ETV Bharat / sports

IPL 2022: ଆଜି ଟ୍ରଫି ଟକ୍କର, ଗୁଜୁରାଟ-ରାଜସ୍ଥାନ ମୁକାବିଲା - ଆଇପିଏଲ ଫାଇନାଲ ମ୍ୟାଚ

ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ (IPL 2022) । ଦୀର୍ଘ 66 ଦିନର 73ଟି ମୁକାବିଲା ପରେ ଆଜି (ରବିବାର) ଖେଳାଯିବ ଆଇପିଏଲ ପଞ୍ଚଦଶ ସଂସ୍କରଣର ଫାଇନାଲ ମ୍ୟାଚ । ନବାଗତ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ଟ୍ରଫି ଟକ୍କର । ଅଧିକ ପଢନ୍ତୁ

IPL 2022
IPL 2022
author img

By

Published : May 29, 2022, 8:51 AM IST

ଅହମ୍ମଦାବାଦ: ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ (IPL 2022) । ଦୀର୍ଘ 66 ଦିନର 73ଟି ମୁକାବିଲା ପରେ ଆଜି (ରବିବାର) ଖେଳାଯିବ ଆଇପିଏଲ ପଞ୍ଚଦଶ ସଂସ୍କରଣର ଫାଇନାଲ ମ୍ୟାଚ । ନବାଗତ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ଟ୍ରଫି ଟକ୍କର । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କିଏ ହାତେଇବ ଟାଇଟଲ ତାହା ସ୍ପଷ୍ଟ ହୋଇଯିବ । ପର୍ଦାପଣ ଦଳ ଭାବେ ଟ୍ରଫି ହାତେଇବା ଲକ୍ଷ୍ୟ ରଖିଛି ଟାଇଟନ୍ସ ସେହିପରି 14 ବର୍ଷ ପରେ ଫାଇନାଲରେ ପ୍ରବେଶ କରିଥିବା ରାଜସ୍ଥାନ ରୟାଲ୍ସ ଫାଇନାଲ ମୁକାବିଲାରେ ଜିତି ଦ୍ବିତୀୟ ଟାଇଟଲ ହାତେଇବା ପାଇଁ ଫୁଲ ପ୍ରସ୍ତୁତ ଅଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।

ଦୁଇ ଦଳ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳିବ । ଆଜିର ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ଫୁଲ ଫର୍ମରେ ଅଛନ୍ତି । ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ବାଙ୍ଗାଲୋରକୁ ହରାଇବା ପରେ ରାଜସ୍ଥାନକୁ ହାଲକା ଭାବିବା ଟାଇଟନ୍ସ ପାଇଁ ବିପଦ ଆଣିପାରେ । ଲିଗ ମ୍ୟାଚ ଓ ପ୍ରଥମ କ୍ବାଲିଫାୟାର ମ୍ୟାଚ ଜିତିଥିଲା ଟାଇଟନ୍ସ ହୁଏତ ଆଜି ଜିତିପାରେ । କିନ୍ତୁ କିଛି କହି ହେଉନାହିଁ । ଟାଇଟନ୍ସକୁ ଜିତିବାକୁ ହେଲେ ରୟାଲ୍ସର ବିସ୍ଫୋରକ ବଟଲରଙ୍କୁ ଅଟକାଇବାକୁ ପଡିବ । ବଟଲରଙ୍କୁ ଅଟକାଇବାରେ ସଫଳ ହେଲେ ଦଳ ପାଇଁ ବିଜୟ ସହଜ ହେବେ ।

ଏହା ବି ପଢନ୍ତୁ...No.2 and Final: ୧୨ବର୍ଷର IPL ପରମ୍ପରା ବଜାୟ ରଖିଲା ରାଜସ୍ଥାନ ରୟାଲ୍ସ

ଚଳିତ ସିଜିନରେ ବଟଲର 4 ଥର ଶତକ ଅର୍ଜନ କରିଛନ୍ତି । ଦଳକୁ ଫାଇନାଲରେ ପହଞ୍ଚାଇବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି । ସେପଟେ ଟାଇଟାନ୍ସର କିଲର ମିଲର ମଧ୍ୟ କିଛି କମରେ ନାହାନ୍ତି । ମିଲରଙ୍କ ମ୍ୟାଚ ବିଜୟୀ ପ୍ରଦର୍ଶନ ପାଇଁ ଦଳ ଆଜି ଫାଇନାଲ ଖେଳିବାକୁ ଯାଉଛି। ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଦଳ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରିଛି । ପାଣ୍ଡ୍ୟାଙ୍କ ପର୍ଦାପଣ ଟିମ ଆଜି ଟ୍ରଫି ହାତେଇବାକୁ କୌଣସି ସୁଯୋଗ ହାତଛଡା କରିବ ନାହିଁ ।

2008ରେ ଆଇପିଏଲ ଆରମ୍ଭ ହୋଇଥିଲା । ସେନ ୱାର୍ଣ୍ଣଙ୍କ ନେତୃତ୍ବରେ ରାଜସ୍ଥାନ ରୟାଲ୍ସ ଚମ୍ପିଆନ ହୋଇଥିଲା । ଆଜି 14 ବର୍ଷ ପରେ ଦଳ ଫାଇନାଲରେ ପ୍ରବେଶ କରିଛି ହେଲେ ସେନ ୱାର୍ଣ୍ଣ ଆଜି ନାହାନ୍ତି । ଟାଇଟଲ ଜିତି ୱାର୍ଣ୍ଣଙ୍କୁ ସମ୍ମାନ ଦେବାକୁ ଦଳ ପ୍ରୟାସ କରିବ । ରାତି 8 ଟାରେ ଖେଳାଯିବ ମ୍ୟାଚ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.