ETV Bharat / sports

KXIP vs DC: ଦିଲ୍ଲୀକୁ 5 ୱିକେଟ୍‌ରେ ହରାଇଲା ପଞ୍ଜାବ

author img

By

Published : Oct 21, 2020, 7:13 AM IST

ଆଇପିଏଲ ମହାସମର । ଦିଲ୍ଲୀ-ପଞ୍ଜାବ ଲଢେଇ । କିଙ୍ଗସ୍ ଏକାଦଶ ପଞ୍ଜାବର ହ୍ୟାଟ୍ରିକ ବିଜୟ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀକୁ 5 ୱିକେଟ୍‌ରେ ହରାଇଲା ପଞ୍ଜାବ । ଅଧିକ ପଢନ୍ତୁ...

KXIP vs DC: ଦିଲ୍ଲୀକୁ 5 ୱିକେଟ୍‌ରେ ହରାଇଲା ପଞ୍ଜାବ
KXIP vs DC: ଦିଲ୍ଲୀକୁ 5 ୱିକେଟ୍‌ରେ ହରାଇଲା ପଞ୍ଜାବ

ଦୁବାଇ: ଆଇପିଏଲର 38ତମ ମ୍ୟାଚରେ ଦମ୍‌ଦାର ବିଜୟ ହାସଲ କରିଛି କିଙ୍ଗସ୍ ଏକାଦଶ ପଞ୍ଜାବ । ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଲଢେଇରେ ବାଜି ମାରିନେଲା ପଞ୍ଜାବ । ପଞ୍ଜାବକୁ 165 ରନର ବିଜୟ ଲକ୍ଷ୍ୟ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଯାହାକୁ ସହଜରେ ହାସଲ କରିନେଇଥିଲା କିଙ୍ଗସ୍ ଏକାଦଶ ପଞ୍ଜାବ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ଓପନର ଶିଖର ଧାୱନ 61ଟି ବଲରେ ସର୍ବାଧିକ 106 ରନ କରିଥିଲେ ସୁଦ୍ଧା ଦଳ ବିଜୟର ସ୍ବାଦ ଚାଖି ପାରିନାହିଁ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । 61ଟି ବଲରେ ସର୍ବାଧିକ 106 ରନ କରି ଧାୱନ ନିଜ ଆଇପିଏଲ କ୍ୟାରିୟରରେ 5 ହଜାର ରନ ପୂରଣ କରିଥିଲେ । ହେଲେ ଦିଲ୍ଲୀର ଅନ୍ୟ ଖେଳାଳି ନିରାଶ କରିଥିଲେ । ଧୱନଙ୍କ ପଛକୁ ଶ୍ରେୟସ ଆୟର ଓ ରିଷଭ ପନ୍ତ ସର୍ବାଧିକ 14 ରନ ଲେଖାଏଁ କରିଥିଲେ । ତାଙ୍କ ପଛକୁ ଶିମରନ ହିଟମେର 10 ରନ, ମାର୍କସ ଷ୍ଟୋନିସ 9 ରନ ଓ ପୃଥ୍ବୀ ଶ 7 ରନ କରିଥିଲେ ।

ସେପଟେ ପଞ୍ଜାବ ପାଇଁ ସଫଳ ପ୍ରାରମ୍ଭିକ ଯୋଡି କେଏଲ୍‌ ରାହୁଲ (15) ଏବଂ ମୟଙ୍କ ଅଗ୍ରୱାଲ୍‌(5) ବିଫଳ ହୋଇଥିଲେ । କିନ୍ତୁ ଦୁଇ ୱେଷ୍ଟଇଣ୍ଡିଜ ତାରକା କ୍ରିସ ଗେଲ୍‌(13 ବଲରୁ 29 ରନ୍‌) ଓ ନିକୋଲସ୍‌ ପୂରନ (28 ବଲରୁ 53 ରନ୍‌‌) ଭଲ ପାଳି ଖେଳିବା ସହ ଏବଂ ସଂଘର୍ଷରତ ଗ୍ଲେନ୍‌ ମ୍ୟାକ୍ସୱେଲ‌(24 ବଲ୍‌ରୁ 32 ରନ୍‌)ଙ୍କ ଭାଗିଦାରୀ ମ୍ୟାଚ୍‌କୁ ଏକତରଫା କରିଦେଇଥିଲା । ମ୍ୟାଚ୍‌ର ପଞ୍ଚମ ଓଭରରେ ତୁଷାର ଦେଶପାଣ୍ଡେଙ୍କଠାରୁ କ୍ରିସ୍‌ ଗେଲ୍‌ 26 ରନ୍‌ (4,4,6, 4,6, 1 ୱାଇଡ୍‌, 1 ) ଆଦାୟ କରିବା ପଞ୍ଜାବକୁ ଆଉ ପଛକୁ ଫେରିବାକୁ ଦେଇନଥିଲା । ଶେଷକୁ ଦୀପକ ହୁଦା ଏବଂ ଜିମ୍ମି ନିମାସ ଗୋଟିଏ ଓଭର ପୂର୍ବରୁ ମ୍ୟାଚ ସାରିଥିଲେ । ଦିଲ୍ଲୀ ଅଧିକ ରନ୍‌ କରିନପାରିବା ଏବଂ ଏକାଧିକ କ୍ୟାଚ୍‌ ହାତଛଡା କରିବାରୁ ପରାଜୟ ଦେଖିବାକୁ ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.