ETV Bharat / sports

IPL 2022: ଆଜି ଗୁଜୁରାଟ- ଲକ୍ଷ୍ନୌ ମୁକାବିଲା, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଦୁଇ ନୂଆ ଦଳ - ଆଜି ଲକ୍ଷ୍ନୌ ସୁପରଜାଏଣ୍ଟସ ବନାମ ଗୁଜୁରାଟ ଟାଇଟନ୍ସ

ଆଜି ଆଇପିଏଲ ୧୫ ସଂସ୍କରଣର ଚତୁର୍ଥ ମ୍ୟାଚ ଖେଳାଯିବ । ଚଳିତ ସିଜନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ଗୁଜୁରାଟ ଟାଇଟନ୍ସ ଆଜି (ସୋମବାର) ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି ଗୁଜୁରାଟ- ଲକ୍ଷ୍ନୌ ମୁକାବିଲା
ଆଜି ଗୁଜୁରାଟ- ଲକ୍ଷ୍ନୌ ମୁକାବିଲା
author img

By

Published : Mar 28, 2022, 7:40 AM IST

ମୁମ୍ବାଇ: ଟାଟା ଆଇପିଏଲର ଫଟାଫଟ କ୍ରିକେଟ ମ୍ୟାଚ ଜାରି ରହିଛି । ଆଜି ଚତୁର୍ଥ ମ୍ୟାଚ ଖେଳାଯିବ । ଚଳିତ ସିଜନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ଗୁଜୁରାଟ ଟାଇଟନ୍ସ ଆଜି (ସୋମବାର) ପରସ୍ପରକୁ ଭେଟିବେ । ଏହି ନୂଆ ଦଳ ଚଳିତ ସିଜିନରେ ତାଙ୍କର ଅଭିଯାନ ଆରମ୍ଭ କରିବେ । ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ଦଳ ନୂଆ ହେଲେ ଖେଳାଳିମାନେ ଅଭିଜ୍ଞ । ଅନ୍ୟଦଳ ସହିତ ଆଇପିଏଲ ମ୍ୟାଚ ଖେଳିଛନ୍ତି ଦୁଇ ଦଳର ଖେଳାଳି । ଲକ୍ଷ୍ନୌ ସୁପରଜାଏଣ୍ଟସରେ ତାରକା ଖେଳାଳି ଅଛନ୍ତି । ଅଧିନାୟକ ଲୋକେଶ ରାହୁଲ, ଦୀପକ ହୁଡା, କୃନାଳ ପାଣ୍ଡ୍ୟା, ରବି ବିଶ୍ନୋଇଙ୍କ ଭଳି ଖେଳାଳି ରହିଛନ୍ତି । ଗୁଜୁରାଟ ଟାଇଟନ୍ସର ମଧ୍ୟ କିଛି କମରେ ନାହିଁ । ଶୁଭମନ ଗିଲ, ମାଥ୍ୟୁ ୱେଡ, ମହମ୍ମଦ ସାମି, ରସିଦ ଥାନଙ୍କ ଭଳି ତାରକା ପ୍ଲେୟାର ଅଛନ୍ତି ।

ଏହା ବି ପଢନ୍ତୁ...IPL 2022: RCBର ବିଶାଳ ସ୍କୋର ବିଫଳ, ୫ ୱିକେଟରେ ଜିତିଲା ପଞ୍ଜାବ କିଙ୍ଗସ୍

ନୂଆ ଦଳ ଭାବରେ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ ଉଭୟ ଦଳ । ଦୁଇଦଳ ଆଜି ଶକ୍ତି ପ୍ରଦର୍ଶନ କରିବେ । ମ୍ୟାଚ ଜିତିବାକୁ ହେଲେ ଦୁଇ ଦଳଙ୍କୁ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରର୍ଦଶନ କରିବାକୁ ପଡିବ । ରାତି ୭ଟା୩୦ରେ ମ୍ୟାଚ ଆରମ୍ଭ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.