ETV Bharat / sports

IPL 2022: ଖରାପ ପ୍ରଦର୍ଶନ ପାଇଁ ବାପାଙ୍କଠୁ ମାଡ ଖାଇଲେ ଶିଖର ଧାୱନ

ଚଳିତ ଆଇପିଏଲରେ (IPL 2022) ଖରାପ ପ୍ରଦର୍ଶନ ପାଇଁ ମାଡ ଖାଇଲେ ଶିଖର ଧାୱନ । ନକ ଆଉଟ ମ୍ୟାଚରୁ ବିଦା ହୋଇଥିବା ପଞ୍ଜାବ ସୁପରକିଙ୍ଗ୍ସ ଖେଳାଳି ଶିଖର ଧାୱନ ତାଙ୍କ ବାପାଙ୍କଠୁ ମାଡ ଖାଉଥିବା ଏକ ଭିଡିଓ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

ଖରାପ ପ୍ରଦର୍ଶନ ପାଇଁ ବାପାଙ୍କଠୁ ମାଡ ଖାଇଲେ ଧାୱନ

author img

By

Published : May 27, 2022, 3:45 PM IST

ମୁମ୍ବାଇ: ଚଳିତ ଆଇପିଏଲରେ (IPL 2022) ଖରାପ ପ୍ରଦର୍ଶନ ପାଇଁ ମାଡ ଖାଇଲେ ଶିଖର ଧାୱନ । ନକ ଆଉଟ ମ୍ୟାଚରୁ ବିଦା ହୋଇଥିବା ପଞ୍ଜାବ ସୁପରକିଙ୍ଗ୍ସ ଖେଳାଳି ଶିଖର ଧାୱନ ତାଙ୍କ ବାପାଙ୍କଠୁ ମାଡ ଖାଉଥିବା ଏକ ଭିଡିଓ ପୋଷ୍ଟ କରିଛନ୍ତି । ମାଡ ଖାଇ ଶିଖର ତଳେ ଗଡି ଯାଉଥିବା ଦେଖିବାକୁ ମିଳିଛି । ସତରେ କଣ ଧାୱନ ମାଡ ଖାଇଲେ । ସତ ଜାଣିବା ପାଇଁ ପଢନ୍ତୁ ସମୂର୍ଣ୍ଣ ଖବର ।

ଶିଖର ଧାୱନ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ବାପା ତାଙ୍କୁ ଚାପୁଡା ମାରୁଛନ୍ତି । ସେ ମାଡ ଖାଇ ତଳେ ଗଡି ଯାଉଛନ୍ତି ତଥାପି ତାଙ୍କ ବାପା ମାରି ଚାଲିଛନ୍ତି । ତାଙ୍କ ସମ୍ପର୍କୀୟ ଯେତେ ଅଟକାଇଲେ ବି ଧାୱନଙ୍କ ବାପା ଶୁଣିବାକୁ ନାରାଜ । ଭିଡିଓଟି ସେୟାର କରି ଧାୱନ କ୍ୟାପସନରେ ଲେଖିଛନ୍ତି, "ନକଆଉଟ ପାଇଁ ଉତୀର୍ଣ୍ଣ ନ ହେବାକୁ ମୋ ବାପା ମୋତେ ପିଟିଛନ୍ତି ।" ସତ କଥା ହେଲା ଏ ସମସ୍ତ ଘଟଣା ନାଟକ ଥିଲା । ତାଙ୍କ ଫ୍ୟାନ୍ସ ମାନଙ୍କୁ ହସାଇବା ପାଇଁ ଧାୱନ ଏପରି ଅଭିନୟ କରିଥିଲେ ଯେଉଁଥିରେ ତାଙ୍କ ବାପା ଓ ପରିବାର ମଧ୍ୟ ତାଙ୍କ ସାଥ୍‌ ଦେଇଥିଲେ ।

ଚଳିତ ଆଇପିଏଲରେ ପଞ୍ଜାବ ସୁପରକିଙ୍ଗ୍ସର ପ୍ରର୍ଦଶନ ନୌରାଶ୍ୟଜନକ ଥିଲା । ନକଆଉଟ ପାଇଁ ମଧ୍ୟ ଉର୍ତ୍ତୀର୍ଣ୍ଣ ହୋଇନଥିଲା । ଦଳ ୧୪ଟି ମ୍ୟାଚ ଖେଳି ମାତ୍ର ୭ଟିରେ ବିଜୟ ହାସଲ କରିପାରିଥିଲା । ୧୪ ପଏଣ୍ଟ ସହ ଟେବୁଲର ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି ପଞ୍ଜାବ । ଶିଖର ଧାୱନ ୧୪ଟି ମ୍ୟାଚରେ ୪୫୩ ରନ କରିଛନ୍ତି । ୮୮ରନ ତାଙ୍କର ଶ୍ରେଷ୍ଠ ସ୍କୋର ରହିଛି । ମୟଙ୍କ ଅଗ୍ରୱାଲଙ୍କ ନେତୃତ୍ବାଧୀନ ଦଳ ଆଗାମୀ ସିଜିନରେ ଭଲ ପ୍ରସ୍ତୁତି କରି ଆସିବ ବୋଲି ଦୃଢୋକ୍ତି କରିଛି ।

ବ୍ୟୁରୋ ରିପୋର୍ଚ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.