ଗାନ୍ଧିନଗର: ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସର ହାରିଯିବା ପରେ ସୋସିଆଲ ମିଡିଆରେ କ୍ରିକେଟରଙ୍କ ଝିଅଙ୍କୁ ଅନଲାଇନ୍ ଧମକ ଦେବା ଅଭିଯୋଗରେ ଜଣେ 16 ବର୍ଷର ନାବାଳକକୁ ଗିରଫ କରାଯାଇଛି ।
ଗୁଜୁରାଟର କୁଚ୍ ଅଞ୍ଚଳର କପାୟା ଗାଁରୁ ସମ୍ପୃକ୍ତ ନାବାଳକକୁ ଗିରଫ କରିଛି ପୋଲିସ । ନାବାଳକ ଜଣଙ୍କ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । କୁଚ ପୋଲିସର ସୂଚନାନୁସାରେ ସେ ବଳାତ୍କାର ଧମକ ଦେଇଥିବା ସ୍ୱୀକାର କରିଛି । ଖବର ଅନୁଯାୟୀ ତାଙ୍କୁ ରାଞ୍ଚି ପୋଲିସକୁ ହସ୍ତାନ୍ତର କରାଯିବ। ।
ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2020ରେ ଲଗାତାର ମ୍ୟାଚ ହାରିବା ପରେ ସୋସିଆଲ ମିଡିଆରେ ଦୁର୍ବ୍ୟବହାର ତଥା ଧମକ ଦେଇଥିଲା ଉକ୍ତ ନାବାଳକ ।