ETV Bharat / sports

କୋହଲି-ଯାଦବ ବିବାଦ: 4 ବର୍ଷ ତଳେ କୋହଲିଙ୍କୁ ଏମିତି କହିଥିଲେ ସୂର୍ଯ୍ୟକୁମାର - virat kohli

ଯାଦବଙ୍କ 4 ବର୍ଷ ପୁରୁଣା ଟ୍ୱିଟ୍ ଏହି ମ୍ୟାଚ୍ ପରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିରାଟ କୋହଲିଙ୍କୁ ଭଗବାନ ବୋଲି କହିଥିଲେ ।

କୋହଲି-ଯାଦବ ବିବାଦ
କୋହଲି-ଯାଦବ ବିବାଦ
author img

By

Published : Oct 29, 2020, 8:17 PM IST

ହାଇଦ୍ରାବାଦ: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଏବଂ ଆରସିବି ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଗତକାଲି ମ୍ୟାଚରେ ହୋଇଥିବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମ୍ୟାଚ୍ ମୁମ୍ବାଇ ଜିତିଥିଲା ​​ଏବଂ ସୂର୍ଯ୍ୟକୁମାର ମଧ୍ୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ତେବେ ଯାଦବଙ୍କ 4 ବର୍ଷ ପୁରୁଣା ଟ୍ୱିଟ୍ ଏହି ମ୍ୟାଚ୍ ପରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ବିରାଟ କୋହଲିଙ୍କୁ ଭଗବାନ ବୋଲି କହିଥିଲେ ।

କୋହଲି-ଯାଦବ ବିବାଦ
କୋହଲି-ଯାଦବ ବିବାଦ

ମ୍ୟାଚ୍ ସମୟରେ କୋହଲି, କଭରରେ ଠିଆ ହୋଇ ବଲ ସହିତ ଯାଦବଙ୍କ ନିକଟକୁ ଆସି ସ୍ଲେଜିଂ କରିବାକୁ ଚେଷ୍ଟା କରିଥିଲେ । ତେବେ ଯାଦବ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ସେ ଏହି ମ୍ୟାଚରେ 43 ବଲରୁ 79 ରନର ଅପରାଜିତ ଇନିଂସ ଖେଳିଥିଲେ । ଲାଗୁଥିଲା ଯେ କୋହଲିଙ୍କ କାରଣରୁ ସେ ଭଲ ଖେଳି ନିଜ ଦଳକୁ ଜିତି ନେଇଥିଲେ । ଉଲ୍ଲେଖନୀୟ କଥା ହେଉଛି, ଯାଦବ ଭଲ ଫର୍ମରେ ଅଛନ୍ତି, 12 ଟି ମ୍ୟାଚରେ 362 ରନ୍ ସଂଗ୍ରହ କରି ହାରାହାରି 40 ରେ ଷ୍ଟ୍ରାଇକ୍ ହାର 155 ରହିଛି ।

ତେବେ ଚାରି ବର୍ଷ ପୁରୁଣା ଟ୍ବିଟରେ ସୂର୍ଯ୍ୟ ଲେଖିଛନ୍ତି, ‘‘ ଯେତେବେଳେ ଚାପ ଥାଏ | ମୁଁ ଦେଖିଛି ଭଗବାନ ଭାରତ ପାଇଁ 3 ନମ୍ବରରେ ବ୍ୟାଟିଂ କରିବାକୁ ଆସନ୍ତି । ’’ ସୂର୍ଯ୍ୟଙ୍କ ଏହି ଇନିଂସ ପରେ ତାଙ୍କ ଦଳର ଅଧିନାୟକ କିରାନ ପୋଲାର୍ଡ ମଧ୍ୟ କହିଛନ୍ତି ଯେ ସେ ଟିମ୍ ଇଣ୍ଡିଆରେ ରହିବାକୁ ଯୋଗ୍ୟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.