ETV Bharat / sports

ଟିମ ଇଣ୍ଡିଆକୁ ଝଟକା: ହିଟମ୍ୟାନ ଆହତ

author img

By

Published : Apr 10, 2019, 3:45 PM IST

ରୋହିତଙ୍କ ଆହତ ଉପରେ ଏପର୍ଯ୍ୟନ୍ତ ଟିମ୍‌ ମ୍ୟାନେଜମେଣ୍ଟ କୌଣସି ପ୍ରତିକ୍ରିୟା ଦେଇନାହିଁ । ପ୍ରକୃତରେ ରୋହିତଙ୍କ କାନ୍ଧରେ ଆଘାତ ଲାଗିଛି ନା ଆଉ କିଛି ତାହା ଜଣାପଡିନାହିଁ ।

ଫାଇଲ ଫଟୋ

ମୁମ୍ବାଇ: ବିଶ୍ବକପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଟିମ୍‌ର ସିଲେକ୍ସନକୁ ଆଉ ମାତ୍ର ଏକ ସପ୍ତାହରୁ କମ ସମୟ ଥିବାବେଳେ ଦଳକୁ ଲାଗିଛି ବିରାଟ ଝଟକା । ଅଭ୍ୟାସ ସମୟରେ ଓପନର ରୋହିତ ଶର୍ମା ଆହତ ହୋଇଛନ୍ତି । ଆଇପିଏଲ ମ୍ୟାଚ ପାଇଁ ପ୍ରାକ୍ଟିସ କରୁଥିବାବେଳେ ରୋହିତଙ୍କ କାନ୍ଧରେ ଆଘାତ ଲାଗିଥିବା ଜଣାପଡିଛି ।

ଆଜି ଆଇପିଏଲରେ ମୁମ୍ବାଇ-ପଞ୍ଜାବ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ଏଥିପାଇଁ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଦଳ ସହ ଅଭ୍ୟାସ କରୁଥିଲେ ରୋହିତ । ତେବେ ରନିଂ ସମୟରେ ହଠାତ୍‌ ନିଜ କାନ୍ଧକୁ ଧରି ସେ ତଳେ ପଡିଯାଇଥିଲେ । ତାଙ୍କ ମୁହଁରେ ପ୍ରବଳ ଯନ୍ତ୍ରଣାର ଚିହ୍ନ ସ୍ପଷ୍ଟ ବାରି ହେଉଥିଲା । ଟିମ୍‌ ଫିଜିଓ ନୀତିନ ପଟେଲ ତାଙ୍କ ନିକଟକୁ ଦୌଡି ଯାଇ ପ୍ରାଥମିକ ଚିକିତ୍ସା କରିଥିଲେ ।

Image
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ମୁମ୍ବାଇ ଇଣ୍ଡିଆନ୍ସ

ଏହାପରେ ରୋହିତ ଡ୍ରେସିଂ ରୁମ ଚାଲିଯାଇଥିଲେ । ପରବର୍ତ୍ତୀ ଅଭ୍ୟାସ ସେସନ୍‌ରେ ସେ ଆଉ ପଡିଆକୁ ଓହ୍ଲାଇନଥିଲେ । ତେବେ ଏପର୍ଯ୍ୟନ୍ତ ଟିମ୍‌ ମ୍ୟାନେଜମେଣ୍ଟ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ । ପ୍ରକୃତରେ ରୋହିତଙ୍କ କାନ୍ଧରେ ଆଘାତ ଲାଗିଛି ନା ଆଉ କିଛି ତାହା ଜଣାପଡିନାହିଁ । ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଆଶା କରାଯାଉଛି ଏହି ଆଘାତ ସେତେ ଗୁରୁତର ହୋଇନଥିବ ।

ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପେସର ଯଶପ୍ରୀତ ବୁମରା ମଧ୍ୟ କାନ୍ଧ ଆଘାତରୁ ସୁସ୍ଥ ହୋଇଫେରିଥିଲେ । ପୁଣିଥରେ ଚେନ୍ନାଇ ବିପକ୍ଷ ମ୍ୟାଚରେ ଏକ କ୍ୟାଚ ଧରିବା ସମୟରେ ସେ ନିଜ ଆଖିରେ ଆଘାତ ପାଇଥିଲେ । ତେବେ ଆଗକୁ ବିଶ୍ବକପ୍‌ ଥିବାବେଳେ ପ୍ରମୁଖ ଭାରତୀୟ ଖେଳାଳିଙ୍କ ଆହତ ଚୟନକର୍ତ୍ତାଙ୍କୁ ଚିନ୍ତାରେ ପକାଇଛି ।

SLUG. ନାବାଳିକା ଵିଵାହ କୁ ରୋକିଲା ଜିଲ୍ଲା ପ୍ରଶାସନ।
Format.AVB.
Reporter.Badsah Jusman Rana.
Date.11.03.19.
Place.Sambalpur.

Anchor. ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳର ଦଳଦଳିପଡା ଠାରେ ଗୋଟିଏ ନାବାଳିକା ବିବାହ କରା ଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ଏହାକୁ ରୋକିଛି।ଝିଅକୁ 17 ବର୍ଷରୁ କମ ହେଉଥିବାର ପ୍ରମାଣପତ୍ର ରୁ ଜଣା ପଡିବା ପରେ CWC  ର ଏକ ଟିମ ନାବାଳିକା ଓ ପରିବାର ଲୋକଙ୍କୁ ଡକାଇ କାଉନସେଲିଂ କରିଛି ଓ ନାବାଳିକା କୁ ଧନକଉଡା ବାଳିକା ଶ୍ରମ କୁ ପଠାଇ ଦିଆଯାଇଛି।ଅଗାମୀ ଦିନରେ ବର ପକ୍ଷକୁ ମଧ୍ୟ ଡକାଯାଇ କାଉନସେଲିଂ କରାଯିବ ବୋଲି CWC ପକ୍ଷରୁ ସୁଚନା ଦିଆଯାଇଛି।

ବାଇଟ-1- ବି ସି ଏସ ଜେନା, Child Line,ସଦସ୍ୟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.