ETV Bharat / sports

IPL 2022: ସୂତା ଖିଅରେ ଆରସିବିର ପ୍ଲେ-ଅଫ୍‌ ଆଶା

ପାଖଉଛି ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) ପ୍ଲେ-ଅଫ୍‌ ପର୍ଯ୍ୟାୟ । ସ୍ଥାନ ପକ୍କା କରିବାକୁ ଦଳମାନଙ୍କର ଜୋରଦାର କସରତ ଆରମ୍ଭ ହୋଇଛି । ଆଜି ଖେଳାଯିବାକୁ ଥିବା 67 ତମ ଲିଗ ମ୍ୟାଚରେ ଗୁଜୁରାଟ ଓ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

author img

By

Published : May 19, 2022, 1:58 PM IST

ଆଜି ଗୁୁଜୁରାଟ-ବାଙ୍ଗାଲୋର ମୁକାବିଲ
ଆଜି ଗୁୁଜୁରାଟ-ବାଙ୍ଗାଲୋର ମୁକାବିଲ

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) ପ୍ଲେ-ଅଫ୍‌ ପର୍ଯ୍ୟାୟ ଯେତିକି ପାଖଉଛି ସେହିମାତ୍ରାରେ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି । ଗୁଜୁରାଟ ଓ ଲକ୍ଷ୍ନୌ ପ୍ଲେ-ଅଫରେ ପ୍ରବେଶ କରିସାରିଛନ୍ତି । ଆଜି (ଗୁରୁବାର) 67ତମ ଲିଗ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପରସ୍ପରକୁ ଭେଟିବେ । ପ୍ଲେ-ଅଫ୍‌ ଟିକେଟ ହାତେଇବାକୁ ଆରସିବି ପାଖରେ ଶେଷ ସୁଯୋଗ ରହିଛି । ଏହି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି ଫାଫ ଡୁପ୍ଲେସିସଙ୍କ ନେତୃାତଧୀନ RCB ।

ତେବେ ଏଥର ଆଇପିଏଲର ଲିଗ ପର୍ଯ୍ୟାୟର ପଏଣ୍ଟ ତାଲିକା ସମସ୍ତଙ୍କୁ ଚକିତ କରିଛି । ଏଥର ଆଇପିଏଲରେ ଟୁର୍ଣ୍ଣାମେଣ୍ଟ ଇତିହାସର ସବୁଠ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାକା ନାଇଟ ରାଇଡର୍ସ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିସାରିଛନ୍ତି । ଅନ୍ୟପଟେ ଏଥର ଆଇପିଏଲରେ ଡେବ୍ୟୁ କରିଥିବା ଦୁଇ ନୂଆ ଟିମ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ପ୍ଲେ-ଅଫ୍‌ରେ ପ୍ରବେଶ କରିସାଛନ୍ତି । ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ଲେ-ଅଫ ଆଶା ସୂତା ଖିଅରେ ରହିଛି ।

ଦଳ ୧୩ଟି ମ୍ୟାଚ୍‌ ଖେଳିସାରିଥିବାବେଳେ 14 ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ଟାଇଟନ୍ସକୁ ହରାଇ ପାରିଲେ ପଏଣ୍ଟ ଟେବୁଲ ଚତୁର୍ଥକୁ ଉନ୍ନିକ ହେବ । ମାତ୍ର ପ୍ଳେ-ଅଫ୍‌ ଟିକେଟ ହାସଲ କରିବାକୁ କେବଳ ଯଥେଷ୍ଠ ହେବନାହିଁ ବରଂ ବଡ ବ୍ୟବଧାନରେ ବିଜୟୀ ହେବାକୁ ପଡିବ । କାରଣ ଦିଲ୍ଲୀ କ୍ୟାପିଟାଲ୍ସ ସମାନ ୧୩ଟି ମ୍ୟାଚ୍‌ ଖେଳି ୧୪ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ପଜିଟିଭ ରନ୍‌ର ରେଟ୍‌ ଥିବାରୁ ଶେଷ ମ୍ୟାଚ୍‌ରେ ବିଜୟୀ ହେଲେ ଋଷଭ ପନ୍ତଙ୍କ ନେତୃତାଧୀନ ଟିମ ପ୍ଲେ-ଅଫ୍‌ ଖେଳିବ । ଅନ୍ୟପଟେ ଆରସିବି ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.