ETV Bharat / sports

ଧୋନୀଙ୍କ ଅନୁପସ୍ଥିତି ଆମ ବିଜୟର କାରଣ: ରୋହିତ

ଧୋନିଙ୍କ ଅନୁପସ୍ଥିତ ପକାଇଥିଲା ଫରକ । ବିଜୟ ପାଇଁ ଏହା ସହଜ ହୋଇଥିଲା ବୋଲି ମାନିଛନ୍ତି ରୋହିତ ।

ଫଟୋ ସୈାଜନ୍ୟ-ସୋସିଆଲ ମିଡିଆ
author img

By

Published : Apr 28, 2019, 1:57 AM IST

ଚେନ୍ନାଇ: ଚେନ୍ନାଇ ସୁପରକିଙ୍ଗସ ନାମ ଆସିଲେ ମହେନ୍ଦ୍ର ସିଂହ ଧୋନିଙ୍କ ଚେହେରା ଆପେ ଆପେ ସାମନାକୁ ଆସିଯାଏ । ଧୋନି ଜ୍ବରରେ ପୀଡିତ ଥିବାରୁ ମୁମ୍ବାଇ ବିପକ୍ଷ ମ୍ୟାଚରେ ଖେଳିପାରିନଥିଲେ । ମ୍ୟାଚ ପରେ ପ୍ରତିକ୍ରିୟା ରଖି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ହିଟମ୍ୟାନ ରୋହିତ ଶର୍ମା ତାଙ୍କ ଦଳ ବିଜୟ ହେବାର ଅନ୍ୟତମ କାରଣ ଧୋନିଙ୍କ ଅନୁପସ୍ଥିତି ବୋଲି କହିଥିଲେ ।

ରୋହିତ ଏହି ମ୍ୟାଚରେ 48 ବଲରୁ 6ଟି ଚୈାକା ଓ 3ଟି ଛକା ଜରିଆରେ ଧୂଆଁଧାର 67 ରନ କରିଥିଲେ । ଯାହାଫଳରେ ମୁମ୍ବାଇ ସମ୍ମାନଜନକ 155 ରନ କରିପାରିଥିଲା । ଚେନ୍ନାଇ ପାଇଁ ଏହି ଟାର୍ଗେଟ ସହଜ ମନେହେଉଥିଲେ ମଧ୍ୟ ମୁମ୍ବାଇ ବୋଲରଙ୍କ ମାପଚୁପ ବୋଲିଂ ଚେନ୍ନାଇକୁ ମାତ୍ର 109ରେ ଅଟକାଇ ଦେଇଥଲା । 17.4 ଓଭରରେ ସମସ୍ତ ୱିକେଟ ହରାଇ ସୁପରକିଙ୍ଗସ ମୁମ୍ବାଇ ଆଗରେ ଆତ୍ମସମର୍ପଣ କରିଥିଲା ।

ରୋହିତ ଓ ଧୋନିଙ୍କ ସମ୍ପର୍କ ସମସ୍ତଙ୍କୁ ଜଣା । ରୋହିତଙ୍କ ସଫଳତା ପଛରେ ଯଦି କାହାର ଅଧିକ ହାତ ଥାଏ, ସେ ହେଉଛନ୍ତି ଧୋନି । ସେଥିଲାଗି ଧୋନି ଦଳରେ ନଥିବାରୁ ମୁମ୍ବାଇ ଏହାର ଫାଇଦା ଉଠାଇଲା ବୋଲି ରୋହିତ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.