ETV Bharat / sports

ପୁଣି ପଏଣ୍ଟ ଟେବୁଲ ଟପରେ ମୁମ୍ବାଇ ଇଣ୍ଡିଆନ୍ସ, 57 ରନରେ ରାଜସ୍ଥାନକୁ କଲା ପରାସ୍ତ

author img

By

Published : Oct 7, 2020, 7:52 AM IST

ଚଳିତ ଆଇପିଏଲର 20ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । 57 ରନରେ ରାଜସ୍ଥାନକୁ ହରାଇ ମୁମ୍ବାଇ ପଏଣ୍ଟ ଟେବୁଲ ଟପରେ ପୁଣି ନିଜ ସ୍ଥାନ ହାସଲ କରିଛି । ଅଧିକ ପଢନ୍ତୁ...

ରାଜସ୍ଥାନକୁ 57 ରନରେ ହରାଇ ଶୀର୍ଷରେ ପହଞ୍ଚିଲା

ଆବୁଧାବି: ଚଳିତ ଆଇପିଏଲର 20ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ପୁଣି ଏକ ବିଜୟ । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସକୁ ମାତ୍‌ ଦେଇଛି । ସୂର୍ଯ୍ୟ କୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ସାଙ୍ଗକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ରୁତ ରନ ବଳରେ ମୁମ୍ବାଇ 4 ୱିକେଟରେ 193 ହାସଲ କରିଥିଲା । ଏହି ଟାର୍ଗେଟକୁ ପିଛା କରି ରାଜସ୍ଥାନ ରୟାଲ୍ସ 18.1 ଓଭରରେ 136 ରନ କରି ଅଲଆଉଟ ହୋଇଥିଲା । ଯାହା ଫଳରେ 57 ରନର ଏକ ବଡ ବ୍ୟବଧାନରେ ଜିତିଛି ମୁମ୍ବାଇ । ସେପଟେ ସ୍ଲୋ ଓଭର ରେଟ ପାଇଁ ରାଜସ୍ଥାନର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ 12 ଲକ୍ଷ ଟଙ୍କା ଜୋରିମାନ ଦେବାକୁ ପଡିଛି ।

ଚଳିତ ଆଇପିଏଲରେ ମୁମ୍ବାଇ ଏଯାବତ 6ଟି ମ୍ୟାଚ ଖେଳିଛି । ସେଥିମଧ୍ୟରୁ 4ଟି ମ୍ୟାଚ୍‌ରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ପୁଣି ଶୀର୍ଷରେ ପହଞ୍ଚିଛି । ସେପଟେ ରାଜସ୍ଥାନ 5ଟି ମ୍ୟାଚରୁ 3ଟିରେ ପରାଜିତ ହୋଇ ସପ୍ତମ ସ୍ଥାନରେ ପହଞ୍ଚିଛି ।

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜସ୍ ବଟଲର 44 ବଲରେ 70 ରନ୍ କରିଥିଲେ । ବଟଲରଙ୍କ ବ୍ୟତୀତ କେବଳ ଜୋଫ୍ରା ଆର୍ଚର (24) 20 ରନ୍ରୁ‌ ଅଧିକ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ମୁମ୍ବାଇ ପାଇଁ ଜସପ୍ରୀତ ବୁମ୍ରା 4 ଓଭରରେ 20 ରନ୍ ଦେଇ 4 ୱିକେଟ୍ ନେଇଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଏବଂ ଜେମ୍ସ ପାଟିନ୍ସନ୍ 2–2 ୱିକେଟ୍ ନେଇଥିଲେ । 194 ରନର ପିଛା କରିଥିବା ରାଜସ୍ଥାନ ପ୍ରଥମ ତିନି ଓଭରରେ ହିଁ ଅତି ଖରାପ ପ୍ରଦର୍ଶନ କରି ଶସ୍ବୀ ଜୟସ୍ବାଲ, ଅଧିନାୟକ ସ୍ମିଥ ଓ ସଞ୍ଜୁ ସାମସନଙ୍କୁ ହରାଇଥିଲା । ଜୟସ୍ବାଲ ଓ ସାମସନ 0 ରନରେ ଆଉଟ ହୋଇଥିଲେ । 12 ରନରେ 3 ୱିକେଟ ଯିବା ପରେ ରାହୁଲ ଚହର ନବମ ଓଭରରେ ମହିପାଳ ଲୋମରରଙ୍କୁ ପାଭିଲିୟନ ପଠାଇଥିଲେ । ଯାହା ଦ୍ବାରା ରାଜସ୍ଥାନକୁ 42/4 ରେ ସଂଘର୍ଷ କରାଇବାକୁ ପଡ଼ିଥିଲା । ଜସ ବଟଲର ଏକାକୀ 50 ରନ କରିଥିଲେ ମଧ୍ୟ ତାହା ଦଳ ପାଇଁ ଯଥେଷ୍ଟ ହୋଇନଥିଲା । ପରେ କିରଣ ପୋଲାର୍ଡଙ୍କୁ ସେ ମଧ୍ୟ ନିଜ କ୍ୟାଚ ଦଇ ଆଉଟ ହୋଇଥିଲେ । ଏହାପରେ ୱିକେଟ ପତନ ଧାରା ଲାଗି ରହିଥିଲା ।

ରାଜସ୍ଥାନ 15 ଓଭରରେ 113 ରନ 6 ୱିକେଟ ଯିବା ପରେ 5 ଓଭରରେ ମ୍ୟାଚକୁ ଜିତେଇବାକୁ 81 ରନର ଆବଶ୍ୟକ ରହିଥିଲା । ହେଲେ ବୁମରାଙ୍କ ବୋଲିଂ ଜୋଫ୍ରାଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ଜେମସ ପାଟିନସନ 18 ତମ ଓଭରର ପ୍ରଥମ ବଲରେ ୱିକେଟ ନେଇ ମୁମ୍ବାଇ ବିଜୟର ମୁଣ୍ଡି ମାରିଥିଲେ ।

ମଙ୍ଗଳବାର ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଦାରିତ 20 ଓଭରରେ 4 ୱିକେଟ୍ ହରାଇ 193 ରନ ସଂଗ୍ରହ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.