ଅହମ୍ମଦାବାଦ: ଆଇପିଏଲର 21ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ।
ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 123 ରନ ସଂଗ୍ରହ କରିପାରିଛି ଦଳ । ଫଳରେ କୋଲକାତା ସାମ୍ନାରେ 124 ରନ୍ର ବିଜୟ ଲକ୍ଷ୍ୟ ରହିଛି ।
-
Let's give it our all 💪🏻#SaddaPunjab #IPL2021 #PunjabKings #PBKSvKKR pic.twitter.com/vfDq31gl1d
— Punjab Kings (@PunjabKingsIPL) April 26, 2021 " class="align-text-top noRightClick twitterSection" data="
">Let's give it our all 💪🏻#SaddaPunjab #IPL2021 #PunjabKings #PBKSvKKR pic.twitter.com/vfDq31gl1d
— Punjab Kings (@PunjabKingsIPL) April 26, 2021Let's give it our all 💪🏻#SaddaPunjab #IPL2021 #PunjabKings #PBKSvKKR pic.twitter.com/vfDq31gl1d
— Punjab Kings (@PunjabKingsIPL) April 26, 2021
ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମ୍ମଦାବାଦରେ ଚଳିତ ଆଇପିଏଲର ଏହା ପ୍ରଥମ ମ୍ୟାଚ ।
ପଞ୍ଜାବ ପକ୍ଷରୁ ଓପନର ମୟଙ୍କ ଅଗ୍ରୱାଲ ସର୍ବାଧିକ 31 ରନର ଇଂନିସ ଖେଳିଥିଲେ । କ୍ୟାପଟେନ କେଏଲ ରାହୁଲ 19 ରନ କରିଥିଲେ । ଷ୍ଟାର ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍ ଶୂନ ଓ ଦୀପକ ହୁଡ୍ଡା ମାତ୍ର 1 ରନ କରିପାରିଥିଲେ । ନିକୋଲାସ ପୁରୋନ 19 ଓ ଶାହାରୁଖ ଖାନ 13 ରନର ଯୋଗଦାନ କରିଥିଲେ । ତେବେ ଶେଷ ଭାଗରେ କ୍ରିସ ଜୋର୍ଡାନ 18 ବଲ୍ରୁ 30 ରନର ଦ୍ରୁତ ଇଂନିସ ଖେଳି ପଞ୍ଜାବକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ ।
କୋଲକାତା ପକ୍ଷରୁ ପ୍ରସିଦ୍ଧ କ୍ରୀଷ୍ଣା ସର୍ବାଧିକ 3ଟି ୱିକେଟ ହାସଲ କରିଥିଲେ । ପାଟ କମିନ୍ସ ଓ ସୁନୀଲ ନାରିନ ଦୁଇଟି ଲେଖାଏଁ, ଶିବମ ମାବି ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ