ETV Bharat / sports

ଆଇପିଏଲ ସମର: RCB-KKR ଟକ୍କର, ପରାଜୟ ପ୍ରତିଶୋଧ ଓ ପ୍ଲେ-ଅଫ ପାଇଁ ଲଢେଇ

author img

By

Published : Oct 21, 2020, 4:21 PM IST

Updated : Oct 21, 2020, 4:43 PM IST

ଆଇପିଏଲ 39ତମ ମ୍ୟାଚରେ କେକେଆର ବନାମ ଆରସିବି ଲଢେଇ । ଆବୁଧାବି ଗ୍ରାଉଣ୍ଡରେ ଖେଳାଯିବ ଏହି ମୁକାବିଲା ।

ଆଇପିଏଲ ସମର: ଆରସିବି-କେକଆର ଟକ୍କର, ପରାଜୟ ପ୍ରତିଶୋଧ ଓ ପ୍ଲେ-ଅଫ ରାସ୍ତା ପାଇଁ ଲଢେଇ

ଆବୁଧାବି: ଆଇପିଏଲ 39ତମ ମ୍ୟାଚରେ କେକେଆର ବନାମ ଆରସିବି ଲଢେଇ । ଆବୁଧାବି ଗ୍ରାଉଣ୍ଡରେ ଖେଳାଯିବ ଏହି ମୁକାବିଲା । ପଏଣ୍ଟ ତାଲିକାର ଉପର ତଳ ହୋଇ ରହିଥିବା ଦୁଇ ଦଳଙ୍କ ମଧ୍ୟରେ ଦେଖିବାକୁ ମିଳିବ ଏକ ରୋମାଞ୍ଚକର ଲଢେଇ ।

3ୟ ଓ 4ର୍ଥ ସ୍ଥାନରେ ଥିବା ଦୁଇ ଦଳ ନିଜ ନିଜ ପ୍ଲ-ଅଫ ଆଶାକୁ ମଜବୁତ କରିବା ପାଇଁ ପଡିଆକୁ ଓହ୍ଲାଇବେ । ସେପଟେ ପୂର୍ବ ମ୍ୟାଚର ପରାଜୟ ବଦଲା ନେବାକୁ ବି ପ୍ରସ୍ତୁତ ରହିଛି କୋଲକତା । କାରଣ ସାରଜାରେ ଖେଳାଯାଇଥିବା ପୂର୍ବ ମ୍ୟାଚରେ କେକେଆରକୁ 82ରନରେ ପାରସ୍ତ କରି ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ବିଜୟ ପାଇଥିବା ବିରାଟଙ୍କ ବାଙ୍ଗାଲୁରୁ ଟିମ । ସେତେବେଳେ କେକେଆର ଅଧିନାୟକ ଥିଲେ ଦିନେଶ କାର୍ତ୍ତିକ । ଏବେ ଦଳରେ ନୂଆ ଅଧିନାୟକ ଇୟୋନ ମୋର୍ଗାନ । ତେଣୁ କଣ କାର୍ତ୍ତିକଙ୍କ ପରାଜୟର ବଦଲା ନେଇପାରନ୍ତି ମୋର୍ଗାନ । ପୁଣି କୋଲକତା ଉପରେ ନିଜର ଦବଦବା ବନାଇ କରିଖିବାକୁ ଚାହିଁବ ବାଙ୍ଗଲୋର ।

ମାତ୍ର ପୂର୍ବ ଦିନର ରେକର୍ଡ କହୁଛି ଏଭଳି ମ୍ୟାଚରେ କୋକଲକତାର ପଲ୍ଲା ଭାରୀ ନଜର ଆସୁଛି । କାରଣ ଦୁଇ ଦଳ ମଧ୍ୟରେ ଏଯାବ ଖେଳାଯାଇଛି ମୋଟ 26ଟି ମ୍ୟାଚ । ଯେଉଁଠି କୋଲକତା 15ଟି ମ୍ୟାଚ ଉପରେ କବଜା କରିଛି ଓ ମାତ୍ର 11ଟି ମ୍ୟାଚ ବାଙ୍ଗାଲୁରୁ ହାତରେ ଲାଗିଛି ।

ତେବେ ଗତକାଲି ମ୍ୟାଚ ପରେ ପଏଣ୍ଟ ଟେବୁଲର ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଜୟ ସହ ଦୁଇ ପଏଣ୍ଟ ପାଇ ପଞ୍ଜାବ ଦୁଇଟି ସ୍ଥାନ ଉପରକୁ ଉଠି 5ମ ସ୍ଥାନରେ ପହଁଚିଯାଇଛି । ମାତ୍ର ପରାଜୟ ପରେ ମଧ୍ୟ 14 ପଏଣ୍ଟ ସହ ପ୍ରଥମେ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । 12 ପଏଣ୍ଟ ସହ ଯଥାକ୍ରମେ 2 ଓ 3 ସ୍ଥାନରେ ରହିଛନ୍ତି ମୁମ୍ବାଇ ଓ ବାଙ୍ଗଲୋର । ତେବେ 4ର୍ଥ ସ୍ଥାନରେ ଥିବା କେକେଆର ଆଜି ମ୍ୟାଚ ପାଇଁ ପଡିଆକୁ ଓହ୍ଲାଉଛି ।

ତେବେ ଯଦି ଅରେଞ୍ଜ କ୍ୟାପ-ପର୍ପଲ କ୍ୟାପ ତାଲିକା କଥା କହିବା, ପଞ୍ଜାବ ଦଳର ପ୍ରଦର୍ଶନ ଧିରେ ଧିରେ ଶାନଦାର ହେଉଥିବା ବେଳେ ଅଧିନାୟକ କେଏଲ ରାହୁଲ ମଧ୍ୟ ବ୍ୟକ୍ତିଗତ ରନ ସ୍ଥରରେ ଆଗରେ ରହିଛିନ୍ତି । 540 ରନ ସହ ଅରେଞ୍ଜ କ୍ୟାପ ନିଜ ପାଖରେ ରଖିଛନ୍ତି ରାହୁଲ ।

ସେହିପରି ଯଦି ପର୍ପଲ କ୍ୟାପ କଥା କହିବା, ଟେବୁଲ ଟପ୍ପର ଦଳର ଅର୍ଥାତ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର କ୍ୟାସିଗୋ ରାବାଡାଙ୍କ ପାଖରେ ରହିଛି ପର୍ପଲ କ୍ୟାପ । 10ଟି ମ୍ୟାଚରୁ 21 ୱିକେଟ ନେଇ ତାଲିକାର ପ୍ରଥମେ ସ୍ଥାନରେ ରହିଛନ୍ତି ରାବାଡା ।

Last Updated : Oct 21, 2020, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.