ETV Bharat / sports

ଇନଷ୍ଟାଗ୍ରାମରେ ଫଟୋ ସେୟାର କଲେ କୋହଲି, କହିଲେ ସ୍କୁଲ ଦିନ ମନେ ପଡୁଛି - ab de villiers

ଗୁରୁବାର ବିରାଟ ଏପରି ଏକ ଫଟୋ ସେୟାର କରି ଲେଖଛନ୍ତି, ଫଟୋରେ ତାଙ୍କ ପିଲାଦିନ କଥା ମନେ ପଡୁଛି । ବିରାଟଙ୍କ ବ୍ୟତୀତ ଏବି ଡି ଭିଲିୟର୍ସ, ଦେବଦତ୍ତ ପାଦିକାଲ ଏବଂ ମହମ୍ମଦ ସିରାଜ ମଧ୍ୟ ଏହି ଫଟୋରେ ଅଛନ୍ତି । ସମସ୍ତ ଚାରିଜଣ ଖେଳାଳି ଏକ ଧାଡ଼ିରେ ଛିଡ଼ା ହୋଇଛନ୍ତି ।

ଇନଷ୍ଟାଗ୍ରାମରେ ଫଟୋ ସେୟାର କଲେ କୋହଲି
ଇନଷ୍ଟାଗ୍ରାମରେ ଫଟୋ ସେୟାର କଲେ କୋହଲି
author img

By

Published : Oct 22, 2020, 7:53 PM IST

ହାଇଦ୍ରାବାଦ: ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ସିଜିନରେ ବହୁତ ପ୍ରଭାବୀ ପ୍ରଦର୍ଶନ କରୁଛି । ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ଦଳ । ବୁଧବାର ଏକପାଖିଆ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ 8 ୱିକେଟରେ ପରାସ୍ତ କରିଛି ଆରସିବି । ଗୁରୁବାର ବିରାଟ ଏପରି ଏକ ଫଟୋ ସେୟାର କରି ଲେଖଛନ୍ତି, ଫଟୋରେ ତାଙ୍କ ପିଲାଦିନ କଥା ମନେ ପଡୁଛି ।

ବିରାଟଙ୍କ ବ୍ୟତୀତ ଏବି ଡି ଭିଲିୟର୍ସ, ଦେବଦତ୍ତ ପାଦିକାଲ ଏବଂ ମହମ୍ମଦ ସିରାଜ ମଧ୍ୟ ଏହି ଫଟୋରେ ଅଛନ୍ତି । ସମସ୍ତ ଚାରିଜଣ ଖେଳାଳି ଏକ ଧାଡ଼ିରେ ଛିଡ଼ା ହୋଇଛନ୍ତି । ଏହି ଫଟୋରେ, ଏବି ହସୁଥିବା ଦେଖାଯାଉଛି ଏବଂ ଅନ୍ୟ ସମସ୍ତ ଖେଳାଳି ଟିକେ ଦ୍ୱନ୍ଦ୍ୱରେ ଦେଖାଯାଉଛନ୍ତି । କୋହଲି କହିଛନ୍ତି ଯେ ଏହି ଫଟୋ ଦେଖି ତାଙ୍କର ସ୍କୁଲ ଦିନ କଥା ମନେ ପଡିଯାଉଛି ।

କୋହଲି କ୍ୟାପସନ୍ ଲେଖିଛନ୍ତି ‘‘ଏହି ଫଟୋ ମୋତେ ମୋ ସ୍କୁଲ ଦିନକୁ ମନେ ପକାଇ ଦେଉଛି । ଏବି ହେଉଛନ୍ତି ସେହି ପିଲା ଯିଏ ତାଙ୍କ ହୋମୱାର୍କ ଶେଷ କରି ଆସିଛନ୍ତି ଏବଂ ଅନ୍ୟ ତିନିଜଣ ଏବେ ଅସୁବିଧାରେ ପଡିବେ । ’’

ଏହା ଉପରେ ସନରାଇଜର୍ସ ହାଇଦ୍ରାବାଦର ଲେଗ୍ ସ୍ପିନର ରସିଦ୍ ଖାନ୍ ଉତ୍ତର ଦେବାବେଳେ ଲେଖିଛନ୍ତି ‘‘ହୋମୱାର୍କ କଣ ଦିଆଯାଇଥିଲା ତାହା ସିରାଜ ଜାଣି ନାହାଁନ୍ତି । ଏହା ଉପରେ ଆରସିବିର ୟୁଜବେନ୍ଦ୍ର ଚହଲ ଲେଖିଛନ୍ତି ‘‘ ମୁଁ ସେହି ପିଲା ଯିଏ ଆଜି ଛୁଟି ନେଇଛି । ମୁଁ ଜାଣିଥିଲେ ଯେ ଆଜି ହୋମୱାର୍କ ଦେଖାଯିବ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.