ETV Bharat / sports

ଅଜାଣତରେ ବଲ୍‌ରେ ଛେପ ଲଗାଇଦେଲେ ଅମିତ ମିଶ୍ରା, ଅମ୍ପାୟରଙ୍କ ଚେତାବନୀ

ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର ଅମିତ ମିଶ୍ରା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଆଇପିଏଲ ମ୍ୟାଚରେ ବଲ୍‌ରେ ଛେପ ଲଗାଇବା ପରେ ମିଳିଲା ଚେତାବନୀ । ଅଧିକ ପଢନ୍ତୁ...

author img

By

Published : Apr 27, 2021, 10:30 PM IST

IPL 2021: Amit Mishra applies saliva on ball, umpire gives first warning
ଅଜାଣତରେ ବଲ୍‌ରେ ଛେପ ଲଗାଇଦେଲେ ଅମିତ ମିଶ୍ରା, ଅମ୍ପାୟରଙ୍କ ଚେତାବନୀ

ଅହମ୍ମଦାବାଦ: ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର ଅମିତ ମିଶ୍ରା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଆଇପିଏଲ ମ୍ୟାଚରେ ବଲ୍‌ରେ ଛେପ ଲଗାଇବା ପରେ ମିଳିଲା ଚେତାବନୀ ।

ମ୍ୟାଚର ପ୍ରଥମ ବଲ୍‌ ବୋଲିଂ କରିବା ପୂର୍ବରୁ ମିଶ୍ରା ବଲ୍‌ରେ ଅଜାଣତରେ ଛେପ ଲଗାଇଥିଲେ । ଇଂନିସର ଷଷ୍ଠ ଓଭର ବୋଲିଂ କରିବାକୁ ଆସିଥିଲେ ଲେଗ ସ୍ପିନର ମିଶ୍ରା । ଏହି ଘଟଣା ପରେ, ପଡିଆ ଅମ୍ପାୟାର ବିରେନ୍ଦ୍ର ଶର୍ମା, ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତଙ୍କୁ ପ୍ରଥମ ଚେତାବନୀ ଦେଇଥିଲେ ।

ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କୋରୋନା ଭାଇରସ ସମୟରେ ବଲ୍‌ରେ ଛେପ ଲଗାଇବାକୁ ବାରଣ କରିଥିଲା । ପ୍ରଥମ ଚେତାବନୀ ପରେ ଯଦି ଏହି ନିୟମର ପୁନର୍ବାର ଉଂଲଘନ ହୁଏ, ତେବେ 5 ରନ୍‌ ଦଣ୍ଡ ଆକାରରେ ସେହି ଖେଳାଳିଙ୍କ ଟିମକୁ ଦେବାକୁ ହେବ ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ବାଙ୍ଗାଲୋରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ଦିଲ୍ଲୀ । ଫଳରେ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 171 ରନ୍‌ ସଂଗ୍ରହ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫଳରେ ଦିଲ୍ଲୀ ସାମ୍ନାରେ 172 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.