ଆବୁଧାବି: ଆଇପିଏଲ 2020ର 24ତମ ଶୈଖ ଯାଏଦ ଷ୍ଟାଡିୟମ ଆବୁଧାବିରେ ଖେଳାଯାଉଛି । କୋଲକାତା ନାଇଟ ରାଇଡର୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମୁକାବିଲା ହେଉଛି । ପ୍ରଥମେ କେକେଆର କ୍ୟାପଟେନ ଦିନେଶ କାର୍ତ୍ତିକ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପରେ ନିର୍ଧାରିତ 20 ଓଭରରେ କୋଲକାତା ନାଇଟ ରାଇଡର୍ସ ଟିମ 6 ୱିକେଟ ହରାଇ 164 ରନ ସଂଗ୍ରହ କରିଛି । ଫଳରେ କେଏଲ ରାହୁଲଙ୍କ କିଙ୍ଗ୍ସ ଇଲେଭେନ ପଞ୍ଜାବ ସାମ୍ନାରେ 165 ରନର ବିଜୟ ଲକ୍ଷ୍ୟ ରହିଛି ।

କେକେଆର ପକ୍ଷରୁ ଶୁଭମନ ଗିଲ 47 ବଲରୁ 5 ଚୌକା ସହାୟତାରେ 57 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । କ୍ୟାପଟେନ ଦିନେଶ କାର୍ତ୍ତିକ ବିସ୍ପୋରକ ବ୍ୟାଟିଂ ସହ, 29 ବଲରୁ 8 ଚୌକା ଓ 2 ଛକା ସହାୟତାରେ ଦ୍ରୁତ 58 ରନର ଇଂନିସ ଖେଳିଛନ୍ତି । ଇଆନ ମୋର୍ଗାନ 24 ରନର ଇଂନିସ ଖେଳିଛନ୍ତି । ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିବାବେଳେ, ଦୁଇଟି ଦୁର୍ଭାଗ୍ୟଜନକ ରନଆଉଟରେ ୱିକେଟ ହରାଇଛନ୍ତି ।

ପଞ୍ଜାବ ପକ୍ଷରୁ, ମହମ୍ମଦ ସାମି, ଆର୍ଶଦୀପ ସିଂ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ