ମୁମ୍ବାଇ: ସେପ୍ଟେମ୍ବର ୧୯ ତାରିଖରୁ ଖେଳାଯିବ IPL 2021ର ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ । ଏହାକୁ ନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି । ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ । କୋରୋନା ମହାମାରୀ ଯୋଗୁଁ IPLର ୧୪ତମ ସଂସ୍କରଣକୁ ଅଧାରୁ ସ୍ଥଗିତ ରଖିବାକୁ ପଡ଼ିଥିଲା ।
IPL 2021ର ବାକିଥିବା ୩୧ଟି ମ୍ୟାଚ ଦୁବାଇରେ ଖେଳାଯିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ମୋଟ ୨୭ ଦିନ ମଧ୍ୟରେ ଖେଳାଯିବ ଏହି ସମସ୍ତ । ଜାରି ହୋଇଥିବା ମ୍ୟାଚ ସୂଚୀ ଅନୁଯାୟୀ ଏଥରେ ୭ଟି ଡବଲ ହେଡର ମ୍ୟାଚ ଖେଳାଯିବ । ଦୁବାଇର ମୋଟ ୩ଟି ଗ୍ରାଉଣ୍ଡରେ ଖେଳାଯିବ IPL 2021ର ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ।
ଦୁବାଇ ଷ୍ଟାଡିୟମରେ ୧୩ଟି ମ୍ୟାଚ ଖେଳାଯିବ । ସେପଟେ ଶାରଜାହରେ ୧୦ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଆବୁଧାବିରେ ୮ଟି ମ୍ୟାଚ ଖେଳାଯିବ । ଅକ୍ଟୋବର ୧୦ ଓ ୧୩ ତାରିଖରେ ପ୍ରଥମ ଓ ଦ୍ବିତୀୟ କ୍ବାଲିଫାୟର ଖେଳାଯିବ । ଅକ୍ଟୋବର ୧୧ ତାରିଖରେ ଏଲିମିନେଟର ଖେଳାଯିବ । ତେବେ ବିସିସିଆଇ ପକ୍ଷରୁ ଖୁବଶୀଘ୍ର ପୂର୍ଣ୍ଣ ପ୍ରକାଶିତ କରାଯିବ ନେଇ ଏକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ