ETV Bharat / sports

ଆଇପିଏଲ 2020: ପଞ୍ଜାବର ଆଉ ଏକ ପରାଜୟ, ଦୁଇ ରନରେ ଜିତିଲା କେକେଆର

author img

By

Published : Oct 10, 2020, 8:09 PM IST

କେଏଲ ରାହୁଲଙ୍କ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ଦୁଇ ରନରେ ହରାଇଲା କୋଲକାତା ନାଇଟ ରାଇଡର୍ସ ।

IPL 2020:  KKR beat KXIP by two runs
ଆଇପିଏଲ 2020: ପଞ୍ଜାବର ଆଉ ଏକ ପରାଜୟ, ଦୁଇ ରନରେ ଜିତିଲା କେକେଆର

ଆବୁଧାବି: ଶେଷ ହୋଇଛି ଆାଇପିଏଲର 24ତମ ମ୍ୟାଚ । କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଦେଖିବାକୁ ମିଳିଛି ଆଇପିଏଲ ଇତିହାସର ଅନ୍ୟତମ ସଂଘର୍ଷପୂର୍ଣ୍ଣ ମ୍ୟାଚ । ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚରେ ରୋମାଞ୍ଚ ଭରି ରହିଥିଲା । ତେବେ ଶେଷରେ କେଏଲ ରାହୁଲଙ୍କ ପଞ୍ଜାବ ଟିମକୁ ଦୁଇ ରନରେ ହରାଇଛି କେକେଆର ।

ପ୍ରଥମେ ବ୍ୟାଟିଂ କରି ନାଇଟ ରାଇଡର୍ସ ଶୁଭମନ ଗିଲ ଓ କ୍ୟାପଟେନ ଦିନେଶ କାର୍ତ୍ତିକଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ 164 ରନ କରିଥିଲା । ଫଳରେ 165 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ପଞ୍ଜାବ । ପଞ୍ଜାବର ଆରମ୍ଭ ଦମଦାର ରହିଥିଲା । ଏପରିକି ମ୍ୟାଚର 17.2 ଓଭର ପର୍ଯ୍ୟନ୍ତ ଏକ ନିଶ୍ଚିନ୍ତ ବିଜୟ ଆଡକୁ ଅଗ୍ରସର ହୋଇଥିଲା ପଞ୍ଜାବ ।

କେଏଲ ରାହୁଲ ପୁଣି ଏକ ଧମାକାଦାର ଇଂନିସ ଖେଳିଥିଲେ । 58 ବଲରୁ 6 ଚୌକା ବଳରେ 74 ରନର ଇଂନିସ ଖେଳିଥିଲେ । ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ ମଧ୍ୟ 39 ବଲରୁ 6 ଚୌକା ଓ ଗୋଟିଏ ଛକା ସହାୟତାରେ 56 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ତେବେ ରାହୁଲ ଓ ମୟଙ୍କଙ୍କ ଏହି ବ୍ୟାଟିଂ କେକେଆର ବୋଲରଙ୍କ ସାମ୍ନାରେ ଫିକା ପଡିଯାଇଛି । ଶେଷ 3 ଓଭରରେ ଘାତକ ବୋଲିଂ ସହ ପଞ୍ଜାବ ହାତରୁ ମ୍ୟାଚ ଛଡାଇନେଇଛନ୍ତି କେକେଆର ବୋଲର । ଶେଷ 5 ବଲରୁ ବିଜୟ ପାଇଁ ପଞ୍ଜାବ 12 ରନ ଆବଶ୍ୟକ କରୁଥିଲା । ଶେଷ ବଲରେ 7ରନ ରହିଥିଲା । ମାକ୍ସୱେଲ ଶେଷ ପର୍ଯ୍ୟନ୍ତ ଲଢିବା ସହ ଶେଷ ବଲରେ ଚୌକା ମାରିବାକୁ ସମର୍ଥ ହୋଇଥିଲେ । ଫଳରେ ଦୁଇ ରନରେ ମ୍ୟାଚ ଜିତିନେଇଛି କୋଲକାତା ନାଇଡର୍ସ । ଏଥିସହିତ ପଏଣ୍ଟ ଟେବୁଲର 3ୟ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.