ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିଅମରେ ମୁମ୍ବାଇ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଜାରି ରହିଥିବା ମ୍ୟାଚ୍ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଙ୍ଗ କରି 6 ୱିକେଟ ହରାଇ 213 ରନ୍ ସ୍କୋର କରିଛି । ମୁମ୍ବାଇକୁ 214 ରନ୍ର ବିଜୟ ଲକ୍ଷ୍ୟ ଦେଇଛି ଅତିଥି ଦିଲ୍ଲୀ ଦଳ ।
ମୁମ୍ବାଇ ଇଣ୍ଡିଆନସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀ ତରଫରୁ ମଇଦାନକୁ ଓହ୍ଲାଇଥିଲେ ପୃଥ୍ବୀ ଶ ଏବଂ ଶିଖର ଧାୱନ । ପୃଥ୍ବୀ 6 ଟି ବଲ୍ରେ କେବଳ 7 ରନ୍ ବନାଇ ଥିବା ବେଳେ ଶିଖର ଧୱନ 36 ଟି ବଲ୍ରେ 43 ରନ୍ ସଂଗ୍ରହ କରିପାରିଥିଲେ । କ୍ୟାପଟେନ୍ ଶ୍ରେୟସ ଆୟ୍ୟର 10 ଟି ବଲ୍ରେ 16 ରନ୍ର ପାରି ଖେଳି କ୍ୟାଚ୍ ଆଉଟ୍ ହୋଇଥିଲେ । ସେହିପରି କୋଲିନ ଇଙ୍ଗ୍ରାମ 32 ଟି ବଲ୍ରେ 47 ରନ୍ ବନାଇ ପଭିଲିୟନ ଫେରିଥିଲେ । ଋଷଭ ପନ୍ତ ଧୂଆଁଧାରି ପାରି ଖେଳି 27ଟି ବଲ୍ରେ 78 ରନ୍ ସଂଗ୍ରହ କରିଥଲେ ।
ସେପଟେ ମୁମ୍ବାଇର ରାଶିଖ ସଲାମ 4 ଓଭରରେ 42 ରନ୍ ଦେଇଥିଲେ । ଜସପ୍ରିତ ବୁମରାହ 4 ଓଭର ବଲିଂ କରି 40 ରନ୍ ଦେଇ ଗୋଟିଏ ୱିକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ 4 ଓଭର ବଲିଂ କରି 41 ରନ୍ ଦେଇଥିଲେ ଏବଂ ଗୋଟିଏ ନିକେଟ୍ ନେବାରେ ସଫଳ ହୋଇଥିଲେ ।