ETV Bharat / sports

ମୁମ୍ବାଇଠୁ 9 ୱିକେଟରେ ହାରିଲା କେକେଆର, ପ୍ଲେ-ଅଫରେ ହାଇଦ୍ରାବାଦ - ହାରିଲା

କୋଲକାତା ନାଇଟ ରାଇଡର୍ସକୁ 9ୱିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 6, 2019, 12:44 AM IST

ମୁମ୍ବାଇ: କୋଲକାତା ନାଇଟ ରାଇଡର୍ସକୁ 9 ୱିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ କୋଲକାତାର ପ୍ଲେ-ଅଫ ଆଶା ଧୂଳିସାତ ହୋଇଛି ।

ଏହି ମ୍ୟାଚ ପରେ ପ୍ଲେ-ଅଫରେ ଚତୁର୍ଥ ଦଳ ଉପରୁ ପରଦା ହଟିଛି । କୋଲକାତା ନାଇଟ ରାଇଡର୍ସର ପରାଜୟ ପରେ ପଏଣ୍ଟ ସଂଖ୍ୟା ହାଇଦ୍ରାବାଦ ସହ ସମାନ ରହିଛି । ଉଭୟ ଦଳ ସମାନ 14 ମ୍ୟାଚରୁ 6 ଟି ବିଜୟ ସହ 12 ପଏଣ୍ଟରେ ଅଛନ୍ତି । ତେବେ ହାଇଦ୍ରାବାଦର ରନ୍ ରେଟ କୋଲକାତାଠୁ ଅଧିକ ଥିବାରୁ ହାଇଦ୍ରାବାଦ ପ୍ଲେ-ଅଫକୁ ଯାଇଛି ।

କୋଲକାତା ନାଇଟ ରାଇଡର୍ସ ପାଇଁ ଆଜିର ମ୍ୟାଚ ନକଆଉଟ ମ୍ୟାଚ ଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ଫଳରେ ନାଇଟ ରାଇଡର୍ସ 7 ୱିକେଟ ହରାଇ ମାତ୍ର 133 ରନ କରିବାକୁ ସମର୍ଥ ହୋଇଥିଲା ।

ବୁମ୍ରା, ମଲିଙ୍ଗା, ପାଣ୍ଡ୍ୟା ଘାତକ ବୋଲିଂ କରିଥିଲେ । ମଲିଙ୍ଗା ସର୍ବାଧିକ 3ଟି ୱିକେଟ ନେଇଥିଲେ । ବୁମ୍ରା ଓ ପାଣ୍ଡ୍ୟା 2ଟି ଲେଖାଏଁ ୱିକେଟ ନେଇଥିଲେ । 134ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ସହଜରେ ହାସଲ କରିନେଇଥିଲା । କ୍ବିଣ୍ଟନ ଡିକକ 23 ବଲରୁ 30 ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ 27 ବଲରୁ 46 ରନର ପାଳି ଖେଳିଥିଲେ । ପରେ ରୋହିତ ଶର୍ମା ଅଧିନାୟକ ଇଂନିସ ଖେଳି ସର୍ବାଧିକ 55 ରନ କରିଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ 9 ୱିକେଟରେ ବିଜୟୀ ହୋଇଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.