ETV Bharat / sports

ଆଇପିଏଲ 2021: ଆଜି ସ୍ବଦେଶ ଫେରିବେ ଅଷ୍ଟ୍ରେଲୀୟ ଖେଳାଳି

author img

By

Published : May 17, 2021, 8:23 AM IST

Updated : May 17, 2021, 8:58 AM IST

ଚଳିତ ବର୍ଷ ଆଇପିଏଲ ସ୍ଥଗିତ ହେବା ପରେ ମାଳଦ୍ବୀପରେ ଫସି ରହିଥିବା ଅଷ୍ଟେଲୀୟ ଖେଳାଳି ସୋମବାର ସ୍ବଦେଶ ଫେରିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଆଇପିଏଲ 2021: ଆଜି ସ୍ବଦେଶରେ ପହଞ୍ଚିବେ ଅଷ୍ଟ୍ରେଲୀୟ ଖେଳାଳି

ମେଲବର୍ଣ୍ଣ: ଆଜି(ସୋମବାର) ସ୍ବଦେଶରେ ପହଞ୍ଚିବେ ଚଳିତ ବର୍ଷର ଆଇପିଏଲ ଖେଳୁଥିବା ଅଷ୍ଟ୍ରେଲିଆର ଖେଳାଳି, ସହକାରୀ କର୍ମଚାରୀ ଓ ଭାଷ୍ୟକାର । କୋରୋନା କଟକଣା ଯୋଗୁଁ ଅଷ୍ଟ୍ରେଲିଆ ଭାରତରୁ ସମସ୍ତ ବିମାନଯାତ୍ରାକୁ ବାତିଲ ରହିଥିଲା । ଏଣୁ ସେମାନଙ୍କୁ କୋରୋନା ସଂକ୍ରମଣରୁ ଦୂରରେ ରଖିବା ପାଇଁ ବିସିସିଆଇ ମାଳଦ୍ବୀପକୁ ସ୍ଥାନାନ୍ତର କରିଥିଲା ।

ଦଳରେ କିଛି ଖେଳାଳି ଓ କୋଚ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗତ ମେ 4 ତାରିଖରେ ଚଳିତ ବର୍ଷର ଆଇପିଏଲକୁ ବାତିଲ କରାଯାଇଥିଲା । ଏଣୁ ଅଷ୍ଟ୍ରେଲୀୟମାନଙ୍କୁ ସଂକ୍ରମଣରୁ ଦୂରରେ ରଖିବା ପାଇଁ ବିସିସିଆଇ ସେମାନଙ୍କୁ ମାଲଦ୍ବୀପକୁ ସ୍ଥାନାନ୍ତର କରିଥିଲା । ସେଠାରେ ସେମାନେ ସୁରକ୍ଷିତ ରହିଥିଲେ । ତେବେ ପୂର୍ବରୁ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଚେନ୍ନାଇ ସୁପର କିଙ୍ଗସର ବ୍ୟାଟିଂ କୋଚ ତଥା ଅଷ୍ଟ୍ରେଲିଆ କ୍ରିକେଟର ମାଇକେଲ ହସି ମଧ୍ୟ ସୋମବାର ଅନ୍ୟ ଖେଳାଳିଙ୍କ ସହ ସ୍ବଦେଶ ଫେରିବେ ବୋଲି ଜଣାପଡିଛି । ବର୍ତ୍ତମାନ ସେ କୋରୋନା ମୁକ୍ତ ହୋଇସାରିଛନ୍ତି ।

ତେବେ ମାଳଦ୍ବୀପରେ ମୋଟ 38 ଜଣ ଅଷ୍ଟ୍ରେଲୀୟ ରହୁଥିଲେ । ପ୍ୟାଟ କମିନ୍ସ, ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ମାଇକେଲ ସ୍ଲେଟରଙ୍କୁ ବିସିସିଆଇ ଏକ ସ୍ବତନ୍ତ୍ର ବିମାନ ଯୋଗେ ମାଳଦ୍ବୀପକୁ ସ୍ଥାନାନ୍ତର କରିବା ପରେ ସେଠାରେ ସେମାନେ ହୋଟେଲ କ୍ବାରେଣ୍ଟାଇନରେ ରହିଥିଲେ । ଭାରତରେ କୋରୋନା ସଂକ୍ରମଣ ବଢିବା ପରେ ଅଷ୍ଟ୍ରେଲିଆ ସରକାର ଭାରତରୁ ସମସ୍ତ ବିମାନ ସେବା ବନ୍ଦ କରିଥିବା ବେଳେ ଭାରତରୁ ଅଷ୍ଟ୍ରେଲିଅମାନଙ୍କୁ ସ୍ବଦେଶ ଫେରିବାକୁ ମେ 15 ପର୍ଯ୍ୟନ୍ତ ବାରଣ କରିଥିଲେ । ଫଳରେ ଚଳିତ ଆଇପିଏଲରେ ଅଂଶଗ୍ରହଣ କରିଥିବା ଅଷ୍ଟ୍ରେଲୀୟମାନେ ସ୍ବଦେଶ ଫେରିପାରିନଥିଲେ ।

ସେପଟେ ଅଷ୍ଟ୍ରେଲୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ପାଇଁ ବିସିସିଆଇ ଗ୍ରହଣ କରିଥିବା ବ୍ୟବସ୍ଥାକୁ ଅଷ୍ଟ୍ରେଲିଆ କ୍ରିକେଟ ଇଣ୍ଟେରିମର ସିଇଓ ନିକ ହକଲି ପ୍ରଶଂସା କରିଛନ୍ତି । ତେବେ ବିସିଆଇ କେବଳ ଖେଳାଳିଙ୍କୁ ମାଳଦ୍ବୀପରେ ପହଞ୍ଚାଇନାହିଁ ଏହାସହିତ ସ୍ବଦେଶରେ ପହଞ୍ଚାଇବାକୁ ମଧ୍ୟ ଦାୟିତ୍ବ ନେଇଛି, ଯାହାକି ପ୍ରଶଂସନୀୟ ବୋଲି ସେ କହିଛନ୍ତି ।

@ANI

Last Updated : May 17, 2021, 8:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.