ETV Bharat / sports

ଆଇପିଏଲ: SRHକୁ ମାତ ଦେଇ ପ୍ଲେ-ଅଫ୍ ଲକ୍ଷ୍ୟରେ KXIP

ଆଇପିଏଲ ଲଢେଇ ସନରାଇଜର୍ସ ହାଇଦ୍ରାବାଦ ବନାମ କିଙ୍ଗ୍ସ ଇଲେଭେନ ପଞ୍ଜାବ ଟକ୍କର ହେବ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

author img

By

Published : Apr 29, 2019, 7:24 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ଆଇପିଏଲ ଲଢେଇରେ ସୋମବାର ସନରାଇଜର୍ସ ହାଇଦ୍ରାବାଦ ବନାମ କିଙ୍ଗ୍ସ ଇଲେଭେନ ପଞ୍ଜାବ ସାମ୍ନାସାମ୍ନି ହେବେ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ଉଭୟ ଦଳ 11ଟି ଲେଖାଏଁ ମ୍ୟାଚ ଖେଳି ସମାନ 10 ପଏଣ୍ଟ ପାଇଛନ୍ତି । ପଏଣ୍ଟ ଦୃଷ୍ଟିରୁ ଆଜିର ମ୍ୟାଚ ଦୁଇଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ପ୍ଲେ-ଅଫରେ ସ୍ଥାନ ପାଇଁ ଦୁଇ ଦଳ ନିଶ୍ଚିନ୍ତ ବିଜୟ ସହ 2 ପଏଣ୍ଟର ପାଇବା ଲକ୍ଷ୍ୟରେ ରହିଛନ୍ତି । ହାଇଦ୍ରାବାଦ ଦଳ ଭଲ ରନରେଟ (+0.559) ଯୋଗୁଁ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ପଞ୍ଜାବ ଦଳର ରନରେଟ (-0.117) ସହ ଷଷ୍ଠ ସ୍ଥାନରେ ରହିଛି ।

ସନରାଇଜର୍ସ ହାଇଦ୍ରାବାଦ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଶେଷ ମ୍ୟାଚ ଖେଳୁଛନ୍ତି । ଏହି ମ୍ୟାଚ ପରେ ସେ ଅଷ୍ଚ୍ରେଲିଆ ବିଶ୍ବକପ କ୍ୟାମ୍ପରେ ଯୋଗଦେବେ । 11 ଇଂନିସ ରୁ 611ସଂଗ୍ରହ କରି ୱାର୍ଣ୍ଣର ଅରେଞ୍ଜ କ୍ୟାପ୍ ରଖିଛନ୍ତି । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଦଳକୁ ଚିନ୍ତାରେ ପକାଇଛି । ସ୍ପିନର ରସିଦ ଖାନ ମଧ୍ୟ ଚଳିତ ଆଇପିଏଲରେ ଦଳ ପାଇଁ ବିଶେଷ କମାଲ କରିପାରିନାହାଁନ୍ତି ।

ଅନ୍ୟପଟେ କିଙ୍ଗ୍ସ ଇଲେଭେନ ପଞ୍ଜାବ କ୍ରିସ ଗେଲ, କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଉପରେ ଦଳ ନିର୍ଭର କରିବ । ପେସ ବୋଲରଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଦଳ ଚିନ୍ତାରେ ରହିଛି । ସ୍ପିନ ବୋଲିଂରେ ଦଳ ଅଧିନାୟକ ଅଶ୍ବୀନଙ୍କ ଉପରେ ନିର୍ଭର କରିବ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.