ETV Bharat / sports

ରାଜସ୍ଥାନ ରୟାଲସ କ୍ୟାପଟେନ ହେଲେ ସଞ୍ଜୁ ସାମସନ

author img

By

Published : Jan 20, 2021, 7:49 PM IST

ରାଜସ୍ଥାନ ରୟାଲସ ନୂତନ କ୍ୟାପଟେନ ନିଯୁକ୍ତ ହେଲେ ଯୁବ ୱିକେଟ କିପର ସଞ୍ଜୁ ସାମସନ । ରୟାଲସ କ୍ୟାପଟେନ ଥିବା ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ ସ୍ମିଥଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିଛି । ଅଧିକ ପଢନ୍ତୁ...

sanju samsan
ରାଜସ୍ଥାନ ରୟାଲସ କ୍ୟାପଟେନ ହେଲେ ସଞ୍ଜୁ ସାମସନ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲସ ବୁଧବାର ତାର ନୂତନ କ୍ୟାପଟେନ ନିଯୁକ୍ତ କରିଛି । ଯୁବ ୱିକେଟ କିପର ସଞ୍ଜୁ ସାମସନଙ୍କୁ ରାଜସ୍ଥାନ ରୟାଲସର କ୍ୟାପଟେନ ଭାବେ ଘୋଷଣା କରାଯାଇଛି । ଏ ନେଇ ରାଜସ୍ଥାନ ରୟାଲସ ଫ୍ରାଞ୍ଚାଇଜ ପକ୍ଷରୁ ସୂଚନା ଦିଆଯାଇଛି ।

A new chapter begins now. 🚨

Say hello to your Royals captain. #SkipperSanju | #HallaBol | #IPL2021 | #IPLRetention | @IamSanjuSamson pic.twitter.com/pukyEiyb1B

— Rajasthan Royals (@rajasthanroyals) January 20, 2021

2021ରେ ଆଇପିଏଲର 14 ତମ ସଂସ୍କରଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ରୟାଲସ ନିଜ କ୍ୟାପଟେନ ପରିବର୍ତ୍ତନ କରିଛି । ଚଳିତବର୍ଷ ଆଇପିଏଲରେ ରାଜସ୍ଥାନ ରୟାଲସ ନୂଆ ଅଧିନାୟକ ସହ ମଇଦାନକୁ ଓହ୍ଲାଇବ । କେରଳର ଯୁବ ୱିକେଟ କିପର ବ୍ୟାଟସମ୍ୟାନ ସଞ୍ଜୁ ସାମସନଙ୍କୁ ନୂତନ ଅଧିନାୟକ ଭାବରେ ଫ୍ରାଞ୍ଚାଇଜ ଘୋଷଣା କରିଛି । ସୂଚନାଥାଉକି ରାଜସ୍ଥାନ ରୟାଲସ କ୍ୟାପଟେନ ଥିବା ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ ସ୍ମିଥଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିଛି । ରାଜସ୍ଥାନ ରୟାଲସ ଚଳିତ ବର୍ଷ 17 ଜଣ ଖେଳାଳିଙ୍କୁ ରଖିଥିବାବେଳେ 8 ଜଣ ଖେଳାଳିଙ୍କୁ ରିଲିଜ କରିଛି ।

ରାଜସ୍ଥାନ ରୟାଲସ ରିଟେନ କରିଥିବା ଖେଳାଳିମାନେ ହେଲେ ସଞ୍ଜୁ ସାମସନ,ବେନଷ୍ଟୋକସ,ଜଫ୍ରାଆର୍ଚେର,ଜୋସ ବଟ୍ଟଲର,ରିଆନ ପରାଗ,ଶ୍ରେୟସ ଗୋପାଲ,ରାହୁଲ ତେୱାତିଆ,ମୋହିପାଲ ଲୋମରର,କାର୍ତ୍ତିକ ତ୍ୟାଗୀ,ଆଣ୍ଡ୍ରୁ ଟାଇ,ଜୟଦେବ ଉନାଦକତ,ମୟଙ୍କ ମାର୍କଣ୍ଡେ,ଯସସ୍ବୀ ଜୟସ୍ବାଲ,ଅନୁଜ ରାୱତ,ଡେଭିଡ ମିଲର,ମନନ ଭୋରା,ରବିନ ଉଥପ୍ପା ମୋଟ 17 ଜଣ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ରଖିଛି ।

ସେହିପରି ରୟାଲସରୁ ରିଲିଜ ହୋଇଥିବା ଖେଳାଳିମାନଙ୍କ ମଧ୍ୟରୁ ଅଧିନାୟକ ଷ୍ଟିଭ ସ୍ମିଥ ସହ ଅସୋନ ଥୋମାସ,ବରୁନ ଆରୋନ,ଆକାଶ ସିଂହ,ସଶଙ୍କ ସିଂ,ଟମ କୋରନ,ଅନିରୁଦ୍ଧ ଯୋଶୀ,ଅଙ୍କିତ ରାଜପୁତ ରହିଛନ୍ତି ।

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲସ ବୁଧବାର ତାର ନୂତନ କ୍ୟାପଟେନ ନିଯୁକ୍ତ କରିଛି । ଯୁବ ୱିକେଟ କିପର ସଞ୍ଜୁ ସାମସନଙ୍କୁ ରାଜସ୍ଥାନ ରୟାଲସର କ୍ୟାପଟେନ ଭାବେ ଘୋଷଣା କରାଯାଇଛି । ଏ ନେଇ ରାଜସ୍ଥାନ ରୟାଲସ ଫ୍ରାଞ୍ଚାଇଜ ପକ୍ଷରୁ ସୂଚନା ଦିଆଯାଇଛି ।

2021ରେ ଆଇପିଏଲର 14 ତମ ସଂସ୍କରଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ରୟାଲସ ନିଜ କ୍ୟାପଟେନ ପରିବର୍ତ୍ତନ କରିଛି । ଚଳିତବର୍ଷ ଆଇପିଏଲରେ ରାଜସ୍ଥାନ ରୟାଲସ ନୂଆ ଅଧିନାୟକ ସହ ମଇଦାନକୁ ଓହ୍ଲାଇବ । କେରଳର ଯୁବ ୱିକେଟ କିପର ବ୍ୟାଟସମ୍ୟାନ ସଞ୍ଜୁ ସାମସନଙ୍କୁ ନୂତନ ଅଧିନାୟକ ଭାବରେ ଫ୍ରାଞ୍ଚାଇଜ ଘୋଷଣା କରିଛି । ସୂଚନାଥାଉକି ରାଜସ୍ଥାନ ରୟାଲସ କ୍ୟାପଟେନ ଥିବା ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ ସ୍ମିଥଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିଛି । ରାଜସ୍ଥାନ ରୟାଲସ ଚଳିତ ବର୍ଷ 17 ଜଣ ଖେଳାଳିଙ୍କୁ ରଖିଥିବାବେଳେ 8 ଜଣ ଖେଳାଳିଙ୍କୁ ରିଲିଜ କରିଛି ।

ରାଜସ୍ଥାନ ରୟାଲସ ରିଟେନ କରିଥିବା ଖେଳାଳିମାନେ ହେଲେ ସଞ୍ଜୁ ସାମସନ,ବେନଷ୍ଟୋକସ,ଜଫ୍ରାଆର୍ଚେର,ଜୋସ ବଟ୍ଟଲର,ରିଆନ ପରାଗ,ଶ୍ରେୟସ ଗୋପାଲ,ରାହୁଲ ତେୱାତିଆ,ମୋହିପାଲ ଲୋମରର,କାର୍ତ୍ତିକ ତ୍ୟାଗୀ,ଆଣ୍ଡ୍ରୁ ଟାଇ,ଜୟଦେବ ଉନାଦକତ,ମୟଙ୍କ ମାର୍କଣ୍ଡେ,ଯସସ୍ବୀ ଜୟସ୍ବାଲ,ଅନୁଜ ରାୱତ,ଡେଭିଡ ମିଲର,ମନନ ଭୋରା,ରବିନ ଉଥପ୍ପା ମୋଟ 17 ଜଣ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ରଖିଛି ।

ସେହିପରି ରୟାଲସରୁ ରିଲିଜ ହୋଇଥିବା ଖେଳାଳିମାନଙ୍କ ମଧ୍ୟରୁ ଅଧିନାୟକ ଷ୍ଟିଭ ସ୍ମିଥ ସହ ଅସୋନ ଥୋମାସ,ବରୁନ ଆରୋନ,ଆକାଶ ସିଂହ,ସଶଙ୍କ ସିଂ,ଟମ କୋରନ,ଅନିରୁଦ୍ଧ ଯୋଶୀ,ଅଙ୍କିତ ରାଜପୁତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.