ETV Bharat / sports

IPL 2022: ଅହମ୍ମଦାବାଦ ଓ କୋଲକାତାରେ ଖେଳାଯିବ ପ୍ଲେ-ଅଫ୍‌ ମ୍ୟାଚ୍‌ - ଅହମ୍ମଦାବାଦ ଓ କୋଲକାତାରେ ଖେଳାଯିବ ପ୍ଲେ-ଅଫ୍‌ ମ୍ୟାଚ୍‌

ଅହମ୍ମଦାବାଦ ଓ କୋଲକାତାରେ IPL 2022ର ପ୍ଲେ-ଅଫ୍‌ ମ୍ୟାଚ୍‌ଗୁଡ଼ିକ ଖେଳାଯିବ । ଏହାକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ipl 2022 play off and final matches to be played in Ahmedabad and kolkata confirms bcci president
IPL 2022: ଅହମ୍ମଦାବାଦ ଓ କୋଲକାତାରେ ଖେଳାଯିବ ପ୍ଲେ-ଅଫ୍‌ ମ୍ୟାଚ୍‌
author img

By

Published : Apr 24, 2022, 10:05 PM IST

କୋଲକାତା: ଅହମ୍ମଦାବାଦ ଓ କୋଲକାତାରେ IPL 2022ର ପ୍ଲେ-ଅଫ୍‌(IPL playoffs) ମ୍ୟାଚ୍‌ଗୁଡ଼ିକ ଖେଳାଯିବ । ଏହାକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ସୂଚନା ଦେଇଛନ୍ତି । ପ୍ଲେ-ଅଫ୍‌ ମ୍ୟାଚ ଦେଖିବାକୁ ଷ୍ଟାଡିୟମ କ୍ଷମତା ଅନୁଯାୟୀ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ । ବର୍ତ୍ତମାନ ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବାକୁ ଅନୁମତି ଦିଆଯାଇଛି ।

-କୋଲକାତା ଇଡେନ ଗାର୍ଡେନ୍‌ରେ ମେ ୨୪ରେ ଏଲିମିନେଟର ମ୍ୟାଚ୍‌ ଖେଳାଯିବ । ଏହାପରେ ମେ' ୨୬ ତାରିଖରେ ପ୍ରଥମ କ୍ବାଲିଫାୟାର ମ୍ୟାଚ୍‌ ଖେଳାଯିବ । ଏହାର ପରଦିନ ଅର୍ଥାତ ମେ ୨୭ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ୍‌ ଖେଳାଯିବ । ଶେଷରେ ମେ ୨୯ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ IPL 2022ର ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ଦୁଇ ବର୍ଷର ବ୍ୟବଧାନ ପରେ ଷ୍ଟାଡିୟମରେ ଶତ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବାକୁ ଅନୁମତି ଦିଆଯାଇଛି । ପୂର୍ବ ଦୁଇ ସିଜିନରେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯାଇଥିଲା । ଚଳିତ ସିଜିନରେ ମଧ୍ୟ ପ୍ରାରମ୍ଭରେ ୨୫ ପ୍ରତିଶତ ଦର୍ଶକଙ୍କୁ ନେଇ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା ।

ତେବେ କୋଭିଡ ସଂକ୍ରମଣ ସ୍ଥିତିରେ ସୁଧାର ଆସିବାରୁ ଏହାକୁ ବଢ଼ାଇ ୫୦ ପ୍ରତିଶତ କରାଯାଇଛି । ସେହିପରି ଚଳିତ ବର୍ଷର ମହିଳା ଟି-୨୦ ଚ୍ୟାଲେଞ୍ଜ ଲକ୍ଷ୍ନୌରେ ଖେଳାଯିବା ନେଇ ସ୍ଥିର ହୋଇଛି । ମେ ୨୪ରୁ ମେ ୨୮ ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.