ମୁମ୍ବାଇ: ନୂଆ ଦଳ ଭାବେ ଚଳିତ ଆଇପିଏଲରେ ପଦାର୍ପଣ ମ୍ୟାଚ ଖେଳୁଥିବା ଗୁଜୁରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବିଜୟ ହାସଲ କରି ନେଇଛି ଗୁଜୁରାଟ । ମହମ୍ମଦ ସାମିଙ୍କ ଘାତକ ବୋଲିଂ ଓ ରାହୁଲ ତେୱାତିଆଙ୍କ ବ୍ୟାଟିଂ ବଳରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଦଳ । ୧୯ ଓଭର ୪ଟି ବଲରେ ୫ ୱିକେଟ ହରାଇ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ପରାସ୍ତ କରିଛି ଗୁଜୁରାଟ । ସାମି ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।
ଟସ ଜିତି ଗୁଜୁରାଟ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା । ଲକ୍ଷ୍ନୌକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ପ୍ରରମ୍ଭିକ ପର୍ଯ୍ୟୟରୁ ବିପର୍ଯ୍ୟର ସାମ୍ମା କରିଥିଲା ଲକ୍ଷ୍ନୌ । ମହମ୍ମଦ ସାମି ପ୍ରଥମ ବଲରେ ଅଧିନାକୟ ଲୋକେଶ ରାହୁଲଙ୍କୁ ଆଉଟ କରିଥିଲେ । ପଛକୁ ପଛ ଡି କକ, ମନୀଷ ପାଣ୍ଡେ ସାମିଙ୍କ ଶିକାର ହୋଇଥିଲେ । ୨୯ ରନ ବେଳେ ଦଳ ୪ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । ହୁଡା ଓ ବଦୋନି ସ୍ଥିତି ସମ୍ଭାଳି ଖେଳିଥିଲେ । ହୁଡା ପ୍ରଥମ ଅର୍ଦ୍ଧଶତକ କରିଥିଲେ । ଦଳୀୟ ସ୍କୋର ୧୧୬ ବେଳେ ୫୫ ରନ କରି ହୁଡା ଆଉଟ ହୋଇଥିଲେ । ୨୨ ବର୍ଷୀୟ ବଦୋନି ମଧ୍ୟ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ୫୪ ରନ କରି ଆଉଟ ହୋଇଥିଲେ ବଦୋନି । ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସ ୬ ୱିକେଟ ହରାଇ ୧୫୮ ରନ କରିବାକୁ ସକ୍ଷମ ହୋଇଥିଲା ।
୧୫୯ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଗୁଜୁରାଟ ଟାଇଟନ୍ସ । ଓପନର ଶୁଭମନ ଗିଲ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ବିଜୟ ଶଙ୍କର ୪ ରନ କରି ସଅଳ ପାଭିଲିୟନ ଫେରିଥିଲେ । ଗୁଜୁରୁାଟର ଏକଦମ ଖରାପ ସ୍ଥିତିରେ ପଡିଯାଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଓ ମାଥ୍ୟୁ ୱେଡ ସ୍ଥିତି ସମ୍ଭାଳିଥିଲେ । ଦଳୀୟ ସ୍କୋର ୭୨ ବେଳେ ପାଣ୍ଡ୍ୟା ୩୩ ରନ କରି ପାଭିଲିୟନ ଫେରିଥିଲେ । ପରେ ପରେ ୱେଡଙ୍କ ୱିକେଟ ପତନ ହୋଇଥିଲା । ୭୮ରନରେ ଦଳ ୪ଟି ୱିକେଟ ହରାଇସାରିଥିଲା । ଏହାପରେ ଡେଭିଡ ମିଲର ଓ ରାହୁଲ ତେୱାତିଆ ଆକ୍ରମଣାତ୍ମକ ବ୍ୟାଟିଂ କରି ୬୦ରନ ଭାଗିଦାରୀ ଗଠନ କରିଥିଲେ । ୧୩୮ ରନ ବେଳେ ମିଲର ଆଉଟ ହୋଇଥିଲେ । ଶେଷ ୪୯ ବଲରେ ବିଜୟ ପାଇଁ ୮୧ ରନ ଦରକାର ପଡୁଥିଲା । ତେୱାତିଆ ଆଶା ହରାଇନଥିଲେ । ଶେଷ ପର୍ଯ୍ୟନ୍ତ ଖେଳି ୨୪ ବଲରେ ଉଲ୍ଲେଖନୀୟ 40 ରନ କରି ଦଳକୁ ବିଜୟୀ କରାଇଥିଲେ । ଟାଇଟନ୍ସ ପକ୍ଷରୁ ସାମି ୩ଟି ୱିକେଟ ଓ ଆରୋନ ୨ଟି ଲେଖାଏଁ ୱିକେଟ ନେଇଛନ୍ତି ।