ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗର 13 ତମ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପରାଜୟ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଦଳର ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନକୁ ଦାୟୀ କରିଛନ୍ତି । ଶୁକ୍ରବାର ଆବୁଧାବିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏଲିମିନେଟରରେ 6 ୱିକେଟ୍ ପରାସ୍ତ ହୋଇଛି ବିରାଟଙ୍କ ବାଙ୍ଗାଲୋର ଟିମ ।
ଗାଭାସ୍କର କହିଛନ୍ତି, ଯେତେବେଳେ ସେ ଏବି ଡି ଭିଲିୟର୍ସଙ୍କ ସହ ବଡ଼ ଇନିଂସ ଖେଳନ୍ତି, ସେତେବେଳେ ଦଳ ବଡ଼ ସ୍କୋର କରିଥାଏ । କୋହଲି 121.35 ର ଷ୍ଟ୍ରାଇକ୍ ହାରରେ 15ଟି ମ୍ୟାଚରେ 450 ରୁ ଅଧିକ ରନ୍ ସଂଗ୍ରହ କରିଥିଲେ ଏବଂ ତାଙ୍କ ଦଳ ଅଧିକାଂଶ ସମୟ ମଧ୍ୟଭାଗରେ ରନ୍ ସ୍କୋର କରିବାକୁ ସଂଘର୍ଷ କରିଥିଲେ । ମହାନ ବ୍ୟାଟ୍ସମ୍ୟାନ୍ ଗାଭାସ୍କର କହିଛନ୍ତି ଯେ ଆରସିବିର ବୋଲିଂରେ ଧାରର ଅଭାବ ରହିଛି ଯାହା ଦ୍ବାରା ସେମାନେ ବିପକ୍ଷ ଦଳକୁ ଚ୍ୟାଲେଞ୍ଜ କରିପାରିବେ ଏବଂ ଜିତିବେ ।
ସେ କହିଛନ୍ତି, "ବୋଲିଂ ସର୍ବଦା ସେମାନଙ୍କର ଦୁର୍ବଳ ପାର୍ଶ୍ୱ ରହି ଆସିଛି । ଏହି ଟିମରେ ଆରୋନ୍ ଫିଞ୍ଚ ମଧ୍ୟ ଜଣେ ଭଲ ଟି-20 ଖେଳାଳି, ଯୁବ ଦେବଦତ୍ତ ପାଦିକ୍କାଲ ଭଲ ଆରମ୍ଭ କରିଥିଲେ ଏବଂ ପରେ ଦଳରେ ବିରାଟ କୋହଲି ଏବଂ ଏବି ଡି ଭିଲିୟର୍ସ ଅଛନ୍ତି ।"
ଗାଭାସ୍କର ଏହା ମଧ୍ୟ ବିଶ୍ବାସ କରନ୍ତି ଯେ ଦଳ ଏମିତି ଏକ ଖେଳାଳୀ ଖୋଜିବା ଆବଶ୍ୟକ, ଯିଏ ଫିନିଶର ଭୂମିକାରେ ନିଭାଇ ପାରିବ । ଶିବମ୍ ଦୁବେ ଏହି ଭୂମିକାରେ ଫିଟ୍ ହୋଇପାରନ୍ତି ବୋଲି ସେ ମତ ଦେଇଛନ୍ତି । ସନରାଇଜର୍ସ ବିପକ୍ଷରେ ପରାଜୟ ହେଉଛି ଆରସିବିର କ୍ରମାଗତ ପଞ୍ଚମ ପରାଜୟ | ଦଳ ପ୍ରାରମ୍ଭିକ 10 ଟିରୁ 7ଟି ମ୍ୟାଚ୍ ଜିତି ଭଲ ଆରମ୍ଭ କରିଥିଲା କିନ୍ତୁ ଏହା ପରେ ରାସ୍ତାଟି ବିପଥଗାମୀ ହୋଇ ଯାଇଥିଲା ।