ETV Bharat / sports

ମିନି-ଅକ୍ସନକୁ ଆଉ ଗୋଟିଏ ଦିନ, ଜାଣନ୍ତୁ କେତେବେଳେ ଓ କେମିତି ଦେଖିବେ

author img

By ETV Bharat Odisha Team

Published : Dec 17, 2023, 7:34 PM IST

IPL 2024 Auction: ଆଇପିଏଲ୍‌ ୨୦୨୪ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ଡିସେମ୍ବର ୧୯ ତାରିଖ ଅର୍ଥାତ ଆସନ୍ତା ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହେବ । ଏହିଦିନ ପ୍ରି-ଅକ୍ସନ ବିଶ୍ଳେଷଣ ଦିନ ୧୨ଟାରେ ଓ ଅକ୍ସନ ଦିନ ୧ଟାରୁ ଜିଓ ସିନେମାରେ ଫ୍ରି'ରେ ଟେଲିକାଷ୍ଟ ହେବ । ଅଧିକ ପଢ଼ନ୍ତୁ

କେତେବେଳେ ଓ କେମିତି ଦେଖିବେ ମିନି-ଅକ୍ସନ
କେତେବେଳେ ଓ କେମିତି ଦେଖିବେ ମିନି-ଅକ୍ସନ

ଦୁବାଇ: ପାଖେଇ ଆସୁଛି ସମୟ, ବଢ଼ୁଛି ଉତ୍କଣ୍ଠା । ଆଇପିଏଲ୍‌ ୨୦୨୪ ମହାସମର ପାଇଁ ଆରମ୍ଭ ହେଲାଣି କଉଣ୍ଟଡାଉନ୍‌ । ମିନି ଅକ୍ସନକୁ ଆଉ ଗୋଟିଏ ଦିନ ବାକି ଅଛି । ଏଥର ପ୍ରଥମ ଥର ପାଇଁ ବିଦେଶରେ ହେଉଛି ଆଇପିଏଲ୍‌ ଖେଳାଳି ନିମାମୀ ପ୍ରକ୍ରିୟା । ଦୁବାଇର କୋକାକୋଲା ଏରିନାରେ ଡିସେମ୍ବର ୧୯ (ମଙ୍ଗଳବାର) ଅନୁଷ୍ଠିତ ହେବ ମିନି ଅକ୍ସନ । ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ୭୭ ସ୍ଲଟ୍‌ ନେଇ ଦୁବାଇରେ ପହଞ୍ଚିବେ । ଏହି ୭୭ ସ୍ଲଟ୍‌ ପାଇଁ ସମୁଦାୟ ୩୩୩ କ୍ରିକେଟର୍‌ଙ୍କ ନାମ ପଞ୍ଜିକୃତ ହୋଇଛି । ଏମାନଙ୍କ ମଧ୍ୟରେ ୨୧୪ ଭାରତୀୟ କ୍ରିକେଟର ରହିଥିବାବେଳେ ୧୧୯ ବିଦେଶୀ କ୍ରିକେଟର ରହିଛନ୍ତି । ତେବେ ମିନି ଅକ୍ସନ ପୂର୍ବରୁ ନଜର ପକାନ୍ତୁ ବିଭିନ୍ନ ଦଳ ପାଖରେ ବଳକା ଟଙ୍କା ଓ ଦାମୀ କ୍ରିକେଟରଙ୍କ ବେସ୍‌ ପ୍ରାଇସ୍‌ ଉପରେ ।

ଗୁଜରାଟ ପର୍ସରେ ସର୍ବାଧିକ ଟଙ୍କା: ନିଲାମୀ ପ୍ରକ୍ରିୟା ପୂର୍ବରୁ ଖୋଲିଥିଲା ଆଇପିଏଲ୍‌ ଟ୍ରେଡ୍‌ ୱିଣ୍ଡୋ । ବିଭିନ୍ନ ଦଳ କିଛି ବଡ଼ ଧରଣର ଖଏଳାଳି ଅଦଳବଦଳ ମଧ୍ୟ କରିଥିଲେ । ସବୁଠାରୁ ଚର୍ଚ୍ଚାରେ ଥିଲା ହାର୍ଦ୍ଦିକ ପଣ୍ଡ୍ୟା ଓ କାମେରନ ଗ୍ରୀନଙ୍କ ଟ୍ରେଡ୍‌ । ଏହାପରେ ଦଳ ଗୁଡ଼ିକ ସେମାନଙ୍କ ପସନ୍ଦର ଖେଳାଳିଙ୍କୁ ରିଟେନ୍‌ ରଖି ଅନ୍ୟମାନଙ୍କୁ ରିଲିଜ୍‌ କରିଥିଲେ । ଏହାପରେ ସବୁଠାରୁ ଧନୀ ଦଳ ଭାବେ ଗୁଜରାଟ ଟାଇଟନ୍ସ ପାଖରେ ୩୮.୧୫ କୋଟି ବଳକା ରହିଛି । ଜାଣନ୍ତୁ କେଉଁ ଦଳ ପାଖରେ କେତେ ଟଙ୍କା ରହିଛି ବଳକା:-

ଗୁଜରାଟ ଟାଇଟନ୍ସ: ୩୮.୧୫ କୋଟି

ସନ୍‌ ରାଇଜର୍ସ ହାଇଦ୍ରାବାଦ: ୩୪ କୋଟି

କୋଲକାତା ନାଇଟ୍‌ ରାଇଡର୍ସ: ୩୨.୭ କୋଟି

ଚେନ୍ନାଇ ସୁପର କିଙ୍ଗସ: ୩୧.୪ କୋଟି

ପଞ୍ଜାବ କିଙ୍ଗସ: ୨୯.୧ କୋଟି

ଦିଲ୍ଲୀ କ୍ୟାପିଟାଲ୍ସ: ୨୮.୯୫ କୋଟି

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର: ୨୩.୨୫ କୋଟି

ମୁମ୍ବାଇ ଇଣ୍ଡିଆନ୍ସ: ୧୭.୭୫ କୋଟି

ରାଜସ୍ଥାନ ରୟାଲ୍ସ: ୧୪.୫ କୋଟି

ଲକ୍ଷ୍ନୌ ସୁପର ଜାଏଣ୍ଟସ: ୧୩.୧୫ କୋଟି

ଅକ୍ସନ କାର୍ଯ୍ୟସୂଚୀ: ଆଇପିଏଲ୍‌ ବିଶ୍ବର ସବୁଠାରୁ ଦାମୀ ଓ ବଡ଼ ଘରୋଇ କ୍ରିକେଟ୍‌ ଲିଗ୍‌ ଭାବେ ପରିଚୟ ପାଇଛି । ଯେଉଁଥିପାଇଁ କେବଳ ଭାରତ ନୁହେଁ, ସାରା ବିଶ୍ବର ଲୋକେ ଆଇପିଏଲ୍‌ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟାକୁ ମଧ୍ୟ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାଆନ୍ତି । ତେବେ ଆଇପିଏଲ୍‌ ୨୦୨୪ ପାଇଁ ମିନି ଅକ୍ସନ ଆଗାମୀ ମଙ୍ଗଳବାର (ଡିସେମ୍ବର ୧୯) ହେବାକୁ ଥିବାବେଳେ ବିଭିନ୍ନ ଦଳର ମ୍ୟାନେଜ୍‌ମେଣ୍ଟ ମଧ୍ୟ ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମ ଥର ପାଇଁ ବିଦେଶରେ ଆଇପିଏଲ୍‌ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ଏହା ଦୁବାଇର କୋକାକୋଲା ଏରିନାରେ ଆୟୋଜନ ହେବ । ପ୍ରି-ଅକ୍ସନ ବିଶ୍ଳେଷଣ ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବାକୁ ଥିବାବେଳେ ଅକ୍ସନ ପ୍ରକ୍ରିୟା ଆରମ୍ଭ ହେବ ଦିନ ଗୋଟାଏରେ । ତେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜିଓ ସିନେମା ଟେଲିକାଷ୍ଟ କରିବ ।

ଏହା ମଧ୍ୟ ପଢ଼ନ୍ତୁ...ବିରି ମାଡ଼ ଦେଖି କୋଳଥ ଚୋପା ! ମୁମ୍ବାଇ ଅବସ୍ଥା ଏମିତି, ସେପଟେ CSK ଖୋଜୁଛି ମାହିଙ୍କ ବିକଳ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.