କଟକ: ପାଖେଇ ଆସୁଛି ଆଇପିଏଲ ସମର । ଏନେଇ ଆସନ୍ତା 12 ଓ 13 ରେ ହେବ ନିଲାମି ପ୍ରକ୍ରିୟା । ତେବେ ଏହି ନିଲାମ ପ୍ରକ୍ରିୟାରେ 590 ଜଣ ଖେଳାଳିଙ୍କ ନାଁ ସାମ୍ନାକୁ ଆସିଛି ।
ଏହାରି ମଧ୍ୟରେ ଦୁଇ ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ନାଁ ମଧ୍ୟ ଏହି ଚୂଡାନ୍ତ ଖେଳାଳି ତାଲିକାରେ ରହିଛି । ଯାହାକୁ ନେଇ ଖୁସି ଜାହିର କରିଛି ଓଡିଶା କ୍ରିକେଟ ଆସୋସିଏସନ(Odisha Cricket Association) । ତେବେ ପୂର୍ବରୁ IPL ନିଲାମ ପ୍ରକ୍ରିୟା ପାଇଁ 5 ଜଣ ଖେଳାଳିଙ୍କ ନାମ ସୁପାରିଶ କରିଥିଲା OCA ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ