇଲ ଇଣ୍ଡିଆ ପ୍ରିମୟର ଲିଗର 16ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ଭିତରେ ଅରେଞ୍ଜ ବାହିନୀ ତଥା ସନରାଇଜର୍ସ ହାଇଦ୍ରାବାଦ ତାର ଅଧିନାୟକ ନିଯୁକ୍ତ କରିଛି । ଦକ୍ଷିଣ ଆଫ୍ରିକା ଖେଳାଳି ଏଡେନ ମାର୍କରାମଙ୍କୁ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ନିଯୁକ୍ତ କରିଛି । ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ଚଳିତ ଆଇପିଏଲ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଦଳ । ଆଇପିଏଲ ଦଳର ମାଲିକ ଭାବି ଚନ୍ତି ଅଧିନାୟକ ନିଯୁକ୍ତ କରୁଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ଦକ୍ଷିଣ ଆଫ୍ରିକାର ଦମଦାର ଖେଳାଳି ଏଡେନ ମାର୍କରାମଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି । ଏ ନେଇ ଟ୍ବିଟ କରି ସୂଚନା ଦେଇଛି ଏସଆରଏଚ୍ । ଏଡେନ ମାରକ୍ରମ ଟି-20ରେ ସନରାଇଜର୍ସ ଇଷ୍ଟନକୁ ବିଜୟୀ କରାଇଥିଲେ । ଟ୍ବିଚ କରି ସନରାଇଜର୍ସ କହିଛି ଏବେ ଅପେକ୍ଷାର ଅନ୍ତ ହେଲା । ଏଡେନ ମାର୍କରାମଙ୍କୁ ଅଧିନାୟକ ଭାର ଦିଆଯାଉଛି।

ପୂର୍ବ ସଂସ୍କରଣରେ କେନ ୱିଲିୟମ ଦଳରେ ନେତୃତ୍ବ ନେଇଥିଲେ । ମାତ୍ର ଏଥର ଦଳର ଦାୟିତ୍ବ ନୂଆ ଖେଳାଳିଙ୍କୁ କରାଯାଇଛି । 28 ବର୍ଷୀୟ ଏଡେନ ମାର୍କରାମଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ହାଇଦ୍ରାବାଦ । ମାର୍କରାମ 369 ରନ କରିଛନ୍ତି । ତାଙ୍କର 127 ଷ୍ଟ୍ରାଇକ ରେଟ ରହିଛି । ଗତ ସିଜିନରେ ମାର୍କରାମ ହାଇଦ୍ରାବାଦ ପକ୍ଷରୁ ଖେଳି 3ଟି ଅର୍ଦ୍ଧଶତକ ଖେଳି 381 ରନ କରିଥଲେ । ଗତ ଆଇପିଏଲର କିଛି ସିଜନରେ ହ୍ରାଇଦ୍ରାବାଦର ପ୍ରଦର୍ଶନ ଭଲ ନଥିଲା । ତେଣୁ ଏଥର ମାର୍କରାମଙ୍କ ନେତୃତ୍ବରେ ଦଳ କିଛି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ...IPL 2023 Schedule: ମାର୍ଚ୍ଚ ୩୧ରେ ଗୁଜୁରାଟ-ଚେନ୍ନାଇ ଲଢ଼େଇ, ମେ ୨୮ରେ ଫାଇନାଲ

ପ୍ରକାଶ ଥାଉ କି ମାର୍ଚ୍ଚ 32 ତାରିଖରୁ ଆଇପିଏଲ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ୍ ଗୁଜୁରାଟ ଓ ଚେନ୍ନାଇ ପରସ୍ପରକୁ ଭେଟିବେ । ଗୁଜୁରାଟ କ୍ୟାପ୍ଟେନ ପାଣ୍ଡ୍ୟା ଓ ଚେନ୍ନାଇ ଅଧିନାୟକ ଧୋନୀଙ୍କ ମଧ୍ୟରେ ଫାଇଟ ହେବ । ମୋଟ 52 ଦିନରେ 70ଟି ମ୍ୟାଚ ଖେଳାଯିବ । 10 ଦଳ ମଧ୍ୟରେ 70ଟି ମ୍ୟାଚ ଖେଳାଯିବ । ମଇ 28 ତାରିଖରେ ଫାଇନାଲ ଖେଳାଯିବ । 12ଟି ସହରରେ ସମସ୍ତ ମ୍ୟାଚ ଖେଳାଯିବ । ଘରୋଇ ଓ ବାହାର ଫର୍ମାଟରେ ସମସ୍ତ ମ୍ୟାଚ ହେବ । ପ୍ରତି ଦଳ 14ଟି ଲେଖାଏଁ ଲିଗ ମ୍ୟାଚ ଖେଳିବେ ।

Last Updated : Feb 24, 2023, 6:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.