ଆବୁଧାବି: ଆଇପିଏଲର 38ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି କରିଥିବା KKR ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 171 ରନ୍ ସଂଗ୍ରହ କରିଛି । ଫଳରେ CSK ସାମ୍ନାରେ 172 ରନ୍ର ବିଜୟ ଲକ୍ଷ୍ୟ ରହିଛି ।
KKR ପକ୍ଷରୁ ରାହୁଲ ତ୍ରିପାଠୀ ସର୍ବାଧିକ ୪୫ ରନ୍ର ଇଂନିସ ଖେଳିଛନ୍ତି । ନୀତିଶ ରାଣା ୩୭ ଓ ଆନ୍ଦ୍ରେ ରସେଲ ୨୦ଲ ରନ୍ରଉଯୋଗୀ ଯୋଗଦାନ କରିଛନ୍ତି । ତେବେ କ୍ୟାପଟେନ ଇଆନ ମୋର୍ଗାନ ପୁନର୍ବାର ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ।
ଶେଷ ଭାଗରେ ଅଭିଜ୍ଞ ଦିନେଶ କାର୍ତ୍ତିକ ୧୧ ବଲ୍ରୁ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଦ୍ରୁତ ୨୬ ରନ୍ ସଂଗ୍ରହ କରିବାପରେ ୧୭୦ ରନ୍ରୁ ଅଧିକ ସ୍କୋର କରିବାକୁ ସମର୍ଥ ହୋଇଥିଲା KKR ।
ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଜସ୍ ହେଜେଲଉଡ ଓ ଶାର୍ଦ୍ଦୁଳ ଠାକୁର ଦୁଇଟି ଲେଖାଏଁ ୱିକେଟ ହାସଲ କରିଥିଲେ । ରବିନ୍ଦ୍ର ଜାଡେଜାଙ୍କୁ ଗୋଟିଏ ସଫଳତା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ