ETV Bharat / sports

ସାହା-ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂରେ ଧରାଶାୟୀ ଦିଲ୍ଲୀ, 88 ରନରେ ଜିତିଲା ହାଇଦ୍ରାବାଦ

author img

By

Published : Oct 28, 2020, 7:09 AM IST

47ତମ ଆଇପିଏଲରେ ହାଇଦ୍ରାବାଦର ବିଶାଳ ସ୍କୋର ଆଗରେ ହାରିଲା ଦିଲ୍ଲୀ । ସାହା-ୱାର୍ଣ୍ଣରଙ୍କ ଯୋଡି ଆଗରେ ହ୍ୟାଟ୍ରିକ ହାରର ସାମ୍ନା କଲା ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

ସାହା-ୱାର୍ନରଙ୍କ ବିସ୍ଫୋରକ ବ୍ୟାଟିଂରେ ଦିଲ୍ଲୀ ପରାସ୍ତ

ଆବୁଧାବି: ଚଳିତ ଆଇପିଏଲର 47ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ବାଜିମାତ୍‌ । 88 ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ କଲା ପରାସ୍ତ । ସାହା-ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ହାରିଛି । 220 ଟାର୍ଗେଟ ରନକୁ ପିଛା କରି ଟିମ ଦିଲ୍ଲୀ 19 ଓଭରରେ 131 ରନ କରିବାକୁ ସକ୍ଷମ ହୋଇଥିଲା । ସାହାଙ୍କୁ ମିଳିଛି ମ୍ୟାନ ଅଫ ଦି ମ୍ୟାଚ ।

ରିଦ୍ଧିମାନ ସାହା (87) ଓ ଡେବିଡ ୱାର୍ନର (66) ଙ୍କ ଯୋଡି ଦମଦାର ରନ ସଂଗ୍ରହ କରିଥିଲା । ଏଥିସହ ହାଇଦ୍ରାବାଦର ରାସିଦ ଖାନଙ୍କ ସ୍ପିନ ବୋଲିଂ (4-0-7-3) ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ରୋକିଥିଲା । ଚଳିତ ଆଇପିଏଲରେ 5ମ ଥର ଲାଗି ଜିତିଛି ହାଇଦ୍ରାବାଦ ।

ପଏଣ୍ଟ ଟେବୁଲରେ ହାଇଦ୍ରାବାଦ 12ଟି ମ୍ୟାଚରେ 10 ପଏଣ୍ଟ ସହ 6 ନମ୍ବର ସ୍ଥାନରେ ପହଞ୍ଚିଛି । ସେହିଭଳି ଏହା ଦିଲ୍ଲୀ କ୍ୟାପିଟାଲ୍ସ 5ମ ଥର ହାରିଛି । 12ଟି ମ୍ୟାଚ ରୁ ଦି୍ଲୀ 14 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ପଏଣ୍ଟ ଟେବୁର ଶୀର୍ଷରେ ରୋହିତ ଶର୍ମାଙ୍କ ଟିମ ମୁମ୍ବାଇ ଇଣ୍ଡିଆନ୍ସ ରହିଥିବାବେଳେ ଦ୍ବିତୀୟରେ କୋହଲିଙ୍କ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

ପ୍ରଥମ ଦୁଇ ଓଭରରେ ଶିଖର ଧୱନ(0) ଏବଂ ମାର୍କସ ଷ୍ଟୋଇନିସ(5) ରନ କରି ଆଉଟ ହୋଇଥିଲେ । ଯାହା ପରେ ଦିଲ୍ଲୀ ଟିମ ଉପରେ ଭାରି ପଡିଥିଲା । ସଂଘର୍ଷରତ ଅଜିଙ୍କ୍ୟ ରାହାଣେ(26,19 ବଲ) ଙ୍କ ସହିତ ସିମରନ ହେଟମାୟର(160, ଋଷବ ପନ୍ତ(36,35 ବଲ) ଏବଂ ତୁଷାର ଦେଶପାଣ୍ଡେ (20, 9 ବଲ) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ ।

47ତମ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଟସ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଶ୍ରେୟସ ଆୟର ବୋଲିଂ ନିଷ୍ପତ୍ତି ନେବା ସହ ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ନିର୍ଧାରିତ 20 ଓଭରରେ ହାଇଦ୍ରାବାଦ 2 ୱିକେଟ ହରାଇ 129 ରନ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 220 ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.