ETV Bharat / sports

IPL 2022: ଗୁଜରାଟ ଟାଇଟାନ୍‌ସର ଜର୍ସି ଉନ୍ମୋଚନ

author img

By

Published : Mar 13, 2022, 10:40 PM IST

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗରେ(IPL) ନୂଆକରି ଅଂଶଗ୍ରହଣ କରିବାକୁ ଯାଉଥିବା ଗୁଜରାଟ ଟାଇଟାନ୍‌ସର ଜର୍ସି ଉନ୍ମୋଚନ ହୋଇଛି । ଅଧିକ ପଢନ୍ତୁ

IPL 2022: Gujarat Titans Launch Team Jersey at Narendra Modi Stadium in Ahmedabad
IPL 2022: ଗୁଜରାଟ ଟାଇଟାନ୍‌ସର ଜର୍ସି ଉନ୍ମୋଚନ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ(IPL) ନୂଆକରି ଅଂଶଗ୍ରହଣ କରିବାକୁ ଯାଉଥିବା ଗୁଜରାଟ ଟାଇଟାନ୍‌ସ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଜର୍ସି ଉନ୍ମୋଚନ କରିଛି । ଏହି ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା, ମୁଖ୍ୟ କୋଚ ଆଶିଷ ନେହେରା ଓ BCCI ସମ୍ପାଦକ ଜୟ ଶାହା ସମେତ ଟିମର ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।

Well begun is half done…
We’re waiting for the other half now 🙇‍♂️#SeasonOfFirsts #GujaratTitans pic.twitter.com/PeoUDeMU3u

— Gujarat Titans (@gujarat_titans) March 13, 2022

ଆଇପିଏଲ ୨୦୨୨ ଟୁର୍ନାମେଣ୍ଟ ନୂଆ ଟିମ ଗୁଜରାଟ ଟାଇଟାନ୍‌ସ ପାଇଁ ପ୍ରଥମ ସଂସ୍କରଣ ହେବ । ପ୍ରଥମ ଥର ପାଇଁ ପାଣ୍ଡ୍ୟା ମଧ୍ୟ ନେତୃତ୍ବ ଦାୟିତ୍ବରେ ନଜର ଆସିବେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହା ପୂର୍ବରୁ ଆଇପିଏଲ ଟୁର୍ନାମେଣ୍ଟର ଅନ୍ୟତମ ସଫଳତମ ଟିମ ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ସଦସ୍ୟ ରହିଥିଲେ । ତେବେ ନୂଆ ଟିମର ନେତୃତ୍ବ ନେଉଥିବା ପାଣ୍ଡ୍ୟା କହିଛନ୍ତି, ଏହି ସଂସ୍କରଣ ପାଇଁ ତାଙ୍କର ବିଚାରଧାରା ଏହା ଯେ "ସଫଳତା ତାଙ୍କର ବିଫଳତା ମୋର" ।

ଗୁଜରାଟ ଟାଇଟାନ୍‌ସ ସ୍କ୍ବାଡ୍‌: ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ ଖାନ, ଶୁଭମନ ଗିଲ୍‌, ମହମ୍ମଦ ସାମି, ଜେସନ ରୟ, ଲୋକି ଫର୍ଗୁସନ, ଅବିନବ ସଦରଙ୍ଗାନି, ରାହୁଲ ତେୱାତିଆ, ନୁର ଅହମ୍ମଦ, ସାଇ କିଶୋର, ବିଜୟ ଶଙ୍କର, ଜୟନ୍ତ ଯାଦବ, ଡୋମିନିକ ଡ୍ରେକ୍‌ସ, ଦର୍ଶନ ନାଲକଣ୍ଡେ, ୟଶ ଦୟାଲ, ଅଲଜେରୀ ଜୋସେଫ, ପ୍ରଦୀପ ସଙ୍ଗୱାନ, ଡେଭିଡ ମିଲର, ରିଦ୍ଧିମାନ ଶାହା, ମାଥ୍ୟୁ ୱେଡ୍‌, ବରୁଣ ଆରୋନ, ବି ସାଇ ସୁଦର୍ଶନ ।

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ(IPL) ନୂଆକରି ଅଂଶଗ୍ରହଣ କରିବାକୁ ଯାଉଥିବା ଗୁଜରାଟ ଟାଇଟାନ୍‌ସ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଜର୍ସି ଉନ୍ମୋଚନ କରିଛି । ଏହି ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା, ମୁଖ୍ୟ କୋଚ ଆଶିଷ ନେହେରା ଓ BCCI ସମ୍ପାଦକ ଜୟ ଶାହା ସମେତ ଟିମର ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।

ଆଇପିଏଲ ୨୦୨୨ ଟୁର୍ନାମେଣ୍ଟ ନୂଆ ଟିମ ଗୁଜରାଟ ଟାଇଟାନ୍‌ସ ପାଇଁ ପ୍ରଥମ ସଂସ୍କରଣ ହେବ । ପ୍ରଥମ ଥର ପାଇଁ ପାଣ୍ଡ୍ୟା ମଧ୍ୟ ନେତୃତ୍ବ ଦାୟିତ୍ବରେ ନଜର ଆସିବେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହା ପୂର୍ବରୁ ଆଇପିଏଲ ଟୁର୍ନାମେଣ୍ଟର ଅନ୍ୟତମ ସଫଳତମ ଟିମ ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ସଦସ୍ୟ ରହିଥିଲେ । ତେବେ ନୂଆ ଟିମର ନେତୃତ୍ବ ନେଉଥିବା ପାଣ୍ଡ୍ୟା କହିଛନ୍ତି, ଏହି ସଂସ୍କରଣ ପାଇଁ ତାଙ୍କର ବିଚାରଧାରା ଏହା ଯେ "ସଫଳତା ତାଙ୍କର ବିଫଳତା ମୋର" ।

ଗୁଜରାଟ ଟାଇଟାନ୍‌ସ ସ୍କ୍ବାଡ୍‌: ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ ଖାନ, ଶୁଭମନ ଗିଲ୍‌, ମହମ୍ମଦ ସାମି, ଜେସନ ରୟ, ଲୋକି ଫର୍ଗୁସନ, ଅବିନବ ସଦରଙ୍ଗାନି, ରାହୁଲ ତେୱାତିଆ, ନୁର ଅହମ୍ମଦ, ସାଇ କିଶୋର, ବିଜୟ ଶଙ୍କର, ଜୟନ୍ତ ଯାଦବ, ଡୋମିନିକ ଡ୍ରେକ୍‌ସ, ଦର୍ଶନ ନାଲକଣ୍ଡେ, ୟଶ ଦୟାଲ, ଅଲଜେରୀ ଜୋସେଫ, ପ୍ରଦୀପ ସଙ୍ଗୱାନ, ଡେଭିଡ ମିଲର, ରିଦ୍ଧିମାନ ଶାହା, ମାଥ୍ୟୁ ୱେଡ୍‌, ବରୁଣ ଆରୋନ, ବି ସାଇ ସୁଦର୍ଶନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.