ମୁମ୍ବାଇ: ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ରୋହିତ ଶର୍ମାଙ୍କ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୭୮ ରନ୍ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୮.୨ ଓଭରରେ ୬ ୱିକେଟ ହରାଇ ହାସଲ କରିନେଇଛି । ଲଳିତ ଯାଦବ ଓ ଅକ୍ଷର ପଟେଲଙ୍କ ଅପରାଜିତ ଇଂନିସ ଖେଳି ମୁମ୍ବାଇ ହାତକୁ ମ୍ୟାଚ୍ ଛଡାଇ ନେଇଥିଲେ । ଲଳିତ ୩୮ ବଲ୍ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୮ ରନ୍ର ଇଂନିସ ଖେଳିଥିଲେ । ସେହିପରି ଅକ୍ଷର ୧୭ ବଲ୍ରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୮ ରନ୍ର ମ୍ୟାଚ୍ ବିଜୟୀ ଇଂନିସ ଖେଳିଥିଲେ ।
-
We B.E.L.I.E.V.E in miracles ✨
— Delhi Capitals (@DelhiCapitals) March 27, 2022 " class="align-text-top noRightClick twitterSection" data="
Yes, we do 💙#YehHaiNayiDilli | #IPL2022 | #DCvMI#TATAIPL | #IPL | #DelhiCapitals pic.twitter.com/J7E0gV3YvN
">We B.E.L.I.E.V.E in miracles ✨
— Delhi Capitals (@DelhiCapitals) March 27, 2022
Yes, we do 💙#YehHaiNayiDilli | #IPL2022 | #DCvMI#TATAIPL | #IPL | #DelhiCapitals pic.twitter.com/J7E0gV3YvNWe B.E.L.I.E.V.E in miracles ✨
— Delhi Capitals (@DelhiCapitals) March 27, 2022
Yes, we do 💙#YehHaiNayiDilli | #IPL2022 | #DCvMI#TATAIPL | #IPL | #DelhiCapitals pic.twitter.com/J7E0gV3YvN
ଓପନର ପୃଥ୍ବୀ ଶ, ୩୮ ଓ ଟିମ ସୈଫର୍ଟ ମଧ୍ୟ ୨୧ ରନ୍ର ଉପଯୋଗୀ ଯୋଗଦାନ କରିଥିଲେ । ମୁମ୍ବାଇ ପକ୍ଷରୁ ବାଶିଲ ଥାମ୍ପି ସର୍ବାଧିକ ୩ଟି ୱିକେଟ ହାସଲ କରି ସଫଳତମ ବୋଲର ରହିଥିଲେ । ସ୍ପିନର ମୁରୁଗାଁ ଅଶ୍ବିନ ୨ଟି ଓ ତାଇମିଲ ମିଲ୍ସ ଗୋଟିଏ ୱିକେଟ ହାସଲ କରିଥିଲେ । ଷ୍ଟାର ବୋଲର ବୁମରା ୱିକେଟଶୂନ୍ୟ ରହିଥିଲେ ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୭ ୱିକେଟ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲା । ଓପନର ଇଶାନ କିଶନ ୪୮ ବଲ୍ରୁ ବିସ୍ଫୋରକ ୮୧ ରନ୍ର ଇଂନିସ ଖେଳିଥିଲେ ଓ ରୋହିତ ଶର୍ମା ଦମଦାର ୪୧ ରନ୍ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ